ଘରେ କରନ୍ତୁ ଫେସ ପ୍ୟାକ୍‌

– ଘରେ ୪ଟି ବାଦାମ, ଅଧା ଚାମଚ ମସୁର ଡାଲି ଓ ଚିରୋଞ୍ଜିର ଗୁଣ୍ଡ ଓ ଖୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ରାତିରେ ତିଆରି କରନ୍ତୁ ଏବଂ ସକାଳୁ ଲଗାନ୍ତୁ । ଏହାକୁ ପୂରା ମୁହଁ ଓ ବେକରେ ଲଗାଇପାରିବେ । ଏହା ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ନେବେ । ଏହା ମୁହଁରେ ଉଜ୍ୱଳତା ଆଣିଥାଏ । – ଏକ ଚାମଚ ବେସନ ନିଅନ୍ତୁ ଏଥିରେ ଅଳ୍ପ ଲେମ୍ବୁ […]

Apr 16, 2025 - 07:47
ଘରେ କରନ୍ତୁ ଫେସ ପ୍ୟାକ୍‌
ଘରେ କରନ୍ତୁ ଫେସ ପ୍ୟାକ୍‌

– ଘରେ ୪ଟି ବାଦାମ, ଅଧା ଚାମଚ ମସୁର ଡାଲି ଓ ଚିରୋଞ୍ଜିର ଗୁଣ୍ଡ ଓ ଖୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ରାତିରେ ତିଆରି କରନ୍ତୁ ଏବଂ ସକାଳୁ ଲଗାନ୍ତୁ । ଏହାକୁ ପୂରା ମୁହଁ ଓ ବେକରେ ଲଗାଇପାରିବେ । ଏହା ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ନେବେ । ଏହା ମୁହଁରେ ଉଜ୍ୱଳତା ଆଣିଥାଏ ।
– ଏକ ଚାମଚ ବେସନ ନିଅନ୍ତୁ ଏଥିରେ ଅଳ୍ପ ଲେମ୍ବୁ ରସ, ଏକ ଚାମଚ ଦହି ଓ ଅଳ୍ପ କିଛି ଗୋଲାପ ଜଳ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ତ୍ୱଚାରେ ଲଗାଇ, ୧୫-୨୦ ମିନିଟ୍‌ ପରେ ଧୋଇ ନିଅନ୍ତୁ ।
– ୨ ଛୋଟ ଚାମଚ ଲେମ୍ବୁ ରସରେ ଏକ ଛୋଟ ଚାମଚ ଚିନି ଗୁଣ୍ଡ ମିଶାନ୍ତୁ । ଏହି ମିଶ୍ରଣକୁ ହାତ ଓ ପାଦରେ ଲଗାନ୍ତୁ । ଏହାପରେ ବେସନ ଲଗାଇ ଏହାକୁ ସଫା କରି ଧୋଇ ଦିଅନ୍ତୁ ।
– ଆଳୁର ରସ କାଢି ନିଅନ୍ତୁ । ଏହାକୁ ଶରୀରର ଗୋଡ଼ ହାତରେ ୧୦ ମିନିଟ୍‌ ପାଇଁ ଲଗାନ୍ତୁ । ଆଳୁରେ ପ୍ରାକୃତିକ ବ୍ଲିଚ୍‌ ରହିଛି, ଯାହା ତ୍ୱଚାର ଟ୍ୟାନିଂକୁ ଦୂର କରିଥାଏ । ତେଣୁ ଆଳୁ ଉଜ୍ୱଳ ତ୍ୱଚା ପାଇଁ ଖୁବ ଭଲ ହୋଇଥାଏ ।
କେଶର ଧ୍ୟାନ ରଖନ୍ତୁ
– ଆଲୋବେରା ଜେଲ୍‌କୁ ରାଶି ତେଲରେ ମିଶାଇ କେଶର ମୂଳରେ ଲଗାନ୍ତୁ । ଏହା ଦ୍ୱାରା କେଶ ମୂଳ ଷ୍ଟ୍ରଙ୍ଗ ହୋଇଥାଏ । ଲଗାଇବାର ୨୦ରୁ ୩୦ ମିନିଟ ପରେ କେଶ ଧୋଇ ଦିଅନ୍ତୁ ।
– ୨ଟି କଦଳୀକୁ ଚକଟି ନିଅନ୍ତୁ ଏଥିରେ ମହୁ ଓ ରାଶି ତେଲ ମିଶାନ୍ତୁ । ଏହାକୁ କେଶର ମୂଳରେ ଲଗାନ୍ତୁ । କିଛି ସମୟ ପରେ ଧୋଇ ନିଅନ୍ତୁ । ଏହା କେଶ ପାଇଁ ଖୁବ ଭଲ ହୋଇଥାଏ ।