ନାବାଳିକା ଦୁଷ୍କର୍ମ ମାମଲା: ବାପାକୁ ୧୨ ବର୍ଷ ସଜ୍ଜା

ଭୁବନେଶ୍ବର: ୨୦୨୧ ମସିହାରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ୱର ଆଡ୍‌ହକ୍‌ ଆଡିସ୍‌ନାଲ୍‌ ସେସନ୍‌ସ ଜଜ୍‌, ଫାଷ୍ଟଟ୍ରାକ୍‌ ସ୍ପେସାଲ୍‌ କୋର୍ଟ(ପୋକ୍‌ସୋ)ବିଚାରପତି ସରୋଜ କୁମାର ସାହୁ ଆସାମୀକୁ ‌୧୨ ବର୍ଷ  ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ୫୦୦୦ ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୫ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ରହିଛି।  ଅଭିଯୁକ୍ତ ହେଉଛି ବାପା ବିକ୍ରମ ବେହେରା ଓରଫ ବିକୁ। ସେ ସ୍ୱଭାବରେ ଜଣେ ଖଳପ୍ରକୃତି, ନିଶାଖୋର ଓ ନଷ୍ଟଚରିତ୍ରର ବ୍ୟକ୍ତି। ବିକୁର ସ୍ତ୍ରୀ ବିରୋଧ କରିବାରୁ ସେ ସବୁବେଳେ ମାରଧର କରୁଥିଲା। ୨୦୨୧ ଜୁନ୍‌ ୧ ତାରିଖ ଅପରାହ୍ନରେ ବିକୁର ସ୍ତ୍ରୀ ବଡ଼ ଝିଅକୁ ସାଙ୍ଗରେ ନେଇ ନିକଟସ୍ଥ ହସ୍ପିଟାଲ୍‌କୁ ଯାଇଥିଲେ। ଘରେ ଏକୁଟିଆ ଥି‌ଲା ନାବାଳିକା ଝିଅ। ଏହି ସମୟରେ ଯୌନପିଶାଚ ବିକୁ ନିଜ ଝିଅକୁ ଜୋର୍‌ ଜବରଦସ୍ତ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ ମା’କୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲା।  ବିକୁର ସ୍ତ୍ରୀ ହସ୍ପିଟାଲ୍‌ରୁ ଫେରିବ‌ା ପରେ ଘଟଣା ସମ୍ପର୍କରେ ଶୁଣିବା ପରେ ମା’ର ମୁଣ୍ଡ ଘୂରାଇ ଦେଇଥିଲା। ସ୍ବାମୀର ସବୁ ନିର୍ଯାତନାକୁ ସହିଯାଉଥିବା ମହିଳାଜଣକ ଏଥର ଚୁପ୍‌ ରହିଲାନି। ଥାନାରେ ଅଭିଯୋଗ କରିବା ପରେ ମହିଳା ଥାନା ପୁଲିସ ବିକୁକୁ ଗିରଫ କରିଥିଲା। ୧୨ ଜଣ ସାକ୍ଷୀ ଓ ପୁଲିସର ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି କୋର୍ଟ ଆଜି ବିକୁକୁ ସଜ୍ଜ‌ା ଶୁଣାଇଛନ୍ତି। ଏଥିସହିତ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସ୍ପେସାଲ୍‌ ପବ୍ଲିକ୍ ପ୍ରସିକ୍ୟୁଟର୍‌ ରାଜୀବ ସାସମଲ ଓ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର୍‌ ବଳରାମ ଦେଓ ଏହି ମାମଲା ପରିଚାଳନା କରିଥିଲେ।

Feb 23, 2025 - 12:50
ନାବାଳିକା ଦୁଷ୍କର୍ମ ମାମଲା: ବାପାକୁ ୧୨ ବର୍ଷ ସଜ୍ଜା

ଭୁବନେଶ୍ବର: ୨୦୨୧ ମସିହାରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଭୁବନେଶ୍ୱର ଆଡ୍‌ହକ୍‌ ଆଡିସ୍‌ନାଲ୍‌ ସେସନ୍‌ସ ଜଜ୍‌, ଫାଷ୍ଟଟ୍ରାକ୍‌ ସ୍ପେସାଲ୍‌ କୋର୍ଟ(ପୋକ୍‌ସୋ)ବିଚାରପତି ସରୋଜ କୁମାର ସାହୁ ଆସାମୀକୁ ‌୧୨ ବର୍ଷ  ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ୫୦୦୦ ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୫ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ରହିଛି।  ଅଭିଯୁକ୍ତ ହେଉଛି ବାପା ବିକ୍ରମ ବେହେରା ଓରଫ ବିକୁ। ସେ ସ୍ୱଭାବରେ ଜଣେ ଖଳପ୍ରକୃତି, ନିଶାଖୋର ଓ ନଷ୍ଟଚରିତ୍ରର ବ୍ୟକ୍ତି। ବିକୁର ସ୍ତ୍ରୀ ବିରୋଧ କରିବାରୁ ସେ ସବୁବେଳେ ମାରଧର କରୁଥିଲା। ୨୦୨୧ ଜୁନ୍‌ ୧ ତାରିଖ ଅପରାହ୍ନରେ ବିକୁର ସ୍ତ୍ରୀ ବଡ଼ ଝିଅକୁ ସାଙ୍ଗରେ ନେଇ ନିକଟସ୍ଥ ହସ୍ପିଟାଲ୍‌କୁ ଯାଇଥିଲେ। ଘରେ ଏକୁଟିଆ ଥି‌ଲା ନାବାଳିକା ଝିଅ।

ଏହି ସମୟରେ ଯୌନପିଶାଚ ବିକୁ ନିଜ ଝିଅକୁ ଜୋର୍‌ ଜବରଦସ୍ତ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ ମା’କୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲା।  ବିକୁର ସ୍ତ୍ରୀ ହସ୍ପିଟାଲ୍‌ରୁ ଫେରିବ‌ା ପରେ ଘଟଣା ସମ୍ପର୍କରେ ଶୁଣିବା ପରେ ମା’ର ମୁଣ୍ଡ ଘୂରାଇ ଦେଇଥିଲା। ସ୍ବାମୀର ସବୁ ନିର୍ଯାତନାକୁ ସହିଯାଉଥିବା ମହିଳାଜଣକ ଏଥର ଚୁପ୍‌ ରହିଲାନି। ଥାନାରେ ଅଭିଯୋଗ କରିବା ପରେ ମହିଳା ଥାନା ପୁଲିସ ବିକୁକୁ ଗିରଫ କରିଥିଲା। ୧୨ ଜଣ ସାକ୍ଷୀ ଓ ପୁଲିସର ପ୍ରଯୁଜ୍ୟ ଦସ୍ତାବିଜକୁ ଆଧାର କରି କୋର୍ଟ ଆଜି ବିକୁକୁ ସଜ୍ଜ‌ା ଶୁଣାଇଛନ୍ତି। ଏଥିସହିତ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୩ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସ୍ପେସାଲ୍‌ ପବ୍ଲିକ୍ ପ୍ରସିକ୍ୟୁଟର୍‌ ରାଜୀବ ସାସମଲ ଓ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର୍‌ ବଳରାମ ଦେଓ ଏହି ମାମଲା ପରିଚାଳନା କରିଥିଲେ।