ଆଜି ଦୁବାଇରେ ଲୋମଟାଙ୍କୁରା ଲଢେଇ: ୨୦୧୭ର ବଦଲା ୨୦୨୫ରେ ନେବ ଭାରତ !
ଦୁବାଇ: ଯେବେଯେବେ ଭାରତ – ପାକିସ୍ତାନ ମ୍ୟାଚ୍ ହୁଏ ସାରା ବିଶ୍ବର ନଜର ଏହି ଖେଳ ଉପରେ ଥାଏ । କାରଣ ଦୁଇ ପାରମ୍ପରି ପ୍ରତିଦ୍ବନ୍ଦୀଙ୍କ ମୁକାବିଲା ଦେଖିବାକୁ ସମସ୍ତଙ୍କୁ ପସନ୍ଦ ଥାଏ । ଆଉ ଆଜି ସେହି ଦିନ ଯେଉଁଠି ମୈଦାନରେ ମୁହାଁମୁହିଁ ହେବେ ଭାରତ-ପାକ୍ ଟିମ୍ । ତେବେ କୁହାଯାଉଛି ୨୦୧୭ର ବଦଲା ୨୦୨୫ରେ ନେବ ଭାରତ । ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍ । ଦିନ ୨.୩୦ରୁ ଆରମ୍ଭ ହେବ ହାଇଭୋଲଟେଜ୍ ଲଢେଇ । ଫ୍ୟାନ୍ସ ଏକ ଲୋମଟାଙ୍କୁରା ତଥା ଦମଦାର ମୁକାବିଲା ଦେଖିବା ଆଶାରେ ଥିବାବେଳେ ମ୍ୟାଚକୁ ନେଇ କ୍ରିକେଟ ପ୍ରଶଂସକ ଯେତିକି ଉତ୍ସାହିତ ଦୁଇ ଦେଶର ଖେଳାଳି ମଧ୍ୟ ସେତିକି ଚାପରେ । କାରଣ କରାଚୀରେ ନ୍ୟୁଜିଲାଣ୍ଡ୍ ନିକଟରୁ ହାରି ଦୁବାଇ ଆସିଥିବା ପାକିସ୍ତାନ ଏବେ ପ୍ରବଳ ଚାପରେ ରହିଛି । ପାକିସ୍ତାନ ଏଥର ବିଜେତା ଓ ଆୟୋଜକ ଭାବେ ଖେଳୁଥିବାରୁ ଆଗୁଆ ବିଦାୟ ନେବାର ଆଶଙ୍କା ଭିତରେ ବି ପଡ଼ିଛି । ଆଜି ଭାରତ ଠାରୁ ହାରିଗଲେ ମହମ୍ମଦ ରିଜୱାନଙ୍କ ଦଳ ସେମିଫାଇନାଲ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିବ। ଅନେକ ବର୍ଷଧରି ଭାରତକୁ ହରାଇବାରେ ପାକିସ୍ତାନ ସକ୍ଷମ ହେଉନଥିବାରୁ ଅତିରିକ୍ତ ଚାପ ବି ରହିଛି ଦଳ ଉପରେ । ନହେଲେ ୩ ଦଶନ୍ଧି ପରେ ପାକିସ୍ତାନକୁ ମିଳିଥିବା ଆୟୋଜନର ଉତ୍ସାହ ପ୍ରଥମରୁ ଫିକା ପଡ଼ିଯିବ। ରୋହିତ ଶର୍ମାଙ୍କ ଦଳ ବି ପାକିସ୍ତାନ ବିପକ୍ଷ ଧାରାକୁ ଆଗକୁ ନେଇ ସେମିଫାଇନାଲ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫିର ୨୦୧୭ ସଂସ୍କରଣ ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ବିଜେତା ହୋଇଥିଲା । ଚାମ୍ପିଅନ୍ସ ଟ୍ରଫି ଇତିହାସରେ ପାକିସ୍ତାନ ୩-୨ରେ ଆଗୁଆ ରହିଛି, ଯେଉଁଥିରେ ୨୦୧୭ ଫାଇନାଲର ଏକତରଫା ବିଜୟ ସାମିଲ ରହିଛି। ଆଉ ଆଜି ସେହି ଧାରା ଭାଙ୍ଗି ୧୭ର ବଦଲା ୨୫ରେ ନେଇପାରେ ରୋହିତ ବାହିନୀ ।


