୨୦୩୦ ସୁଦ୍ଧା ଦେଶ ସହ ରାଜ୍ୟ ହେବ କୁଷ୍ଠ ମୁକ୍ତ: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର:ଭାରତ ୨୦୩୦ ସୁଦ୍ଧା କୁଷ୍ଠ ମୁକ୍ତ ହେବ। ଓଡିଶା ପାଇଁ ମଧ୍ୟ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ସରକାରଙ୍କ ପକ୍ଷରୁ ନୂତନ କରି ଟୀକାକରଣ ଆରମ୍ଭ ହେବ। ସେବା କରୁଥିବା ଲୋକଙ୍କ ସମେତ କୁଷ୍ଠ ରୋଗୀଙ୍କ ପରିବାରବର୍ଗଙ୍କୁ ଏହି ଟିକା ମିଳିବ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ‘ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ୍‌ ଏହା କହିଛନ୍ତି। ୨୦୧୯-୨୦ […]

Jan 31, 2025 - 06:17
୨୦୩୦ ସୁଦ୍ଧା ଦେଶ ସହ ରାଜ୍ୟ ହେବ କୁଷ୍ଠ ମୁକ୍ତ: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର:ଭାରତ ୨୦୩୦ ସୁଦ୍ଧା କୁଷ୍ଠ ମୁକ୍ତ ହେବ। ଓଡିଶା ପାଇଁ ମଧ୍ୟ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ସରକାରଙ୍କ ପକ୍ଷରୁ ନୂତନ କରି ଟୀକାକରଣ ଆରମ୍ଭ ହେବ। ସେବା କରୁଥିବା ଲୋକଙ୍କ ସମେତ କୁଷ୍ଠ ରୋଗୀଙ୍କ ପରିବାରବର୍ଗଙ୍କୁ ଏହି ଟିକା ମିଳିବ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ‘ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ୍‌ ଏହା କହିଛନ୍ତି। ୨୦୧୯-୨୦ ତୁଳନାରେ ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ୪୦ ପ୍ରତିଶତ ହ୍ରାସ ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଚର ମୁକେଶ ମହାଲିଙ୍ଗ କହିଛନ୍ତି। ଡକ୍ଚର ମହାଲିଙ୍ଗ କହିଛନ୍ତି, ୨୦୩୦ ସୁଦ୍ଧା ସଂପୂର୍ଣ୍ଣ କୁଷ୍ଠ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଅନେକ ପଦକ୍ଷେପ ନେଉଛି।