ମହିଳାଙ୍କ ଫ୍ୟାସନ୍‌ରେ ଗିଙ୍ଗ୍‌ହମ୍‌

ଦିନକୁ ଦିନ ଫ୍ୟାସନ୍‌ ବଦଳିବାରେ ଲାଗିଛି। କେତେବେଳେ ଜିନ୍‌ସ ତ କେତେବେଳେ ଆ‌ସେସୋରିଜ୍‌କୁ ନେଇ ଷ୍ଟାଇଲ୍‌ରେ ପରିବର୍ତ୍ତନ ଆସୁଛି। ଏବେ ଫ୍ୟାସନ୍‌ପ୍ରେମୀ ଯୁବପିଢ଼ିଙ୍କ ପାଇଁ ଗିଙ୍ଗ୍‌ହମ୍‌ ଆଉଟ୍‌ଫିଟ୍‌ ପାଲଟିଛି ଆଖିଦୃଶିଆ ଷ୍ଟାଇଲ୍‌। ଏହା ସବୁ ସିଜନ୍‌ରେ ପିନ୍ଧିଲେ ଭଲ ଲାଗିବା ସହ କ୍ଲାସି ଲୁକ୍‌ ମଧ୍ୟ ଦେଇଥାଏ। ତେବେ ଏହାର ବଢୁଥିବା ଡିମାଣ୍ଡ୍‌କୁ ଆଖି ଆଗରେ ରଖି ବର୍ତ୍ତମାନ ମାର୍କେଟ୍‌ରେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ଡ୍ରେସ୍‌ଠାରୁ ଆରମ୍ଭ କରି ଗୋଟେ ସାଇଡିଆ ବ୍ୟାଗ୍‌ ପର୍ଯ୍ୟନ୍ତ ସବୁର ଭେରାଇଟି ପାଇପାରିବେ। ଯଦି ଆପଣଙ୍କୁ ଚେକ୍‌ ଷ୍ଟାଇଲ୍‌ର ଡ୍ରେସ୍‌ ପିନ୍ଧିବାକୁ ବହୁତ ପସନ୍ଦ, ତେବେ ଗିଙ୍ଗ୍‌ହମ୍‌ ଫ୍ୟାସନ୍‌ ଟ୍ରାଏ କରନ୍ତୁ। ଏମିତିକି ଆପଣ ଯଦି ଏହାକୁ ଅଫିସ୍‌ ପାଇଁ ବ୍ୟବହାର କରୁଛନ୍ତି, ଏଥିରେ ଆପଣ କ୍ଲାସି ଲୁକ୍‌ ପାଇବେ। ନିତିଦିନିଆ ପୋଷାକ କିମ୍ବା ଅଫିସ୍‌ ପାଇଁ ଯଦି କିଛି ସିମ୍ପଲ୍‌ ଓ କମ୍ଫର୍ଟ ଲୁକ୍‌ ଦେଉଥିବା ପ୍ୟାଣ୍ଟ କିମ୍ବା ଲେଗିନ୍‌ସ ପିନ୍ଧିବାକୁ ଚାହୁଛନ୍ତି, ତେବେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ପ୍ୟାଣ୍ଟ ଟ୍ରାଏ କରନ୍ତୁ। କଟନ୍‌ କିମ୍ବା ଉଲେନ୍‌ ମ୍ୟାଟେରିଆଲ୍‌ରେ ମଧ୍ୟ ଏହି ପ୍ରିଣ୍ଟ୍‌ ଉପଲବ୍ଧ। ତେବେ ସ୍ମାର୍ଟ ଦେଖାଯିବା ପାଇଁ ଏଥିରେ ଲଙ୍ଗ୍‌ ଜ୍ୟାକେଟ୍‌ କିମ୍ବା ସ୍ରଗ୍‌ ପିନ୍ଧି ପାରିବେ। ଶୀତଦିନେ ଜ୍ୟାକେଟ୍‌ କ୍ୟାରି କରୁଥିଲେ ଥଣ୍ଡାରୁ ଉପଶମ ସହ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଗିଙ୍ଗ୍‌ହମ୍‌ ପ୍ରିଣ୍ଟର ଜ୍ୟାକେଟ୍‌ ଟ୍ରାଏ କରନ୍ତୁ। ଏହାର ହାଇ ଓ ମିଡିୟମ୍‌ ନେକ୍‌ ଜ୍ୟାକେଟ୍‌ଠାରୁ ଆରମ୍ଭ କରି ଲଙ୍ଗ୍‌ କୋର୍ଟ ମଧ୍ୟ ଉପଲବ୍ଧ। ନିଜ ଆଉଟ୍‌ଫିଟ୍‌ରେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ଆସେସୋରିଜ୍‌ କ୍ୟାରି କରିବାକୁ ଚାହୁଥିଲେ ଗିଙ୍ଗ୍‌ହମ୍‌ ସ୍କାର୍ଫକୁ ପିନ୍ଧି ପାରିବେ। ଟି-ସାର୍ଟଠାରୁ ଆରମ୍ଭ କରି ଜ୍ୟାକେଟ୍‌ ପର୍ଯ୍ୟନ୍ତ ଏହି ସ୍କାର୍ଫ ଆପଣଙ୍କୁ କ୍ଲାସି ଲୁକ୍‌ ଦେବ। ଆଉଟିଂ ହେଉ କି ଅଫିସ୍‌ ଅବା ପାର୍ଟିରେ ୟୁନିକ୍‌ ଲୁକ୍‌ ପାଇଁ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ହ୍ୟାଣ୍ଡ୍‌ ବ୍ୟାଗ୍‌ କ୍ୟାରି କରିପାରିବେ। ଏହି ଷ୍ଟାଇଲ୍‌ର ଛୋଟ ହ୍ୟାଣ୍ଡ୍‌ ବ୍ୟାଗ୍‌ଠାରୁ ଆରମ୍ଭ କରି ଓଭର୍‌ସାଇଜ୍‌ ବ୍ୟାଗ୍‌ ଯାଏ ମାର୍କେଟରେ ଉପଲବ୍ଧ। ତେବେ ଧ୍ୟାନ ରଖନ୍ତୁ, ଗିଙ୍ଗ୍‌ହମ୍‌ ଆସେସୋରିଜ୍‌ କ୍ୟାରି କରୁଥିଲେ ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ବଦଳରେ ସିଙ୍ଗଲ୍‌ କଲର୍‌ର ଆଉଟ୍‌ଫିଟ୍‌ ପିନ୍ଧିଲେ ଅଧିକ ଆଖିଦୃଶିଆ ଲାଗିବ।

Feb 24, 2025 - 09:29
ମହିଳାଙ୍କ ଫ୍ୟାସନ୍‌ରେ ଗିଙ୍ଗ୍‌ହମ୍‌

ଦିନକୁ ଦିନ ଫ୍ୟାସନ୍‌ ବଦଳିବାରେ ଲାଗିଛି। କେତେବେଳେ ଜିନ୍‌ସ ତ କେତେବେଳେ ଆ‌ସେସୋରିଜ୍‌କୁ ନେଇ ଷ୍ଟାଇଲ୍‌ରେ ପରିବର୍ତ୍ତନ ଆସୁଛି। ଏବେ ଫ୍ୟାସନ୍‌ପ୍ରେମୀ ଯୁବପିଢ଼ିଙ୍କ ପାଇଁ ଗିଙ୍ଗ୍‌ହମ୍‌ ଆଉଟ୍‌ଫିଟ୍‌ ପାଲଟିଛି ଆଖିଦୃଶିଆ ଷ୍ଟାଇଲ୍‌। ଏହା ସବୁ ସିଜନ୍‌ରେ ପିନ୍ଧିଲେ ଭଲ ଲାଗିବା ସହ କ୍ଲାସି ଲୁକ୍‌ ମଧ୍ୟ ଦେଇଥାଏ। ତେବେ ଏହାର ବଢୁଥିବା ଡିମାଣ୍ଡ୍‌କୁ ଆଖି ଆଗରେ ରଖି ବର୍ତ୍ତମାନ ମାର୍କେଟ୍‌ରେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ଡ୍ରେସ୍‌ଠାରୁ ଆରମ୍ଭ କରି ଗୋଟେ ସାଇଡିଆ ବ୍ୟାଗ୍‌ ପର୍ଯ୍ୟନ୍ତ ସବୁର ଭେରାଇଟି ପାଇପାରିବେ।

ଯଦି ଆପଣଙ୍କୁ ଚେକ୍‌ ଷ୍ଟାଇଲ୍‌ର ଡ୍ରେସ୍‌ ପିନ୍ଧିବାକୁ ବହୁତ ପସନ୍ଦ, ତେବେ ଗିଙ୍ଗ୍‌ହମ୍‌ ଫ୍ୟାସନ୍‌ ଟ୍ରାଏ କରନ୍ତୁ। ଏମିତିକି ଆପଣ ଯଦି ଏହାକୁ ଅଫିସ୍‌ ପାଇଁ ବ୍ୟବହାର କରୁଛନ୍ତି, ଏଥିରେ ଆପଣ କ୍ଲାସି ଲୁକ୍‌ ପାଇବେ। ନିତିଦିନିଆ ପୋଷାକ କିମ୍ବା ଅଫିସ୍‌ ପାଇଁ ଯଦି କିଛି ସିମ୍ପଲ୍‌ ଓ କମ୍ଫର୍ଟ ଲୁକ୍‌ ଦେଉଥିବା ପ୍ୟାଣ୍ଟ କିମ୍ବା ଲେଗିନ୍‌ସ ପିନ୍ଧିବାକୁ ଚାହୁଛନ୍ତି, ତେବେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ପ୍ୟାଣ୍ଟ ଟ୍ରାଏ କରନ୍ତୁ। କଟନ୍‌ କିମ୍ବା ଉଲେନ୍‌ ମ୍ୟାଟେରିଆଲ୍‌ରେ ମଧ୍ୟ ଏହି ପ୍ରିଣ୍ଟ୍‌ ଉପଲବ୍ଧ। ତେବେ ସ୍ମାର୍ଟ ଦେଖାଯିବା ପାଇଁ ଏଥିରେ ଲଙ୍ଗ୍‌ ଜ୍ୟାକେଟ୍‌ କିମ୍ବା ସ୍ରଗ୍‌ ପିନ୍ଧି ପାରିବେ।

ଶୀତଦିନେ ଜ୍ୟାକେଟ୍‌ କ୍ୟାରି କରୁଥିଲେ ଥଣ୍ଡାରୁ ଉପଶମ ସହ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ଗିଙ୍ଗ୍‌ହମ୍‌ ପ୍ରିଣ୍ଟର ଜ୍ୟାକେଟ୍‌ ଟ୍ରାଏ କରନ୍ତୁ। ଏହାର ହାଇ ଓ ମିଡିୟମ୍‌ ନେକ୍‌ ଜ୍ୟାକେଟ୍‌ଠାରୁ ଆରମ୍ଭ କରି ଲଙ୍ଗ୍‌ କୋର୍ଟ ମଧ୍ୟ ଉପଲବ୍ଧ। ନିଜ ଆଉଟ୍‌ଫିଟ୍‌ରେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ଆସେସୋରିଜ୍‌ କ୍ୟାରି କରିବାକୁ ଚାହୁଥିଲେ ଗିଙ୍ଗ୍‌ହମ୍‌ ସ୍କାର୍ଫକୁ ପିନ୍ଧି ପାରିବେ। ଟି-ସାର୍ଟଠାରୁ ଆରମ୍ଭ କରି ଜ୍ୟାକେଟ୍‌ ପର୍ଯ୍ୟନ୍ତ ଏହି ସ୍କାର୍ଫ ଆପଣଙ୍କୁ କ୍ଲାସି ଲୁକ୍‌ ଦେବ। ଆଉଟିଂ ହେଉ କି ଅଫିସ୍‌ ଅବା ପାର୍ଟିରେ ୟୁନିକ୍‌ ଲୁକ୍‌ ପାଇଁ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ହ୍ୟାଣ୍ଡ୍‌ ବ୍ୟାଗ୍‌ କ୍ୟାରି କରିପାରିବେ। ଏହି ଷ୍ଟାଇଲ୍‌ର ଛୋଟ ହ୍ୟାଣ୍ଡ୍‌ ବ୍ୟାଗ୍‌ଠାରୁ ଆରମ୍ଭ କରି ଓଭର୍‌ସାଇଜ୍‌ ବ୍ୟାଗ୍‌ ଯାଏ ମାର୍କେଟରେ ଉପଲବ୍ଧ। ତେବେ ଧ୍ୟାନ ରଖନ୍ତୁ, ଗିଙ୍ଗ୍‌ହମ୍‌ ଆସେସୋରିଜ୍‌ କ୍ୟାରି କରୁଥିଲେ ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ବଦଳରେ ସିଙ୍ଗଲ୍‌ କଲର୍‌ର ଆଉଟ୍‌ଫିଟ୍‌ ପିନ୍ଧିଲେ ଅଧିକ ଆଖିଦୃଶିଆ ଲାଗିବ।