ବଢିଲା ଚିନ୍ତା, ଲକ୍ଷେ ୩୦ ଡେଇଁବ ସୁନା ଦର!
ନୂଆଦିଲ୍ଲୀ: ଦାଉ ସାଧୁଛି ସୁନା ଦର । ୫ ଦିନରେ ବଢିଲାଣି ୫ ହଜାର । ଏବେ ଲକ୍ଷେ ମୁହାଁ ଆଗେଇଛି । ସୁନା ଦର ଏବେ ୯୫ ହଜାର ଡେଇଁଥିବା ବେଳେ ପୁଣି ଗ୍ରାହକଙ୍କୁ ଦେବାକୁ ଯାଉଛି ବଡ ଝଟକା । ଲଗାତାର ୫ ଦିନ ସୁନା ଦର ବଢୁଥିବା ବେଳେ ଆଜି ସାମନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା । ହେଲେ ପୁଣି ଚିନ୍ତା ବଢାଇଲାଣି ବିଶେଷଜ୍ଞଙ୍କ ଭବିଷ୍ୟବାଣୀ । ଖୁବଶୀଘ୍ର ସୁନା ଦର କେବଳ […]


ନୂଆଦିଲ୍ଲୀ: ଦାଉ ସାଧୁଛି ସୁନା ଦର । ୫ ଦିନରେ ବଢିଲାଣି ୫ ହଜାର । ଏବେ ଲକ୍ଷେ ମୁହାଁ ଆଗେଇଛି । ସୁନା ଦର ଏବେ ୯୫ ହଜାର ଡେଇଁଥିବା ବେଳେ ପୁଣି ଗ୍ରାହକଙ୍କୁ ଦେବାକୁ ଯାଉଛି ବଡ ଝଟକା । ଲଗାତାର ୫ ଦିନ ସୁନା ଦର ବଢୁଥିବା ବେଳେ ଆଜି ସାମନ୍ୟ ହ୍ରାସ ପରିଲକ୍ଷିତ ହୋଇଥିଲା । ହେଲେ ପୁଣି ଚିନ୍ତା ବଢାଇଲାଣି ବିଶେଷଜ୍ଞଙ୍କ ଭବିଷ୍ୟବାଣୀ । ଖୁବଶୀଘ୍ର ସୁନା ଦର କେବଳ ଲକ୍ଷେ ଡେଇଁବନି, ସିଧା ଲକ୍ଷେ ୩୬ ହଜାରରେ ବିକ୍ରି ହେବ ହଳିଦିଆ ଧାତୁ ।
ଗତ କିଛି ଦିନ ହେବ ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହେଉଥିଲେ ମଧ୍ୟ ଦାବି ହେଉଥିଲା ଯେ, ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୫୫ ହଜାର ଟଙ୍କାକୁ ହ୍ରାସ ପାଇପାରେ । କିନ୍ତୁ ଏବେ ସିଧା ଏହାର ବିପରୀତ । ଗତ ସପ୍ତାହରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଘଟିଥିବା ବେଳେ ଏବେ ସୁନାର ମୂଲ୍ୟ ସମ୍ପର୍କରେ ଗୋଲ୍ଡମ୍ୟାନ୍ ସାକ୍ସର ଏକ ରିପୋର୍ଟ ଆସିଛି । ଯାହା ସମସ୍ତଙ୍କୁ ଚମକାଇଦେଇଛି । ରିପୋର୍ଟରେ ଦାବି କରାଯାଇଛି ଯେ,ସୁନାର ମୂଲ୍ୟ ଆଉନ୍ସ ପ୍ରତି ୪୫୦୦ ଡଲାର ଅର୍ଥାତ୍ ପ୍ରତି ୧୦ ଗ୍ରାମ ପିଛା ୧ଲକ୍ଷ ୩୬ ହଜାର ଟଙ୍କାରେ ପହଞ୍ଚିପାରେ ।