ଆଦାନୀ ଗ୍ରୁପ୍ ଦେଇଛି ୫୮,୧୦୪ କୋଟି ଟିକସ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ୨୦୨୩-୨୪ ଆର୍ଥିକ ବର୍ଷରେ ସାରା ବିଶ୍ବରେ ଟିକସ ବାବଦରେ ୫୮,୧୦୪.୪0 କୋଟି ଟଙ୍କା ପ୍ରଦାନ କରିଛି। ୨୦୨୨-୨୩ରେ ଏହା ଦେଇଥିବା ୪୬,୬୧୦.୨ କୋଟି ଟଙ୍କା ଟିକସ ତୁଳନାରେ ତାହା ୧୧ହଜାର କୋଟି ଟଙ୍କାରୁ ଅଧିକ। ଆଦାନୀ ଗ୍ରୁପ୍‌ର ସାତଟି କମ୍ପାନି ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌, ଆଦାନୀ ଗ୍ରିନ୍ ଏନର୍ଜି, ଆଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ପାୱାର, ଆଦାନୀ ଟୋଟାଲ୍ ଗ୍ୟାସ୍ ଓ ଅମ୍ବୁଜା ସିମେଣ୍ଟ ପ୍ରଦାନ କରିଥିବା ଟିକସ ସମ୍ପର୍କରେ ଏକ ରିପୋର୍ଟରେ ସୂଚନା ଦିଆଯାଇଛି। ଏନ୍‌ଡିଟିଭି, ଏସିସି ଓ ସଂଘି ଇଣ୍ଡଷ୍ଟ୍ରିଜ୍‌ର ଟିକସକୁ ମଧ୍ୟ ସେଥିରେ ଯୋଡ଼ାଯାଇଛି। ଆମେରିକାର ହି‌ଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଆଦାନୀ ଗ୍ରୁପ୍ ବିରୋଧରେ ଆକାଉଣ୍ଟିଂ ହେରଫେର, ଷ୍ଟକ୍‌ ଜାଲିଆତି ଓ ଜାଲ୍‌ କମ୍ପାନି ଗଠନ ଭଳି ସଙ୍ଗିନ ଅଭିଯୋଗ କରାଯିବା ପରେ କମ୍ପାନିର ଭାବମୂର୍ତ୍ତି ପ୍ରଭାବିତ ହୋଇଥିଲା। ଆମେରିକାର ଆଇନ ବିଭାଗ ଗୌତମ ଆଦାନୀଙ୍କ ନାମରେ ଲାଞ୍ଚ କାରବାର ଅଭିଯୋଗ କରିଥିଲା।

Feb 24, 2025 - 09:29
ଆଦାନୀ ଗ୍ରୁପ୍ ଦେଇଛି ୫୮,୧୦୪ କୋଟି ଟିକସ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ୨୦୨୩-୨୪ ଆର୍ଥିକ ବର୍ଷରେ ସାରା ବିଶ୍ବରେ ଟିକସ ବାବଦରେ ୫୮,୧୦୪.୪0 କୋଟି ଟଙ୍କା ପ୍ରଦାନ କରିଛି। ୨୦୨୨-୨୩ରେ ଏହା ଦେଇଥିବା ୪୬,୬୧୦.୨ କୋଟି ଟଙ୍କା ଟିକସ ତୁଳନାରେ ତାହା ୧୧ହଜାର କୋଟି ଟଙ୍କାରୁ ଅଧିକ। ଆଦାନୀ ଗ୍ରୁପ୍‌ର ସାତଟି କମ୍ପାନି ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌, ଆଦାନୀ ଗ୍ରିନ୍ ଏନର୍ଜି, ଆଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ପାୱାର, ଆଦାନୀ ଟୋଟାଲ୍ ଗ୍ୟାସ୍ ଓ ଅମ୍ବୁଜା ସିମେଣ୍ଟ ପ୍ରଦାନ କରିଥିବା ଟିକସ ସମ୍ପର୍କରେ ଏକ ରିପୋର୍ଟରେ ସୂଚନା ଦିଆଯାଇଛି।

ଏନ୍‌ଡିଟିଭି, ଏସିସି ଓ ସଂଘି ଇଣ୍ଡଷ୍ଟ୍ରିଜ୍‌ର ଟିକସକୁ ମଧ୍ୟ ସେଥିରେ ଯୋଡ଼ାଯାଇଛି। ଆମେରିକାର ହି‌ଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଆଦାନୀ ଗ୍ରୁପ୍ ବିରୋଧରେ ଆକାଉଣ୍ଟିଂ ହେରଫେର, ଷ୍ଟକ୍‌ ଜାଲିଆତି ଓ ଜାଲ୍‌ କମ୍ପାନି ଗଠନ ଭଳି ସଙ୍ଗିନ ଅଭିଯୋଗ କରାଯିବା ପରେ କମ୍ପାନିର ଭାବମୂର୍ତ୍ତି ପ୍ରଭାବିତ ହୋଇଥିଲା। ଆମେରିକାର ଆଇନ ବିଭାଗ ଗୌତମ ଆଦାନୀଙ୍କ ନାମରେ ଲାଞ୍ଚ କାରବାର ଅଭିଯୋଗ କରିଥିଲା।