ଦୁବାଇ: ଯେବେଯେବେ ଭାରତ – ପାକିସ୍ତାନ ମ୍ୟାଚ୍ ହୁଏ ସାରା ବିଶ୍ବର ନଜର ଏହି ଖେଳ ଉପରେ ଥାଏ । କାରଣ ଦୁଇ ପାରମ୍ପରି ପ୍ରତିଦ୍ବନ୍ଦୀଙ୍କ ମୁକାବିଲା ଦେଖିବାକୁ ସମସ୍ତଙ୍କୁ ପସନ୍ଦ ଥାଏ । ଆଉ ଆଜି ସେହି ଦିନ ଯେଉଁଠି ମୈଦାନରେ ମୁହାଁମୁହିଁ ହେବେ ଭାରତ-ପାକ୍ ଟିମ୍ । ତେବେ କୁହାଯାଉଛି ୨୦୧୭ର ବଦଲା ୨୦୨୫ରେ ନେବ ଭାରତ ।
ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍ । ଦିନ ୨.୩୦ରୁ ଆରମ୍ଭ ହେବ ହାଇଭୋଲଟେଜ୍ ଲଢେଇ । ଫ୍ୟାନ୍ସ ଏକ ଲୋମଟାଙ୍କୁରା ତଥା ଦମଦାର ମୁକାବିଲା ଦେଖିବା ଆଶାରେ ଥିବାବେଳେ ମ୍ୟାଚକୁ ନେଇ କ୍ରିକେଟ ପ୍ରଶଂସକ ଯେତିକି ଉତ୍ସାହିତ ଦୁଇ ଦେଶର ଖେଳାଳି ମଧ୍ୟ ସେତିକି ଚାପରେ । କାରଣ କରାଚୀରେ ନ୍ୟୁଜିଲାଣ୍ଡ୍ ନିକଟରୁ ହାରି ଦୁବାଇ ଆସିଥିବା ପାକିସ୍ତାନ ଏବେ ପ୍ରବଳ ଚାପରେ ରହିଛି । ପାକିସ୍ତାନ ଏଥର ବିଜେତା ଓ ଆୟୋଜକ ଭାବେ ଖେଳୁଥିବାରୁ ଆଗୁଆ ବିଦାୟ ନେବାର ଆଶଙ୍କା ଭିତରେ ବି ପଡ଼ିଛି ।
ଆଜି ଭାରତ ଠାରୁ ହାରିଗଲେ ମହମ୍ମଦ ରିଜୱାନଙ୍କ ଦଳ ସେମିଫାଇନାଲ୍ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିବ। ଅନେକ ବର୍ଷଧରି ଭାରତକୁ ହରାଇବାରେ ପାକିସ୍ତାନ ସକ୍ଷମ ହେଉନଥିବାରୁ ଅତିରିକ୍ତ ଚାପ ବି ରହିଛି ଦଳ ଉପରେ । ନହେଲେ ୩ ଦଶନ୍ଧି ପରେ ପାକିସ୍ତାନକୁ ମିଳିଥିବା ଆୟୋଜନର ଉତ୍ସାହ ପ୍ରଥମରୁ ଫିକା ପଡ଼ିଯିବ। ରୋହିତ ଶର୍ମାଙ୍କ ଦଳ ବି ପାକିସ୍ତାନ ବିପକ୍ଷ ଧାରାକୁ ଆଗକୁ ନେଇ ସେମିଫାଇନାଲ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫିର ୨୦୧୭ ସଂସ୍କରଣ ଫାଇନାଲରେ ଭାରତକୁ ହରାଇ ପାକିସ୍ତାନ ବିଜେତା ହୋଇଥିଲା । ଚାମ୍ପିଅନ୍ସ ଟ୍ରଫି ଇତିହାସରେ ପାକିସ୍ତାନ ୩-୨ରେ ଆଗୁଆ ରହିଛି, ଯେଉଁଥିରେ ୨୦୧୭ ଫାଇନାଲର ଏକତରଫା ବିଜୟ ସାମିଲ ରହିଛି। ଆଉ ଆଜି ସେହି ଧାରା ଭାଙ୍ଗି ୧୭ର ବଦଲା ୨୫ରେ ନେଇପାରେ ରୋହିତ ବାହିନୀ ।