ଟ୍ରମ୍ପଙ୍କ ୨୧ ମିଲିୟନ୍ ଡଲାର ଦାବି: ଜବାବ ମାଗିଲା କଂଗ୍ରେସ
ନୂଆଦିଲ୍ଲୀ: ଭାରତର ନିର୍ବାଚନରେ ବାହ୍ୟ ହସ୍ତକ୍ଷେପ ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁଏସ୍ଏଡ୍କୁ ନେଇ ତୃତୀୟ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ‘ଭାରତରେ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମତଦାନ ହାର ବୃଦ୍ଧି ପାଇଁ ୨୧ ନିୟୁତ ଡଲାର ପଠାଯାଇଛି’ । ଟ୍ରମ୍ପଙ୍କ ଏହି ବୟାନ ପରେ କଂଗ୍ରେସ ଶନିବାର ବିଜେପିକୁ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ପ୍ରଥମେ ଆମେରିକା କହିଥିଲା ଯେ ଆମ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଟଙ୍କା ଆସୁଛି। ଏବେ ଟ୍ରମ୍ପ କହୁଛନ୍ତି ତାଙ୍କ ବନ୍ଧୁ(ମୋଦୀ)ଙ୍କ ପାଖକୁ ଟଙ୍କା ଆସିଛି। ଏହା ଦୁଇ ବନ୍ଧୁଙ୍କ କିଭଳି କାରବାର ତାହାର ସ୍ପଷ୍ଟୀକରଣ ଜରୁରୀ ବୋଲି ଖେରା କହିଛନ୍ତି। ସରକାରକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଆମେ ଜାଣିବାକୁ ଚାହୁଛୁ କିଏ ଟଙ୍କା ପାଇଲା ଏବଂ ଏହା କେଉଁଠି ଖର୍ଚ୍ଚ ହେଲା। ପାଣ୍ଠି ଯୋଗାଣ ପ୍ରସଙ୍ଗରେ ଏଜେନ୍ସିଗୁଡ଼ିକ ଯାଞ୍ଚ କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଦାବିକୁ ସିଧାସଳଖ ଖଣ୍ଡନ କରି ଖେରା କହିଛନ୍ତି, ସରକାର ସତ କହୁନାହାନ୍ତି। ସୂଚନାଯୋଗ୍ୟ, ତିନି ଦିନ ତଳେ ଟ୍ରମ୍ପ ଭାରତୀୟ ନିର୍ବାଚନରେ ବିଦେଶୀ ହସ୍ତକ୍ଷେପ ନେଇ ସଙ୍କେତ ଦେଇ କହିଥିଲେ, ‘୨୧ ନିୟୁତ ଡଲାର ଭାରତରେ ମତଦାନ ବଢ଼ାଇବାକୁ ଦିଆଯାଇଛି ଏବଂ କ୍ଷମତାରେ ଥିବା ସରକାର ବଦଳାଇବା ପାଇଁ ବୋଧହୁଏ ଏହି ପାଣ୍ଠି ବିନିଯୋଗ ହୋଇଛି। ଟ୍ରମ୍ପ ଗତକାଲି କହିଥିଲେ ଯେ ଏହି ସମଗ୍ର ପାଣ୍ଠି ଏକ ଲାଞ୍ଚ କାରବାର ଥିଲା। ୨୦୦୦ ୟୁଏସ୍ଏଡ୍ କର୍ମଚାରୀଙ୍କୁ ଛୁଟିରେ ରଖାଯିବ, ଟ୍ରମ୍ପ ପ୍ରଶାସନକୁ ଅନୁମତି ଦେଲେ ଫେଡେରାଲ ବିଚାରପତି ୱାସିଂଟନ: ୨୦୦୦ରୁ ଅଧିକ ୟୁଏସ୍ଏଡ୍ କର୍ମଚାରୀଙ୍କୁ ଛୁଟିରେ ରଖିବା ପାଇଁ ଟ୍ରମ୍ପ ପ୍ରଶାସନକୁ ଅଦାଲତ ଅନୁମତି ମିଳିଛି। ଜଣେ ଫେଡେରାଲ ବିଚାରପତି ଏ ସଂକ୍ରାନ୍ତ ଆଦେଶନାମା ଜାରି କରିଛନ୍ତି, ଯାହା କି ସରକାରୀ କର୍ମଚାରୀ ସଂଘଗୁଡ଼ିକ ପାଇଁ ଏକ ଝଟକା। ଵାସିଂଟନରେ ଥିବା ଆମେରିକାର ଜିଲ୍ଲା ଜଜ୍ କାର୍ଲ ନିକୋଲ୍ସ ମାମଲା ଆରମ୍ଭରେ ଦେଇଥିବା ଅସ୍ଥାୟୀ ନିଷେଧାଦେଶ ପ୍ରତ୍ୟାହାର କରିବା ସହ କର୍ମଚାରୀଙ୍କୁ ସେମାନଙ୍କ ପଦବିରେ ରଖିବା ଲାଗି ଦୀର୍ଘମିଆଦୀ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ସେ ଲେଖିଛନ୍ତି ଯେ ଛୁଟିରେ ରଖାଯାଇଥିବା ୟୁଏସ୍ଏଡ୍ କର୍ମଚାରୀମାନେ ଏବେ ବି ଆମେରିକୀୟ ସୁରକ୍ଷା ଦ୍ୱାରା ସୁରକ୍ଷିତ ରହିବେ ବୋଲି କୋର୍ଟ ଫାଇଲିଂରେ ପ୍ରଶାସନର ପ୍ରତିଶ୍ରୁତି ନେଇ ସେ ସନ୍ତୁଷ୍ଟ ଅଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନରେ ସମସ୍ତ ବିଦେଶୀ ସହାୟତା ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ୟୁଏସ୍ଏ ମୁଖ୍ୟାଳୟକୁ ବନ୍ଦ କରିବା ଭଳି ପଦକ୍ଷେପ ଗ୍ରହଣ କରିଥିଲେ।


ନୂଆଦିଲ୍ଲୀ: ଭାରତର ନିର୍ବାଚନରେ ବାହ୍ୟ ହସ୍ତକ୍ଷେପ ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁଏସ୍ଏଡ୍କୁ ନେଇ ତୃତୀୟ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ‘ଭାରତରେ ମୋ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମତଦାନ ହାର ବୃଦ୍ଧି ପାଇଁ ୨୧ ନିୟୁତ ଡଲାର ପଠାଯାଇଛି’ । ଟ୍ରମ୍ପଙ୍କ ଏହି ବୟାନ ପରେ କଂଗ୍ରେସ ଶନିବାର ବିଜେପିକୁ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ପ୍ରଥମେ ଆମେରିକା କହିଥିଲା ଯେ ଆମ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଟଙ୍କା ଆସୁଛି। ଏବେ ଟ୍ରମ୍ପ କହୁଛନ୍ତି ତାଙ୍କ ବନ୍ଧୁ(ମୋଦୀ)ଙ୍କ ପାଖକୁ ଟଙ୍କା ଆସିଛି। ଏହା ଦୁଇ ବନ୍ଧୁଙ୍କ କିଭଳି କାରବାର ତାହାର ସ୍ପଷ୍ଟୀକରଣ ଜରୁରୀ ବୋଲି ଖେରା କହିଛନ୍ତି। ସରକାରକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଆମେ ଜାଣିବାକୁ ଚାହୁଛୁ କିଏ ଟଙ୍କା ପାଇଲା ଏବଂ ଏହା କେଉଁଠି ଖର୍ଚ୍ଚ ହେଲା। ପାଣ୍ଠି ଯୋଗାଣ ପ୍ରସଙ୍ଗରେ ଏଜେନ୍ସିଗୁଡ଼ିକ ଯାଞ୍ଚ କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଦାବିକୁ ସିଧାସଳଖ ଖଣ୍ଡନ କରି ଖେରା କହିଛନ୍ତି, ସରକାର ସତ କହୁନାହାନ୍ତି। ସୂଚନାଯୋଗ୍ୟ, ତିନି ଦିନ ତଳେ ଟ୍ରମ୍ପ ଭାରତୀୟ ନିର୍ବାଚନରେ ବିଦେଶୀ ହସ୍ତକ୍ଷେପ ନେଇ ସଙ୍କେତ ଦେଇ କହିଥିଲେ, ‘୨୧ ନିୟୁତ ଡଲାର ଭାରତରେ ମତଦାନ ବଢ଼ାଇବାକୁ ଦିଆଯାଇଛି ଏବଂ କ୍ଷମତାରେ ଥିବା ସରକାର ବଦଳାଇବା ପାଇଁ ବୋଧହୁଏ ଏହି ପାଣ୍ଠି ବିନିଯୋଗ ହୋଇଛି। ଟ୍ରମ୍ପ ଗତକାଲି କହିଥିଲେ ଯେ ଏହି ସମଗ୍ର ପାଣ୍ଠି ଏକ ଲାଞ୍ଚ କାରବାର ଥିଲା।
୨୦୦୦ ୟୁଏସ୍ଏଡ୍ କର୍ମଚାରୀଙ୍କୁ ଛୁଟିରେ ରଖାଯିବ, ଟ୍ରମ୍ପ ପ୍ରଶାସନକୁ ଅନୁମତି ଦେଲେ ଫେଡେରାଲ ବିଚାରପତି
ୱାସିଂଟନ: ୨୦୦୦ରୁ ଅଧିକ ୟୁଏସ୍ଏଡ୍ କର୍ମଚାରୀଙ୍କୁ ଛୁଟିରେ ରଖିବା ପାଇଁ ଟ୍ରମ୍ପ ପ୍ରଶାସନକୁ ଅଦାଲତ ଅନୁମତି ମିଳିଛି। ଜଣେ ଫେଡେରାଲ ବିଚାରପତି ଏ ସଂକ୍ରାନ୍ତ ଆଦେଶନାମା ଜାରି କରିଛନ୍ତି, ଯାହା କି ସରକାରୀ କର୍ମଚାରୀ ସଂଘଗୁଡ଼ିକ ପାଇଁ ଏକ ଝଟକା। ଵାସିଂଟନରେ ଥିବା ଆମେରିକାର ଜିଲ୍ଲା ଜଜ୍ କାର୍ଲ ନିକୋଲ୍ସ ମାମଲା ଆରମ୍ଭରେ ଦେଇଥିବା ଅସ୍ଥାୟୀ ନିଷେଧାଦେଶ ପ୍ରତ୍ୟାହାର କରିବା ସହ କର୍ମଚାରୀଙ୍କୁ ସେମାନଙ୍କ ପଦବିରେ ରଖିବା ଲାଗି ଦୀର୍ଘମିଆଦୀ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ସେ ଲେଖିଛନ୍ତି ଯେ ଛୁଟିରେ ରଖାଯାଇଥିବା ୟୁଏସ୍ଏଡ୍ କର୍ମଚାରୀମାନେ ଏବେ ବି ଆମେରିକୀୟ ସୁରକ୍ଷା ଦ୍ୱାରା ସୁରକ୍ଷିତ ରହିବେ ବୋଲି କୋର୍ଟ ଫାଇଲିଂରେ ପ୍ରଶାସନର ପ୍ରତିଶ୍ରୁତି ନେଇ ସେ ସନ୍ତୁଷ୍ଟ ଅଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନରେ ସମସ୍ତ ବିଦେଶୀ ସହାୟତା ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ୟୁଏସ୍ଏ ମୁଖ୍ୟାଳୟକୁ ବନ୍ଦ କରିବା ଭଳି ପଦକ୍ଷେପ ଗ୍ରହଣ କରିଥିଲେ।