ଗ୍ରାମୀଣ ବିକାଶକୁ ବୃଦ୍ଧି କରିବା ପାଇଁ ଆସିଲା ନୂଆ ଗାଇଡ଼ଲାଇନ
ଭୁବନେଶ୍ୱର : ଗ୍ରାମୀଣ ବିକାଶକୁ ବୃଦ୍ଧି କରିବା ପାଇଁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲାପାଳ ଏବଂ ବିଡ଼ିଓଙ୍କ ପାଖକୁ ପଠାଯାଇଛି ମାର୍ଗଦର୍ଶିକା । ଫେବୃଆରୀ ୧୫ସୁଦ୍ଧା ପ୍ରତି ଗାଁ ନିଜ ପାଇଁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରି ବିଭାଗକୁ ପଠାଇବାକୁ କୁହାଯାଇଛି । ଏହି ଯୋଜନା ଅଧିନରେ ପ୍ରତି ବ୍ଲକରେ ରିଡିଂ ରୁମ ରହିବ। ଏଠାରେ ବହି ପଢା […]


ଭୁବନେଶ୍ୱର : ଗ୍ରାମୀଣ ବିକାଶକୁ ବୃଦ୍ଧି କରିବା ପାଇଁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲାପାଳ ଏବଂ ବିଡ଼ିଓଙ୍କ ପାଖକୁ ପଠାଯାଇଛି ମାର୍ଗଦର୍ଶିକା । ଫେବୃଆରୀ ୧୫ସୁଦ୍ଧା ପ୍ରତି ଗାଁ ନିଜ ପାଇଁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରି ବିଭାଗକୁ ପଠାଇବାକୁ କୁହାଯାଇଛି । ଏହି ଯୋଜନା ଅଧିନରେ ପ୍ରତି ବ୍ଲକରେ ରିଡିଂ ରୁମ ରହିବ। ଏଠାରେ ବହି ପଢା ସାଙ୍ଗକୁ ଇଣ୍ଟରନେଟ ସୁବିଧା ରହିବ। ସ୍ବଳ୍ପ ଦେୟ ଦେଇ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରୀଛାତ୍ର ପଢିପାରିବେ। ସେହିପରି ପଞ୍ଚାୟତ ରେ କଲ୍ୟାଣ ମଣ୍ଡପ,ପୋଖରୀ, ନଦୀ, ଗାଧୁଆ ତୁଠ ପାଇଁ ଟଙ୍କା ମିଳିବ। ଭୋଗମଣ୍ଡପ, ଭାଗବତ ଟୁଙ୍ଗି ସହ ସବୁ ଧର୍ମର ଧାର୍ମିକ ପୀଠ ଉପାସନା ବିକାଶ ପାଇଁ ଟଙ୍କା ଖର୍ଚ୍ଚ ହେବ ବୋଲି ନିର୍ଦେଶାବଳୀରେ କୁହାଯାଇଛି ।