ରାହୁଲ ଅନ୍ୟକୁ ଅଙ୍ଗୁଳି ନିକ୍ଷେପ ନକରି ନିଜକୁ ଦେଖନ୍ତୁ : ମାୟାବତୀ

ନୂଆଦିଲ୍ଲୀ: ବିଏସ୍‌ପି (ବହୁଜନ ସମାଜ ପାର୍ଟି) ସୁପ୍ରିମ‌ୋ ମାୟାବତୀ ଆଜି ଲୋକସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସଦ୍ୟ ଆକ୍ରମଣ କରିଛନ୍ତି। ମାୟାବତୀ କହିଛନ୍ତି, କଂଗ୍ରେସ ବିଜେପି ପାଇଁ ବି ଟିମ୍‌ ଭଳି କାମ କରୁଥିଲା। ଫଳରେ ଏହାଦ୍ବାରା ବିଜେପି ଦିଲ୍ଲୀ‌ରେ ବିଜୟୀ ହେଲା। ଉଲ୍ଲେଖଯୋଗ୍ୟ ଯେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ଯଦି ମାୟାବତୀ ଇଣ୍ଡି ମେଣ୍ଟରୁ ଦୂ‌ରେଇ ଯାଇନଥାନ୍ତେ ତେବେ […]

Feb 23, 2025 - 12:53
ରାହୁଲ ଅନ୍ୟକୁ ଅଙ୍ଗୁଳି ନିକ୍ଷେପ ନକରି ନିଜକୁ ଦେଖନ୍ତୁ : ମାୟାବତୀ

ନୂଆଦିଲ୍ଲୀ: ବିଏସ୍‌ପି (ବହୁଜନ ସମାଜ ପାର୍ଟି) ସୁପ୍ରିମ‌ୋ ମାୟାବତୀ ଆଜି ଲୋକସଭାରେ ବିରୋଧୀ ଦଳ ନେତା ଏବଂ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସଦ୍ୟ ଆକ୍ରମଣ କରିଛନ୍ତି। ମାୟାବତୀ କହିଛନ୍ତି, କଂଗ୍ରେସ ବିଜେପି ପାଇଁ ବି ଟିମ୍‌ ଭଳି କାମ କରୁଥିଲା। ଫଳରେ ଏହାଦ୍ବାରା ବିଜେପି ଦିଲ୍ଲୀ‌ରେ ବିଜୟୀ ହେଲା। ଉଲ୍ଲେଖଯୋଗ୍ୟ ଯେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ଯଦି ମାୟାବତୀ ଇଣ୍ଡି ମେଣ୍ଟରୁ ଦୂ‌ରେଇ ଯାଇନଥାନ୍ତେ ତେବେ ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜିତି ପାରିନଥାନ୍ତା। ଏହାପରେ ମାୟାବତୀ ରାହୁଲଙ୍କୁ କଡ଼ା ଜବାବ ଦେଇ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ଏହା ସାଧାରଣରେ ଆଲୋଚନା ହେଉଛି ଯେ ଚଳିତ ଥର କଂଗ୍ରେସ ବିଜେପିର ବି ଟିମ୍‌ ଭାବେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଛି। ଏହି କାରଣ ପାଇଁ ବିଜେପି ଦିଲ୍ଲୀରେ କ୍ଷମତାକୁ ଆସିଲା। ନ‌ହେଲେ କଂଗ୍ରେସର ସ୍ଥିତି ଏତେ ଖରାପ୍‌ ନଥିଲା ଯେ ଏହା ନିଜ ଦଳର ଅଧିକାଂଶ ପ୍ରାର୍ଥୀଙ୍କ ଅମାନତ ରଖିପାରିନଥାନ୍ତା। ମାୟାବତୀ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ଅନ୍ୟକୁ ଅଙ୍ଗୁଳି ନିକ୍ଷେପ କରିବା ପରିବର୍ତ୍ତେ ପ୍ରଥମେ ନିଜକୁ ଦେଖ।