ଆଖିବୁଜିଲା ବୃଦ୍ଧ ବବୁନ୍ ‘ଜଗା’ ମୁଣ୍ଡେଇଥିଲା ବଂଶବୁଡ଼ା ବଦନାମ
ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ଅଣ୍ଡିରା ବବୁନ୍ ‘ଜଗା’ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଆଜି ଆଖି ବୁଜିଦେଇଛି। ମୃତ୍ୟୁ ବେଳକୁ ଜଗାକୁ ୩୭ ବର୍ଷ ହୋଇଥିଲା। ପ୍ରାୟ ଏକ ମାସ ହେଲା ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର ପୃଥକୀକରଣ କକ୍ଷରେ ରଖି ଚିକିତ୍ସା କରାଯାଉଥିଲା। ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଚିକିତ୍ସକମାନେ ତାକୁ ଭିଟାମିନ୍ ଓ ମିନେରାଲ୍ ଦେଉଥିଲେ। ଜଗା ମୃତ୍ୟୁ ପରେ ନନ୍ଦନକାନନରେ ଆଉ ଗୋଟିଏ ୧୮ବର୍ଷ ବୟସର ମାଈ ବବୁନ୍ ରହିଛି। ବଂଶବୃଦ୍ଧି ପାଇଁ ଆସିଥିବା ଜଗା ଏଠାରେ ବଂଶବୁଡ଼ା ବଦନାମ ମୁଣ୍ଡାଇଥିଲେ ବି ପ୍ରାୟ ୩୦ ବର୍ଷ ଧରି ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ଥିଲା। ୧୯୯୩ ମସିହାରେ ମାଡ୍ରାସ ଚିଡ଼ିଆଖାନାରୁ ୪ଟି ହମାଦ୍ରୟାସ୍ ପ୍ରଜାତିର ବବୁନ୍ଙ୍କୁ ନନ୍ଦନକାନନ ଅଣାଯାଇଥିଲା। ଆଫ୍ରିକା ଓ ଆରବ ଅଞ୍ଚଳରେ ଦେଖାଯାଉଥିବା ଏହି ପ୍ରଜାତିର ମାଙ୍କଡ଼ଙ୍କ ବଂଶବୃଦ୍ଧି ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ୨୦୦୬ ମସିହାରେ ଜଗା ଆକ୍ରମଣରେ ଗୋଟିଏ ଅଣ୍ଡିରା ବବୁନ୍ର ମୃତ୍ୟୁ ହୋଇଥିଲା। ତେଣୁ ନନ୍ଦନକାନନରେ ବବୁନ୍ ବଂଶବୃଦ୍ଧି ପ୍ରଭାବିତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ମାତ୍ର ସେହି ବର୍ଷ ଜଗା ଔରସରୁ ଏକ ମାଈ ବବୁନ୍ ୨ଟି ଶାବକ ଜନ୍ମ ଦେଇଥିଲା। କିନ୍ତୁ ମା’ ବବୁନ୍ ଠିକ୍ରେ ଯତ୍ନ ନ ନେବାରୁ ନବଜାତ ଛୁଆ ଦୁଇଟିଙ୍କର ମୃତ୍ୟୁ ହୋଇଯାଇଥିଲା। ୨୦୦୭ ଓ ୨୦୦୮ମସିହାରେ ପୁଣି ଜଗା ସହ ମିଳନରୁ ୨ଟି ଶାବକ ଜନ୍ମଲାଭ କରିଥିଲେ। ୨୦୧୦ ମସିହାରେ ଜଗା ୨ ବର୍ଷର ଏକ ମାଈ ବବୁନ୍କୁ ଆକ୍ରମଣ କରି ମାରି ଦେଇଥିଲା। ତେଣୁ ବଂଶବୃଦ୍ଧି କରିବାକୁ ଆସିଥିବା ଜଗା ଶେଷରେ ବଂଶବୁଡ଼ା ଭାବେ ପରିଚିତି ଲାଭ କଲା। ପରେପରେ ମା’ ବବୁନ୍ଟି ମଧ୍ୟ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିଲା। ମାଈ ବବୁନ୍ର ମୃତ୍ୟୁ ପରେ ଜଗା ଅନ୍ୟମାନଙ୍କ ପ୍ରତି ଅଧିକ ଆକ୍ରମକ ହୋଇ ଉଠିଥିଲା। ଏମିତିରେ ଶେଷକୁ ଜଗା ସହ କେବଳ ଗୋଟିଏ ମାଈ ବବୁନ୍ ହିଁ ନନ୍ଦନକାନନରେ ଥିଲେ। ମାତ୍ର ଜଗା ଓ ମାଈ ବବୁନ୍ର ବୟସ ମଧ୍ୟରେ ୧୯ ବର୍ଷ ପାର୍ଥକ୍ୟ ହେତୁ ସେମାନଙ୍କ ମିଳନ ସମ୍ଭବ ହେଲା ନାହିଁ। ମୁଖ୍ୟ କଥା ହେଉଛି ୨୦୧୦ ମସିହାରେ ଜଗାର ପ୍ରଥମ ସାଥୀ ମାଈ ବବୁନ୍ର ମୃତ୍ୟୁ ହେବା ପରେ ସେ ଅଧିକ ହିଂସ୍ର ହୋଇପଡ଼ିବାରୁ ବଞ୍ଚିଥିବା ମାଈ ବବୁନ୍କୁ ତା’ଠାରୁ ଦୂରେଇ ରଖାଗଲା। ତେଣୁ ୨୦୧୦ ମସିହାରୁ ନନ୍ଦନକାନନରେ ବବୁନ୍ ପ୍ରଜନନ ବନ୍ଦ ରହିଛି।


ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ଅଣ୍ଡିରା ବବୁନ୍ ‘ଜଗା’ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଆଜି ଆଖି ବୁଜିଦେଇଛି। ମୃତ୍ୟୁ ବେଳକୁ ଜଗାକୁ ୩୭ ବର୍ଷ ହୋଇଥିଲା। ପ୍ରାୟ ଏକ ମାସ ହେଲା ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର ପୃଥକୀକରଣ କକ୍ଷରେ ରଖି ଚିକିତ୍ସା କରାଯାଉଥିଲା। ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଚିକିତ୍ସକମାନେ ତାକୁ ଭିଟାମିନ୍ ଓ ମିନେରାଲ୍ ଦେଉଥିଲେ। ଜଗା ମୃତ୍ୟୁ ପରେ ନନ୍ଦନକାନନରେ ଆଉ ଗୋଟିଏ ୧୮ବର୍ଷ ବୟସର ମାଈ ବବୁନ୍ ରହିଛି। ବଂଶବୃଦ୍ଧି ପାଇଁ ଆସିଥିବା ଜଗା ଏଠାରେ ବଂଶବୁଡ଼ା ବଦନାମ ମୁଣ୍ଡାଇଥିଲେ ବି ପ୍ରାୟ ୩୦ ବର୍ଷ ଧରି ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ଥିଲା।
୧୯୯୩ ମସିହାରେ ମାଡ୍ରାସ ଚିଡ଼ିଆଖାନାରୁ ୪ଟି ହମାଦ୍ରୟାସ୍ ପ୍ରଜାତିର ବବୁନ୍ଙ୍କୁ ନନ୍ଦନକାନନ ଅଣାଯାଇଥିଲା। ଆଫ୍ରିକା ଓ ଆରବ ଅଞ୍ଚଳରେ ଦେଖାଯାଉଥିବା ଏହି ପ୍ରଜାତିର ମାଙ୍କଡ଼ଙ୍କ ବଂଶବୃଦ୍ଧି ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ୨୦୦୬ ମସିହାରେ ଜଗା ଆକ୍ରମଣରେ ଗୋଟିଏ ଅଣ୍ଡିରା ବବୁନ୍ର ମୃତ୍ୟୁ ହୋଇଥିଲା। ତେଣୁ ନନ୍ଦନକାନନରେ ବବୁନ୍ ବଂଶବୃଦ୍ଧି ପ୍ରଭାବିତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ମାତ୍ର ସେହି ବର୍ଷ ଜଗା ଔରସରୁ ଏକ ମାଈ ବବୁନ୍ ୨ଟି ଶାବକ ଜନ୍ମ ଦେଇଥିଲା। କିନ୍ତୁ ମା’ ବବୁନ୍ ଠିକ୍ରେ ଯତ୍ନ ନ ନେବାରୁ ନବଜାତ ଛୁଆ ଦୁଇଟିଙ୍କର ମୃତ୍ୟୁ ହୋଇଯାଇଥିଲା। ୨୦୦୭ ଓ ୨୦୦୮ମସିହାରେ ପୁଣି ଜଗା ସହ ମିଳନରୁ ୨ଟି ଶାବକ ଜନ୍ମଲାଭ କରିଥିଲେ। ୨୦୧୦ ମସିହାରେ ଜଗା ୨ ବର୍ଷର ଏକ ମାଈ ବବୁନ୍କୁ ଆକ୍ରମଣ କରି ମାରି ଦେଇଥିଲା।
ତେଣୁ ବଂଶବୃଦ୍ଧି କରିବାକୁ ଆସିଥିବା ଜଗା ଶେଷରେ ବଂଶବୁଡ଼ା ଭାବେ ପରିଚିତି ଲାଭ କଲା। ପରେପରେ ମା’ ବବୁନ୍ଟି ମଧ୍ୟ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିଲା। ମାଈ ବବୁନ୍ର ମୃତ୍ୟୁ ପରେ ଜଗା ଅନ୍ୟମାନଙ୍କ ପ୍ରତି ଅଧିକ ଆକ୍ରମକ ହୋଇ ଉଠିଥିଲା। ଏମିତିରେ ଶେଷକୁ ଜଗା ସହ କେବଳ ଗୋଟିଏ ମାଈ ବବୁନ୍ ହିଁ ନନ୍ଦନକାନନରେ ଥିଲେ। ମାତ୍ର ଜଗା ଓ ମାଈ ବବୁନ୍ର ବୟସ ମଧ୍ୟରେ ୧୯ ବର୍ଷ ପାର୍ଥକ୍ୟ ହେତୁ ସେମାନଙ୍କ ମିଳନ ସମ୍ଭବ ହେଲା ନାହିଁ। ମୁଖ୍ୟ କଥା ହେଉଛି ୨୦୧୦ ମସିହାରେ ଜଗାର ପ୍ରଥମ ସାଥୀ ମାଈ ବବୁନ୍ର ମୃତ୍ୟୁ ହେବା ପରେ ସେ ଅଧିକ ହିଂସ୍ର ହୋଇପଡ଼ିବାରୁ ବଞ୍ଚିଥିବା ମାଈ ବବୁନ୍କୁ ତା’ଠାରୁ ଦୂରେଇ ରଖାଗଲା। ତେଣୁ ୨୦୧୦ ମସିହାରୁ ନନ୍ଦନକାନନରେ ବବୁନ୍ ପ୍ରଜନନ ବନ୍ଦ ରହିଛି।