ଚଳନ୍ତିକା: ଶେଷ ନିଃଶ୍ବାସ ନେଉଛି କୋଲ୍‌କାତାର ହଳଦିଆ ଟ୍ୟାକ୍ସି

ନୂତନ ନିର୍ଗମନ ନିୟମ ହେତୁ କୋଲ୍‌କାତା ନଗରୀର ସ୍ବର୍ଣ୍ଣିମ ଅତୀତର ସନ୍ତକ ପ୍ରସିଦ୍ଧ ହଳଦିଆ ଆମ୍ବାସାଡର୍‌ ଟ୍ୟାକ୍ସି ଆଉ ରାସ୍ତାରେ ଦେଖିବାକୁ ମିଳିବ ନାହିଁ। ଏହାର ଅନ୍ତର୍ଦ୍ଧାନ ସହ ଗୋଟାଏ ଯୁଗର ମଧ୍ୟ ଅବସାନ ଘଟିବ। ସହରର ଅତୀତ ପ୍ରତି ଶ୍ରଦ୍ଧା ଥିବାରୁ ଘାଉଁ ଘାଉଁ ଶବ୍ଦ କରି ଚାଲୁଥିବା ବୃହତ୍‌ ଆକୃତିର ବଡ଼ ବଡ଼ ହଳଦିଆ ଅାମ୍ବାସାଡର୍‌ ଟ୍ୟାକ୍ସି ଅନ୍ତର୍ଦ୍ଧାନ ହେବା କୋଲ୍‌କାତାବାସୀଙ୍କୁ ବ୍ୟଥିତ କରୁଛି। ଏକଦା ଖାଲଖମା ଭରା ଭାରତୀୟ ସଡ଼କରେ ରାଜୁତି କରୁଥିବା ହିନ୍ଦୁସ୍ତାନ୍‌ ମୋଟର୍ସର ଆମ୍ବାସାଡର୍‌ କାର୍‌ ପ୍ରଚଳନ ଆରମ୍ଭ ହୋଇଥିଲା ୧୯୫୦ ଦଶକରେ। ସେବେଠାରୁ ତା’ର ଚେହେରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହୋଇ ନ ଥିଲା।ଆଜିକାଲି କୋଲ୍‌କାତା ବାହାରେ ଆମ୍ବାସାଡର୍‌ ଗାଡ଼ି କ୍ବଚିତ୍‌ ଦୃଶ୍ୟମାନ ହେଉଛି। ଦିନଥିଲା ଭାରତୀୟ ପୂର୍ବପ୍ରାନ୍ତ ମହାନଗରୀ କୋଲ୍‌କାତା କହିଲେ ରାଜରାସ୍ତାରେ ଚାଲୁଥିବା ମାଳ ମାଳ ହଳଦିଆ ଆମ୍ବାସାଡର୍‌ ଟ୍ୟାକ୍ସି କଥା ମନେପଡ଼ି ଯାଉଥିଲା। ତେଣୁ ଆମ୍ବାସାଡର୍‌କୁ କୋଲ୍‌କାତା ମହାନଗର ଟ୍ୟାକ୍ସି ଜଗତ୍‌ର ମଉଡ଼ମଣି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ, ଏବେ ଆମ୍ବାସାଡର୍‌ କାର୍‌ସଂଖ୍ୟା ଦ୍ରୁତ ହ୍ରାସ ପାଉଛି। ଯେଉଁ କେତେକ ଏବେ ବି ଦମ୍ଭିଲା ଓ ଚଳନକ୍ଷମ ଅଛି ଆଗାମୀ ତିନିବର୍ଷ ମଧ୍ୟରେ ସେସବୁ ରାସ୍ତାଘାଟରୁ ସମ୍ପୂର୍ଣ୍ଣ ବିଦାୟ ନେବାକୁ ବାଧ୍ୟହେବ। ବିଗତ ଚାରି ଦଶନ୍ଧି ହେବ ଆମ୍ବାସାଡର୍‌ ଟ୍ୟାକ୍ସି ଚଳାଉଥିବା ୭୦ ବର୍ଷୀୟ କୈଳାସ ସାହାଣୀ କହନ୍ତି, ମୋ କାର୍‌କୁ ମୁଁ ମୋ ପୁଅଭଳି ସ୍ନେହକରେ। ଏଇଟା ଗୋଟାଏ ସିଧାସାଧା କାର୍‌- ଇଲେକ୍ଟ୍ରୋନିକ୍ସ୍‌ ନାହିଁ କି, ଅଯଥା ପାର୍ଟସ୍‌ ବି ନାହିଁ। ସବୁକିଛି କେତେ ବଦଳିଗଲାଣି ବିଶ୍ବାସ କରିହେଉନି। ଏହା କେବଳ ଟ୍ୟାକ୍ସିର ଅବସାନ ନୁହେଁ, ଆମର ଅବସାନ ମଧ୍ୟ। ସହରର କ୍ରମବର୍ଦ୍ଧିଷ୍ଣୁ ଧୂଆଁ ପ୍ରଦୂଷଣ ହ୍ରାସ ନିମନ୍ତେ ୨୦୦୯ରେ ପ୍ରଣୟନ କରାଯାଇଥିବା କଠୋର ନିର୍ଗମନ ମାନକ କାରଣରୁ ଆମ୍ବାସାଡର୍‌ ଟ୍ୟାକ୍ସି ପରିତ୍ୟାଗ କରୁଥିବା ଅସଂଖ୍ୟ ଟ୍ୟାକ୍ସି ଚାଳକଙ୍କ ମଧ୍ୟରୁ ସାହାଣୀ ଅନ୍ୟତମ। ବେଙ୍ଗଲ୍‌ ଟ୍ୟାକ୍ସି ଆସୋସିଏସନ୍‌ ହିସାବ ଅନୁସାରେ, ଗତବର୍ଷ ଆମ୍ବାସାଡର୍‌ ଟ୍ୟାକ୍ସିସଂଖ୍ୟା ୭୦୦୦ ଥିଲା, ଏବେ ତାହା ପ୍ରାୟ ୨,୫୦୦ରେ ପହଞ୍ଚିଲାଣି।ପଶ୍ଚିମବଙ୍ଗ ରାଜ୍ୟ ପରିବହନ ମନ୍ତ୍ରୀ ସ୍ନେହାଶିଷ ଚକ୍ରବର୍ତ୍ତୀ କହନ୍ତି, ଚଳିତବର୍ଷ ଆଉ ୧୦୦୦ଟି ଟ୍ୟାକ୍ସି ଅବସର ନେବେ। ଆଉ ଯେତିକି ରହିଲା ସେ ସବୁ ୨୦୨୭ ସୁଦ୍ଧା ବିଦାହେବେ। ବେଙ୍ଗଲ୍‌ ଟ୍ୟାକ୍ସି ଆସୋସିଏସନ୍‌ର ମୁଖପାତ୍ର ସଞ୍ଜୀବ ରାୟ କହନ୍ତି, ଏ କାର୍‌ ମଜଭୁତିଆ। ପାର୍ଟ ଓ ମରାମତି ଖର୍ଚ୍ଚ ଶସ୍ତା। ଯଦି ଖରାପ ହୋଇଯାଏ ମେକାନିକ୍‌ ପାଇବା ବି ସହଜ। କୋଲ୍‌କାତାର ଉତ୍ତର ଉପକଣ୍ଠସ୍ଥିତ କାରଖାନାରୁ ୧୯୫୭ରେ ଆରମ୍ଭ ହୋଇଥିବା ହିନ୍ଦୁସ୍ତାନ୍‌ ଆମ୍ବାସାଡର୍‌ ଥିଲା ଭାରତୀୟ ମୋଟର୍‌ ଯାନ ଶିଳ୍ପର ମୂଳଦୁଆ। ସ୍ବାଧୀନ ରାଷ୍ଟ୍ର ହେବା ପରେ ଭାରତର ଇତିହାସରେ ବ୍ରିଟେନ୍‌ର ‘ମୋରିସ୍‌ ମୋଟର୍ସ’ କମ୍ପାନିର ଚମତ୍କାର ସିଡାନ୍‌ କାର୍‌ ମଡେଲ୍‌ ସଦୃଶ ଆମ୍ବାସାଡର୍‌ କାର୍‌ ମୋଟର୍‌ ଶିଳ୍ପ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିଲା। ଝରକାରେ ଝାଲେରି କାମକରା ପରଦା ଲାଗିଥିବା ଆମ୍ବାସାଡର୍‌ କାର୍‌ର ଡିଲକ୍ସ ମଡେଲ୍‌ ବହୁବର୍ଷ ଧରି ମନ୍ତ୍ରୀ, ଅଧିକାରୀ ଓ ଶିଳ୍ପପତିମାନଙ୍କ ଯାତାୟାତ ନିମନ୍ତେ ଥିଲା ପ୍ରମୁଖ ମାଧ୍ୟମ। ସେ ସମୟରେ ଭାରତରେ ପ୍ରଚଳିତ ଆଂଶିକ ସମାଜବାଦୀ ଅର୍ଥନୀତି ଯୋଗୁଁ ମଧ୍ୟ ଯଥେଷ୍ଟସଂଖ୍ୟକ କାର୍‌ ଉତ୍ପାଦନ କରାଯାଇ ପାରୁ ନ ଥିଲା। ଅଯଥା ସରକାରୀ କଟକଣା ଯୋଗୁଁ ହିନ୍ଦୁସ୍ଥାନ୍‌ ମୋଟର୍ସ ଚାହିଦା ଅନୁସାରେ ଗାଡ଼ି ଉତ୍ପାଦନ ବୃଦ୍ଧି କରି ପାରୁ ନ ଥିବାରୁ କ୍ରେତାମାନଙ୍କୁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡୁଥିଲା। ୧୯୮୦ ଦଶକଠାରୁ ବଜାର ସଂସ୍କାର ହେତୁ ଅଧିକ ଆଧୁନିକ ଯାନବାହାନ ଆସିଲା ଓ ଭାରତୀୟ ସଡ଼କରୁ ଆମ୍ବାସାଡର୍‌ କ୍ରମଶଃ ହ୍ରାସ ପାଇଲା ଏବଂ ଚାହିଦା ନ ରହିବାରୁ ୨୦୧୪ରେ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ହିନ୍ଦୁସ୍ତାନ୍‌ ମୋଟର୍ସର ମୁଖ୍ୟାଳୟ ହୋଇଥିବାରୁ କୋଲ୍‌କାତାରେ ହିଁ ବହୁସଂଖ୍ୟକ ଆମ୍ବାସାଡର୍‌ କାର୍‌ ଦେଖାଯାଏ ଏବଂ ଏହି କାର୍‌ ହିଁ କୋଲ୍‌କାତାକୁ ଭାରତର ଅତୀତ ସହିତ ବାନ୍ଧି ରଖିଛି। ଅବସରପ୍ରାପ୍ତ ୭୫ ବର୍ଷୀୟ କୋଲ୍‌କାତା ସ୍କୁଲ୍‌ ଶିକ୍ଷକ ଉତ୍ପଳ ବସୁ କହନ୍ତି, ସମୟ ସହିତ ତାଳ ଦେଇ ଚାଲିବା ମୋ ପରି ଲୋକମାନଙ୍କ ପକ୍ଷେ କଷ୍ଟକର। କେତେ କାର୍‌ ଯିବ, କେତେ ନୂଆ କ‌ାର୍‌ ଆସିବ। କିନ୍ତୁ, କୋଲ୍‌କାତା ପୁଣି ଗୋଟାଏ ପ୍ରସିଦ୍ଧ ସନ୍ତକ ହରାଉଥିବାରୁ ମୋର ମନକଷ୍ଟ ହେଉଛି।

Feb 23, 2025 - 12:50
