ବିଦେଶୀ ନେଇଗଲେ ଲକ୍ଷେ କୋଟି: ଫେବ୍ରୁଆରିରେ ୨୩,୭୧୦ କୋଟି

ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାର କାରବାରରେ ଗତ କିଛି ଦିନ ଧରି ଜାରି ରହିଥିବା ଅସ୍ଥିରତାର ଏକ ପ୍ରମୁଖ କାରଣ ହେଉଛି ବିଦେଶୀ ନିବେଶକମାନଙ୍କ ଦ୍ବାରା ପାଣ୍ଠି ପ୍ରତ୍ୟାହାର। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସେମାନେ ଭାରତରୁ ଲକ୍ଷେ କୋଟି ଟଙ୍କାରୁ ଅଧିକ ପ୍ରତ୍ୟାହାର କରିଛନ୍ତି। ସେଥିରୁ କେବଳ ଫେବ୍ରୁଆରି ମାସରେ ୨୩,୭୧୦ କୋଟି ଟଙ୍କା ନେଇଛନ୍ତି। ଜାନୁଆରିରେ ସେମାନେ ୭୮,୦୨୭ କୋଟି ଟଙ୍କା ନେଇଥିଲେ। ମୋଟ ଉପରେ ଚଳିତ ବର୍ଷ ସେମାନେ ୧,୦୧,୭୩୭ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ବିଦେଶୀ ନିବେଶକମାନେ ଭାରତ ତୁଳନାରେ ଚୀନ୍ ବଜାରକୁ ପ୍ରାଧାନ୍ୟ ଦେଉଥିବାରୁ, ଏଠାରୁ ନିଜର ନିବେଶ ରାଶି ପ୍ରତ୍ୟାହାର କରି, ତାହାକୁ ନେଇ ଚୀନ୍‌ରେ ନିବେଶ କରୁଛନ୍ତି।  ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇବାର ଧମକ ଦେଇ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ, ଭାରତୀୟ ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି। ଲଗାତାର ଭାବେ ସେନ୍‌ସେକ୍ସ ଓ ନିଫ୍ଟିରେ ହ୍ରାସ ଘଟୁଛି। ଚଳିତ ବର୍ଷ ନିବେଶକମାନେ ୩୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହରାଇସାରିଲେଣି। ସେନ୍‌ସେକ୍ସରେ ୩୦୦୦ ପଏଣ୍ଟ ପାଖାପାଖି ହ୍ରାସ ହୋଇଛି। ଭାରତରେ ମଧ୍ୟ କର୍ପୋରେଟ୍‌ ସଂସ୍ଥାଗୁଡ଼ିକର ଆୟ ଏତେଟା ଉତ୍ସାହଜନକ ନାହିଁ। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଲଗାତାର ଭାବେ ତଳକୁ ଖସୁଛି। ଫଳରେ ଇକ୍ବିଟି ବଜାର ପ୍ରତି ନିବେଶକମାନଙ୍କ ଯେଉଁ ଆକର୍ଷଣ ଥିଲା ତାହା ମଳିନ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବିଜୟୀ ହେବା ପରେ ସମଗ୍ର ବିଶ୍ବରୁ ପାଣ୍ଠି ପ୍ରତ୍ୟାହାର ହୋଇ ଆମେରିକା ଯାଉଛି। ଚୀନ୍ ମଧ୍ୟ ଏକ ଆକର୍ଷଣୀୟ ସ୍ଥାନ ଭାବେ ଉଭା ହୋଇଛି। ଚୀନ୍‌ର ସେୟାରଗୁଡ଼ିକର ଦାମ୍‌ ଭାରତୀୟ ସେୟାର ତୁଳନାରେ କମ୍ ରହିଛି। ତେଣୁ ବିଦେଶୀ ନିବେଶକମାନେ ‘ଭାରତର ବିକି, ଚୀନ୍‌ର କିଣିବା’ ନୀତି ଗ୍ରହଣ କରିଛନ୍ତି। ଚୀନ୍‌ ସରକାର ଅର୍ଥନୈତିକ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଥିବାରୁ ସେଠାକାର ବଜାର ଆକର୍ଷଣୀୟ ହୋଇଛି। କିନ୍ତୁ ସେହି ଆକର୍ଷଣ ଅଧିକ ସମୟ ରହିବାର ସମ୍ଭାବନା କିନ୍ତୁ କମ୍ ରହିଛି। ବ‌ିଦେଶୀ ନିବେଶକମାନଙ୍କ ମାନସିକତା ଜାଣିବା ଏକ କଷ୍ଟକର ବ୍ୟାପାର। କାରଣ ୨୦୨୨ରେ ସେମାନେ ଭାରତୀୟ ବଜାରରୁ ୧.୨୧ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। କିନ୍ତୁ ୨୦୨୩ରେ ୧.୭୧ ଲକ୍ଷ କୋଟି ଟଙ୍କା ନିବେଶ କରିଥିଲେ। ୨୦୨୪ରେ ନିବେଶ ଓ ପ୍ରତ୍ୟାହାରର ଧାରା ଜାରି ରହିଥିଲା। ବର୍ଷ ଶେଷ ବେଳକୁ ସେମାନଙ୍କ ନିଟ୍‌ ନିବେଶ ନଗଣ୍ୟ ୪୨୭ କୋଟି ଟଙ୍କା ଥିଲା।

