ସ୍ବରସ୍ବତୀ ପୂଜାକୁ ଦ୍ୱନ୍ଦ ଦୂର, ଏହି ତାରିଖରେ କରନ୍ତୁ ସରସ୍ୱତୀ ପୂଜା
ଭୁବନେଶ୍ୱର: କିଛି ଦିନର ଛକାପଞ୍ଜା ପରେ ସରସ୍ୱତୀ ପୂଜା ଦ୍ୱନ୍ଦ ଦୂର କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । କେଉଁଦିନ ସରସ୍ୱତୀ ପୂଜା ପାଳନ କରାଯିବ ସେ ନେଇ ମିଳିଛି ଗ୍ରୀନ ସିଗନାଲ । ଯେଉଁମାନେ ପୂଜାକୁ ନେଇ ଦ୍ୱନ୍ଦରେ ଥିଲେ ସେମାନଙ୍କୁ ସରସ୍ୱତୀ ପୂଜା ବାବଦରେ କୁହାଯାଇଛି । ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ପାଳିତ ହେବ ସରସ୍ୱତୀ ପୂଜା । ଏ ନେଇ ସୂଚନା ଦେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ବିଧି ଅନୁସାରେ ସେହିଦିନ […]


ଭୁବନେଶ୍ୱର: କିଛି ଦିନର ଛକାପଞ୍ଜା ପରେ ସରସ୍ୱତୀ ପୂଜା ଦ୍ୱନ୍ଦ ଦୂର କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । କେଉଁଦିନ ସରସ୍ୱତୀ ପୂଜା ପାଳନ କରାଯିବ ସେ ନେଇ ମିଳିଛି ଗ୍ରୀନ ସିଗନାଲ । ଯେଉଁମାନେ ପୂଜାକୁ ନେଇ ଦ୍ୱନ୍ଦରେ ଥିଲେ ସେମାନଙ୍କୁ ସରସ୍ୱତୀ ପୂଜା ବାବଦରେ କୁହାଯାଇଛି । ଆସନ୍ତା ଫେବ୍ରୁଆରୀ ୨ ତାରିଖରେ ପାଳିତ ହେବ ସରସ୍ୱତୀ ପୂଜା । ଏ ନେଇ ସୂଚନା ଦେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ବିଧି ଅନୁସାରେ ସେହିଦିନ ରଥକାଠ ଅନୁକୂଳ କରାଯିବ ସେ କହିଛନ୍ତି । ପାଞ୍ଜିର ଗଣନା ଅନୁସାରେ ସରସ୍ୱତୀ ପୂଜା ସ୍ଥିର ହୋଇଛି । ତେଣୁ ସମସ୍ତେ ଆସନ୍ତା ୨ ତାରିଖ ଦିନ ସରସ୍ୱତୀ ପୂଜା ପାଳନ କରିବାକୁ କୁହାଯାଇଛି । ତେବେ ଏହି ସରସ୍ୱତୀ ପୂଜା ଦିନ ଚଳିତବର୍ଷ ରଥଯାତ୍ରା ପାଇଁ କାଠ ମଧ୍ୟ ଅନୁକୁଳ କରାଯିବ । କିଛିଦିନ ଆଗରୁ ୧ ତାରିଖ ଦିନ ସରସ୍ୱତୀ ପୂଜା ପାଳନ ନେଇ କୁହାଯାଉଥିଲା । ଆଉ ଏଥିରେ ଅନେକ ଲୋକ ଦ୍ୱନ୍ଦରେ ଥିଲେ । ଆଜି ଶ୍ରମନ୍ଦିର ନୀତି ପ୍ରଶାସନ ସମସ୍ତଙ୍କ ମନରୁ ସେହି ଦ୍ୱନ୍ଦ ଦୂର କରିଛନ୍ତି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କଠାରୁ ଏଭଳି ଉତର ମିଳିବା ପରେ ସ୍କୁଲ କଲେଜ ବିଭିନ୍ନ ଅନୁଷ୍ଠାନରେ ୨ ତାରିଖ ଦିନ ସରସ୍ୱତୀ ପୂଜା ପାଳନ ହେବ ବୋଲି କୁହାଯାଇଛି । ଚଳିତବର୍ଷ ଅନେକ ପର୍ବ ଦୁଇ ଦିନ ଧରି ପାଳନ ହୋଇଛି । ଦଶହରାଠାରୁ ଆରମ୍ଭ କରି ରାକ୍ଷୀ ପୂର୍ଣ୍ଣମୀ ଯାଏଁ ବହୁତ ପର୍ବ ୨ ଦିନ ଧରି ପାଳିତ ହୋଇଛି । ଦଶହରା ବେଳେ ୨ ଦିନ ଧରି ପାଳନ କରାଯାଇଥିଲା ବେଳେ ସାରା ଓଡିଶାରେ ରାକ୍ଷୀ ପୂର୍ଣ୍ଣମୀ ୨ଦି ପାଳିତ ହୋଇଥିଲା । ତେବେ ଲୋକଙ୍କ ମନରେ ଥିବା ସେହି ଦ୍ୱନ୍ଦକୁ ଆଜି ଦୂର କରାଯାଇଛି ।