ଚଳନ୍ତିକା: ଶେଷ ନିଃଶ୍ବାସ ନେଉଛି କୋଲ୍‌କାତାର ହଳଦିଆ ଟ୍ୟାକ୍ସି

ନୂତନ ନିର୍ଗମନ ନିୟମ ହେତୁ କୋଲ୍‌କାତା ନଗରୀର ସ୍ବର୍ଣ୍ଣିମ ଅତୀତର ସନ୍ତକ ପ୍ରସିଦ୍ଧ ହଳଦିଆ ଆମ୍ବାସାଡର୍‌ ଟ୍ୟାକ୍ସି ଆଉ ରାସ୍ତାରେ ଦେଖିବାକୁ ମିଳିବ ନାହିଁ। ଏହାର ଅନ୍ତର୍ଦ୍ଧାନ ସହ ଗୋଟାଏ ଯୁଗର ମଧ୍ୟ ଅବସାନ ଘଟିବ। ସହରର ଅତୀତ ପ୍ରତି ଶ୍ରଦ୍ଧା ଥିବାରୁ ଘାଉଁ ଘାଉଁ ଶବ୍ଦ କରି ଚାଲୁଥିବା ବୃହତ୍‌ ଆକୃତିର ବଡ଼ ବଡ଼ ହଳଦିଆ ଅାମ୍ବାସାଡର୍‌ ଟ୍ୟାକ୍ସି ଅନ୍ତର୍ଦ୍ଧାନ ହେବା କୋଲ୍‌କାତାବାସୀଙ୍କୁ ବ୍ୟଥିତ କରୁଛି। ଏକଦା ଖାଲଖମା ଭରା ଭାରତୀୟ ସଡ଼କରେ ରାଜୁତି କରୁଥିବା ହିନ୍ଦୁସ୍ତାନ୍‌ ମୋଟର୍ସର ଆମ୍ବାସାଡର୍‌ କାର୍‌ ପ୍ରଚଳନ ଆରମ୍ଭ ହୋଇଥିଲା ୧୯୫୦ ଦଶକରେ। ସେବେଠାରୁ ତା’ର ଚେହେରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହୋଇ ନ ଥିଲା।
ଆଜିକାଲି କୋଲ୍‌କାତା ବାହାରେ ଆମ୍ବାସାଡର୍‌ ଗାଡ଼ି କ୍ବଚିତ୍‌ ଦୃଶ୍ୟମାନ ହେଉଛି। ଦିନଥିଲା ଭାରତୀୟ ପୂର୍ବପ୍ରାନ୍ତ ମହାନଗରୀ କୋଲ୍‌କାତା କହିଲେ ରାଜରାସ୍ତାରେ ଚାଲୁଥିବା ମାଳ ମାଳ ହଳଦିଆ ଆମ୍ବାସାଡର୍‌ ଟ୍ୟାକ୍ସି କଥା ମନେପଡ଼ି ଯାଉଥିଲା। ତେଣୁ ଆମ୍ବାସାଡର୍‌କୁ କୋଲ୍‌କାତା ମହାନଗର ଟ୍ୟାକ୍ସି ଜଗତ୍‌ର ମଉଡ଼ମଣି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ, ଏବେ ଆମ୍ବାସାଡର୍‌ କାର୍‌ସଂଖ୍ୟା ଦ୍ରୁତ ହ୍ରାସ ପାଉଛି। ଯେଉଁ କେତେକ ଏବେ ବି ଦମ୍ଭିଲା ଓ ଚଳନକ୍ଷମ ଅଛି ଆଗାମୀ ତିନିବର୍ଷ ମଧ୍ୟରେ ସେସବୁ ରାସ୍ତାଘାଟରୁ ସମ୍ପୂର୍ଣ୍ଣ ବିଦାୟ ନେବାକୁ ବାଧ୍ୟହେବ।

ବିଗତ ଚାରି ଦଶନ୍ଧି ହେବ ଆମ୍ବାସାଡର୍‌ ଟ୍ୟାକ୍ସି ଚଳାଉଥିବା ୭୦ ବର୍ଷୀୟ କୈଳାସ ସାହାଣୀ କହନ୍ତି, ମୋ କାର୍‌କୁ ମୁଁ ମୋ ପୁଅଭଳି ସ୍ନେହକରେ। ଏଇଟା ଗୋଟାଏ ସିଧାସାଧା କାର୍‌- ଇଲେକ୍ଟ୍ରୋନିକ୍ସ୍‌ ନାହିଁ କି, ଅଯଥା ପାର୍ଟସ୍‌ ବି ନାହିଁ। ସବୁକିଛି କେତେ ବଦଳିଗଲାଣି ବିଶ୍ବାସ କରିହେଉନି। ଏହା କେବଳ ଟ୍ୟାକ୍ସିର ଅବସାନ ନୁହେଁ, ଆମର ଅବସାନ ମଧ୍ୟ। ସହରର କ୍ରମବର୍ଦ୍ଧିଷ୍ଣୁ ଧୂଆଁ ପ୍ରଦୂଷଣ ହ୍ରାସ ନିମନ୍ତେ ୨୦୦୯ରେ ପ୍ରଣୟନ କରାଯାଇଥିବା କଠୋର ନିର୍ଗମନ ମାନକ କାରଣରୁ ଆମ୍ବାସାଡର୍‌ ଟ୍ୟାକ୍ସି ପରିତ୍ୟାଗ କରୁଥିବା ଅସଂଖ୍ୟ ଟ୍ୟାକ୍ସି ଚାଳକଙ୍କ ମଧ୍ୟରୁ ସାହାଣୀ ଅନ୍ୟତମ।

ବେଙ୍ଗଲ୍‌ ଟ୍ୟାକ୍ସି ଆସୋସିଏସନ୍‌ ହିସାବ ଅନୁସାରେ, ଗତବର୍ଷ ଆମ୍ବାସାଡର୍‌ ଟ୍ୟାକ୍ସିସଂଖ୍ୟା ୭୦୦୦ ଥିଲା, ଏବେ ତାହା ପ୍ରାୟ ୨,୫୦୦ରେ ପହଞ୍ଚିଲାଣି।
ପଶ୍ଚିମବଙ୍ଗ ରାଜ୍ୟ ପରିବହନ ମନ୍ତ୍ରୀ ସ୍ନେହାଶିଷ ଚକ୍ରବର୍ତ୍ତୀ କହନ୍ତି, ଚଳିତବର୍ଷ ଆଉ ୧୦୦୦ଟି ଟ୍ୟାକ୍ସି ଅବସର ନେବେ। ଆଉ ଯେତିକି ରହିଲା ସେ ସବୁ ୨୦୨୭ ସୁଦ୍ଧା ବିଦାହେବେ। ବେଙ୍ଗଲ୍‌ ଟ୍ୟାକ୍ସି ଆସୋସିଏସନ୍‌ର ମୁଖପାତ୍ର ସଞ୍ଜୀବ ରାୟ କହନ୍ତି, ଏ କାର୍‌ ମଜଭୁତିଆ। ପାର୍ଟ ଓ ମରାମତି ଖର୍ଚ୍ଚ ଶସ୍ତା। ଯଦି ଖରାପ ହୋଇଯାଏ ମେକାନିକ୍‌ ପାଇବା ବି ସହଜ। କୋଲ୍‌କାତାର ଉତ୍ତର ଉପକଣ୍ଠସ୍ଥିତ କାରଖାନାରୁ ୧୯୫୭ରେ ଆରମ୍ଭ ହୋଇଥିବା ହିନ୍ଦୁସ୍ତାନ୍‌ ଆମ୍ବାସାଡର୍‌ ଥିଲା ଭାରତୀୟ ମୋଟର୍‌ ଯାନ ଶିଳ୍ପର ମୂଳଦୁଆ। ସ୍ବାଧୀନ ରାଷ୍ଟ୍ର ହେବା ପରେ ଭାରତର ଇତିହାସରେ ବ୍ରିଟେନ୍‌ର ‘ମୋରିସ୍‌ ମୋଟର୍ସ’ କମ୍ପାନିର ଚମତ୍କାର ସିଡାନ୍‌ କାର୍‌ ମଡେଲ୍‌ ସଦୃଶ ଆମ୍ବାସାଡର୍‌ କାର୍‌ ମୋଟର୍‌ ଶିଳ୍ପ କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିଲା। ଝରକାରେ ଝାଲେରି କାମକରା ପରଦା ଲାଗିଥିବା ଆମ୍ବାସାଡର୍‌ କାର୍‌ର ଡିଲକ୍ସ ମଡେଲ୍‌ ବହୁବର୍ଷ ଧରି ମନ୍ତ୍ରୀ, ଅଧିକାରୀ ଓ ଶିଳ୍ପପତିମାନଙ୍କ ଯାତାୟାତ ନିମନ୍ତେ ଥିଲା ପ୍ରମୁଖ ମାଧ୍ୟମ। ସେ ସମୟରେ ଭାରତରେ ପ୍ରଚଳିତ ଆଂଶିକ ସମାଜବାଦୀ ଅର୍ଥନୀତି ଯୋଗୁଁ ମଧ୍ୟ ଯଥେଷ୍ଟସଂଖ୍ୟକ କାର୍‌ ଉତ୍ପାଦନ କରାଯାଇ ପାରୁ ନ ଥିଲା। ଅଯଥା ସରକାରୀ କଟକଣା ଯୋଗୁଁ ହିନ୍ଦୁସ୍ଥାନ୍‌ ମୋଟର୍ସ ଚାହିଦା ଅନୁସାରେ ଗାଡ଼ି ଉତ୍ପାଦନ ବୃଦ୍ଧି କରି ପାରୁ ନ ଥିବାରୁ କ୍ରେତାମାନଙ୍କୁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡୁଥିଲା।

୧୯୮୦ ଦଶକଠାରୁ ବଜାର ସଂସ୍କାର ହେତୁ ଅଧିକ ଆଧୁନିକ ଯାନବାହାନ ଆସିଲା ଓ ଭାରତୀୟ ସଡ଼କରୁ ଆମ୍ବାସାଡର୍‌ କ୍ରମଶଃ ହ୍ରାସ ପାଇଲା ଏବଂ ଚାହିଦା ନ ରହିବାରୁ ୨୦୧୪ରେ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ହିନ୍ଦୁସ୍ତାନ୍‌ ମୋଟର୍ସର ମୁଖ୍ୟାଳୟ ହୋଇଥିବାରୁ କୋଲ୍‌କାତାରେ ହିଁ ବହୁସଂଖ୍ୟକ ଆମ୍ବାସାଡର୍‌ କାର୍‌ ଦେଖାଯାଏ ଏବଂ ଏହି କାର୍‌ ହିଁ କୋଲ୍‌କାତାକୁ ଭାରତର ଅତୀତ ସହିତ ବାନ୍ଧି ରଖିଛି। ଅବସରପ୍ରାପ୍ତ ୭୫ ବର୍ଷୀୟ କୋଲ୍‌କାତା ସ୍କୁଲ୍‌ ଶିକ୍ଷକ ଉତ୍ପଳ ବସୁ କହନ୍ତି, ସମୟ ସହିତ ତାଳ ଦେଇ ଚାଲିବା ମୋ ପରି ଲୋକମାନଙ୍କ ପକ୍ଷେ କଷ୍ଟକର। କେତେ କାର୍‌ ଯିବ, କେତେ ନୂଆ କ‌ାର୍‌ ଆସିବ। କିନ୍ତୁ, କୋଲ୍‌କାତା ପୁଣି ଗୋଟାଏ ପ୍ରସିଦ୍ଧ ସନ୍ତକ ହରାଉଥିବାରୁ ମୋର ମନକଷ୍ଟ ହେଉଛି।