ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର : ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତି ଭିତରେ ଓଡ଼ିଶାର ସୁରକ୍ଷାକୁ ନେଇ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ ଓଡ଼ିଶା ପ୍ରତି ସେପରି କିଛି ବିପଦ ନାହିଁ। ଆମେ ସଜାଗ ଅଛୁ,ତେଣୁ ଯୁଦ୍ଧକୁ ନେଇ କେହି ଛାନିଆ ହୁଅନ୍ତୁ ନାହିଁ। ଓଡ଼ିଶାରେ ଥିବା କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକରେ ସୁରକ୍ଷା ବଢ଼ାଯାଇଛି । ଚାନ୍ଦିପୁର, ଶ୍ରୀମନ୍ଦିର ଓ ଚିଲିକା INSରେ ସୁରକ୍ଷା ବଢାଯାଇଛି । ଏନେଇ ଆଜି ଅପରାହ୍ନରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଡ଼କାଇଛନ୍ତି […]

May 10, 2025 - 12:24
ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ
ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର : ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତି ଭିତରେ ଓଡ଼ିଶାର ସୁରକ୍ଷାକୁ ନେଇ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ ଓଡ଼ିଶା ପ୍ରତି ସେପରି କିଛି ବିପଦ ନାହିଁ। ଆମେ ସଜାଗ ଅଛୁ,ତେଣୁ ଯୁଦ୍ଧକୁ ନେଇ କେହି ଛାନିଆ ହୁଅନ୍ତୁ ନାହିଁ। ଓଡ଼ିଶାରେ ଥିବା କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକରେ ସୁରକ୍ଷା ବଢ଼ାଯାଇଛି । ଚାନ୍ଦିପୁର, ଶ୍ରୀମନ୍ଦିର ଓ ଚିଲିକା INSରେ ସୁରକ୍ଷା ବଢାଯାଇଛି । ଏନେଇ ଆଜି ଅପରାହ୍ନରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଡ଼କାଇଛନ୍ତି ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆତଙ୍କବାଦୀ ନିପାତ ପାଇଁ ଭାରତ ସଂକଳ୍ପ ନେଇଛି । ଯୋଜନାବଦ୍ଧ ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିପାତ କରାଯାଉଛି । ପ୍ରଧାନମନ୍ତ୍ରୀ ସାରା ବିଶ୍ୱର ନେତୃତ୍ୱ ନେଉଛନ୍ତି ।
ରାଜ୍ୟକୁ ବଙ୍ଗୋପସାଗର ପଟୁ ଆକ୍ରମଣର ଆଶଙ୍କା ରହିଛି । କେନ୍ଦ୍ର ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକର ସୁରକ୍ଷାକୁ ନେଇ ପୂର୍ବରୁ ରାଜ୍ୟ ସରକାର ଆଲୋଚନା କରିଥିଲେ ଆଜି ବି ଆଉ ଥରେ ଆଲୋଚନା ହେବ । କିଭଳି ଭାବେ ସବୁ ଅଞ୍ଚଳକୁ ସିଲ୍ କରାଯିବ ଓ ଯାଞ୍ଚ କଡାକଡି କରାଯିବ । ଯେଉଁମାନେ ବାହାରେ ଅଛନ୍ତି ତାଙ୍କୁ ଓଡ଼ିଶା ଆଣିବା ପାଇଁ ବନ୍ଦୋବସ୍ତ କରାଯାଉଛି ।

ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ଅଣାଯାଉଛି । ଏଥିପାଇଁ ନୂଆଦିଲ୍ଲୀରେ ଖୋଲାଯାଇଛି ରେସିଡେନ୍ସିଆଲ କମିଶନ କାର୍ଯ୍ୟାଳୟର ହେଲ୍ପ ଡେସ୍କ । ଏହା ୨୪ ଘଣ୍ଟା କାମ କରୁଛି । ଏହାର ସହାୟତାରେ ଜମ୍ମୁ- କାଶ୍ମୀରରେ ରହି ପଢୁଥିବା ପିଲାଙ୍କୁ ପ୍ରଥମେ ଦିଲ୍ଲୀ ଅଣାଯାଇ ସେଠାରୁ ସେମାନଙ୍କୁ ଓଡିଶାକୁ ଅଣାଯିବାର ବ୍ୟବସ୍ଥା କରାଯାଇଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆମେ ଲଗାତାର ଭାବେ ସମୀକ୍ଷା କରୁଛୁ । ଲମ୍ବା ଯୁଦ୍ଧ ହେବ ଭାରତ ବିଜୟୀ ହେବ । ଭୟଭୀତ ହେବାର କୌଣସି ପ୍ରଶ୍ନ ନାହିଁ । ରାଜ୍ୟରେ ଯେଉଁ ସାଧାରଣ ବ୍ୟବସ୍ଥା ରହିଛି ତାହା କାର୍ଯ୍ୟକାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।