Feb 24, 2025 - 09:29
ବିଦେଶୀ ନେଇଗଲେ ଲକ୍ଷେ କୋଟି: ଫେବ୍ରୁଆରିରେ ୨୩,୭୧୦ କୋଟି

ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାର କାରବାରରେ ଗତ କିଛି ଦିନ ଧରି ଜାରି ରହିଥିବା ଅସ୍ଥିରତାର ଏକ ପ୍ରମୁଖ କାରଣ ହେଉଛି ବିଦେଶୀ ନିବେଶକମାନଙ୍କ ଦ୍ବାରା ପାଣ୍ଠି ପ୍ରତ୍ୟାହାର। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ସେମାନେ ଭାରତରୁ ଲକ୍ଷେ କୋଟି ଟଙ୍କାରୁ ଅଧିକ ପ୍ରତ୍ୟାହାର କରିଛନ୍ତି। ସେଥିରୁ କେବଳ ଫେବ୍ରୁଆରି ମାସରେ ୨୩,୭୧୦ କୋଟି ଟଙ୍କା ନେଇଛନ୍ତି। ଜାନୁଆରିରେ ସେମାନେ ୭୮,୦୨୭ କୋଟି ଟଙ୍କା ନେଇଥିଲେ। ମୋଟ ଉପରେ ଚଳିତ ବର୍ଷ ସେମାନେ ୧,୦୧,୭୩୭ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ବିଦେଶୀ ନିବେଶକମାନେ ଭାରତ ତୁଳନାରେ ଚୀନ୍ ବଜାରକୁ ପ୍ରାଧାନ୍ୟ ଦେଉଥିବାରୁ, ଏଠାରୁ ନିଜର ନିବେଶ ରାଶି ପ୍ରତ୍ୟାହାର କରି, ତାହାକୁ ନେଇ ଚୀନ୍‌ରେ ନିବେଶ କରୁଛନ୍ତି। 

ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ପାଲଟା ଶୁଳ୍କ ଲଗାଇବାର ଧମକ ଦେଇ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ, ଭାରତୀୟ ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି। ଲଗାତାର ଭାବେ ସେନ୍‌ସେକ୍ସ ଓ ନିଫ୍ଟିରେ ହ୍ରାସ ଘଟୁଛି। ଚଳିତ ବର୍ଷ ନିବେଶକମାନେ ୩୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହରାଇସାରିଲେଣି। ସେନ୍‌ସେକ୍ସରେ ୩୦୦୦ ପଏଣ୍ଟ ପାଖାପାଖି ହ୍ରାସ ହୋଇଛି। ଭାରତରେ ମଧ୍ୟ କର୍ପୋରେଟ୍‌ ସଂସ୍ଥାଗୁଡ଼ିକର ଆୟ ଏତେଟା ଉତ୍ସାହଜନକ ନାହିଁ। ଡଲାର ତୁଳନାରେ ଟଙ୍କା ମୂଲ୍ୟ ଲଗାତାର ଭାବେ ତଳକୁ ଖସୁଛି। ଫଳରେ ଇକ୍ବିଟି ବଜାର ପ୍ରତି ନିବେଶକମାନଙ୍କ ଯେଉଁ ଆକର୍ଷଣ ଥିଲା ତାହା ମଳିନ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବିଜୟୀ ହେବା ପରେ ସମଗ୍ର ବିଶ୍ବରୁ ପାଣ୍ଠି ପ୍ରତ୍ୟାହାର ହୋଇ ଆମେରିକା ଯାଉଛି। ଚୀନ୍ ମଧ୍ୟ ଏକ ଆକର୍ଷଣୀୟ ସ୍ଥାନ ଭାବେ ଉଭା ହୋଇଛି।

ଚୀନ୍‌ର ସେୟାରଗୁଡ଼ିକର ଦାମ୍‌ ଭାରତୀୟ ସେୟାର ତୁଳନାରେ କମ୍ ରହିଛି। ତେଣୁ ବିଦେଶୀ ନିବେଶକମାନେ ‘ଭାରତର ବିକି, ଚୀନ୍‌ର କିଣିବା’ ନୀତି ଗ୍ରହଣ କରିଛନ୍ତି। ଚୀନ୍‌ ସରକାର ଅର୍ଥନୈତିକ ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଥିବାରୁ ସେଠାକାର ବଜାର ଆକର୍ଷଣୀୟ ହୋଇଛି। କିନ୍ତୁ ସେହି ଆକର୍ଷଣ ଅଧିକ ସମୟ ରହିବାର ସମ୍ଭାବନା କିନ୍ତୁ କମ୍ ରହିଛି। ବ‌ିଦେଶୀ ନିବେଶକମାନଙ୍କ ମାନସିକତା ଜାଣିବା ଏକ କଷ୍ଟକର ବ୍ୟାପାର। କାରଣ ୨୦୨୨ରେ ସେମାନେ ଭାରତୀୟ ବଜାରରୁ ୧.୨୧ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। କିନ୍ତୁ ୨୦୨୩ରେ ୧.୭୧ ଲକ୍ଷ କୋଟି ଟଙ୍କା ନିବେଶ କରିଥିଲେ। ୨୦୨୪ରେ ନିବେଶ ଓ ପ୍ରତ୍ୟାହାରର ଧାରା ଜାରି ରହିଥିଲା। ବର୍ଷ ଶେଷ ବେଳକୁ ସେମାନଙ୍କ ନିଟ୍‌ ନିବେଶ ନଗଣ୍ୟ ୪୨୭ କୋଟି ଟଙ୍କା ଥିଲା।