ମହିଳାଙ୍କୁ ଦରକାର ଅଧିକ ପୋଷଣ

ସୁସ୍ଥ ରହିବାକୁ ହେଲେ ସବୁଠାରୁ ଦରକାରୀ ସାମଗ୍ରୀ ହେଲା ପୋଷଣ । ତେବେ ଅନେକ ସମୟରେ ଦେଖିବାକୁ ମିଳେ ମହିଳାମାନେ ନିଜର ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଯେଉଁଥିପାଇଁ ସେମାନଙ୍କ ଶରୀରକୁ ଦରକାରୀ ପୋଷଣ ମିଳିନଥାଏ । ହେଲେ ଏଭଳି କିଛି ପ୍ରୋଟିନ ଓ ଭିଟାମିନ ରହିଛି, ଯାହାକୁ ଜଣେ ମହିଳା ଖାଇବାର ନିତାନ୍ତ ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ସେହି ପୋଷକ ତତ୍ତ୍ୱ ବିଷୟରେ । – ଆଇରନ ମହିଳାମାନଙ୍କ ଶରୀରରୁ […]

Apr 16, 2025 - 07:47
ମହିଳାଙ୍କୁ ଦରକାର ଅଧିକ ପୋଷଣ
ମହିଳାଙ୍କୁ ଦରକାର ଅଧିକ ପୋଷଣ

ସୁସ୍ଥ ରହିବାକୁ ହେଲେ ସବୁଠାରୁ ଦରକାରୀ ସାମଗ୍ରୀ ହେଲା ପୋଷଣ । ତେବେ ଅନେକ ସମୟରେ ଦେଖିବାକୁ ମିଳେ ମହିଳାମାନେ ନିଜର ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଯେଉଁଥିପାଇଁ ସେମାନଙ୍କ ଶରୀରକୁ ଦରକାରୀ ପୋଷଣ ମିଳିନଥାଏ । ହେଲେ ଏଭଳି କିଛି ପ୍ରୋଟିନ ଓ ଭିଟାମିନ ରହିଛି, ଯାହାକୁ ଜଣେ ମହିଳା ଖାଇବାର ନିତାନ୍ତ ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା ସେହି ପୋଷକ ତତ୍ତ୍ୱ ବିଷୟରେ ।
– ଆଇରନ
ମହିଳାମାନଙ୍କ ଶରୀରରୁ ଋତୁସ୍ରାବ ସମୟରେ ଅନେକ ମାତ୍ରାରେ ରକ୍ତ ବାହାରିଥାଏ, ଯେଉଁକାରଣରୁ ସେମାନଙ୍କ କ୍ଷେତ୍ରରେ ରକ୍ତହୀନତା ଦେଖିବାକୁ ମିଳିଥାଏ । ତେଣୁ ସେମାନଙ୍କୁ ଆଇରନ ଥିବା ଖାଦ୍ୟ ଖାଇବାର ନିହାତି ଆବଶ୍ୟକତା ରହିଛି ।
– କ୍ୟାଲସିୟମ
କ୍ୟାଲସିୟମ ମହିଳାଙ୍କର ବୋନ ହେଲ‘କୁ ସୁସ୍ଥ ରଖିଥାଏ । ସେମାନଙ୍କର ହାର୍ଟ, ମସଲ୍ସ ଓ ନର୍ଭର କାର୍ଯ୍ୟକାରିତାକୁ ବଢାଇଥାଏ ।
– ଭିଟାମିନ ବି୧୨
ମହିଳାଙ୍କ ଶରୀରର ରକ୍ତ, ଡିଏନ୍‌ଏ ଓ ନର୍ଭ ସେଲର ସ୍ୱାସ୍ଥ୍ୟ ଭିଟାମିନ୍‌ ବି୧୨ ଉପରେ ନିର୍ଭର କରିଥାଏ । ତେଣୁ ମହିଳାଙ୍କୁ ସବୁବେଳେ ଭିଟାମିନ ବି ୧୨ ଥିବା ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି ।