ଚଳିତ ମାସ ଶେଷ ସୁଦ୍ଧା ଲାଗୁ ହେବ ଅବକାରୀ ନୀତି

ଭୁବନେଶ୍ବର : ରାଜ୍ୟ ସରକାର ଚଳିତ ମାସ ଶେଷ ସୁଦ୍ଧା ଆଣିବାକୁ ଯାଉଛନ୍ତି ରାଜ୍ୟ ଅବକାରୀ ନୀତି । ଏ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏହି ପଲିସି ତିନି ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ପୂର୍ବରୁ ଅବକାରୀ ନୀତି କେବଳ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାରୀ ହେଉଥିଲା । ଏହାପରେ ଅଧିକ ବିଚାରବିମର୍ଶ କରି ରାଜ୍ୟ ସରକାର ପଲିସିରେ କିଛିଟା ପରିବର୍ତ୍ତନ କରିବାକୁ ଯାଉଛନ୍ତି । […]

May 10, 2025 - 12:24
ଚଳିତ ମାସ ଶେଷ ସୁଦ୍ଧା ଲାଗୁ ହେବ ଅବକାରୀ ନୀତି
ଚଳିତ ମାସ ଶେଷ ସୁଦ୍ଧା ଲାଗୁ ହେବ ଅବକାରୀ ନୀତି

ଭୁବନେଶ୍ବର : ରାଜ୍ୟ ସରକାର ଚଳିତ ମାସ ଶେଷ ସୁଦ୍ଧା ଆଣିବାକୁ ଯାଉଛନ୍ତି ରାଜ୍ୟ ଅବକାରୀ ନୀତି । ଏ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏହି ପଲିସି ତିନି ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ପୂର୍ବରୁ ଅବକାରୀ ନୀତି କେବଳ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାରୀ ହେଉଥିଲା । ଏହାପରେ ଅଧିକ ବିଚାରବିମର୍ଶ କରି ରାଜ୍ୟ ସରକାର ପଲିସିରେ କିଛିଟା ପରିବର୍ତ୍ତନ କରିବାକୁ ଯାଉଛନ୍ତି । ବିଭିନ୍ନ ରାଜ୍ୟର ଅବକାରୀ ନୀତିକୁ ତର୍ଜମା କରାଯାଇ ପଲିସିରେ ପରିବର୍ତ୍ତନ ସହ ଏହାକୁ କାର୍ଯ୍ୟକାରୀ କରିବାକୁ ଚିନ୍ତା କରାଯାଉଥିବା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।