ଉତ୍ତେଜନା ହ୍ରାସ ପାଇଁ ଆମେରିକା ଏବଂ ଚୀନ ସହିତ ଜି-୭ ରାଷ୍ଟ୍ରଙ୍କ ଅପିଲ

ନୂଆଦିଲ୍ଲୀ : ଭାରତ -ପାକ ମଧ୍ୟରେ ବଢୁଥିବା ଅଘୋଷିତ ଯୁଦ୍ଧ ପରିସ୍ଥିତିକୁ ନେଇ ସାରା ବିଶ୍ୱବାସୀଙ୍କ ନଜର ରହିଛି I ଅପରେସନ ସିନ୍ଦୂର ପରେ ହତାଶରେ ବୁଡି ରହିଥିବା ପାକିସ୍ତାନ ଲଗାତାର ଭାରତର ସୀମାନ୍ତବର୍ତ୍ତୀ ରାଜ୍ୟଗୁଡିକରେ ଡ୍ରୋନ ଆକ୍ରମଣ କରି ଚାଲିଛି । କିନ୍ତୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ସବୁ ଡ୍ରୋନକୁ ନଷ୍ଟ କରି ଦେଇଛି । ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଜାରି ରହିଥିବା ଅଘୋଷିତ ଯୁଦ୍ଧ କାଳେ ବ୍ୟାପକ […]

May 11, 2025 - 12:17
ଉତ୍ତେଜନା ହ୍ରାସ ପାଇଁ ଆମେରିକା ଏବଂ ଚୀନ ସହିତ ଜି-୭ ରାଷ୍ଟ୍ରଙ୍କ ଅପିଲ
ଉତ୍ତେଜନା ହ୍ରାସ ପାଇଁ ଆମେରିକା ଏବଂ ଚୀନ ସହିତ ଜି-୭ ରାଷ୍ଟ୍ରଙ୍କ ଅପିଲ

ନୂଆଦିଲ୍ଲୀ : ଭାରତ -ପାକ ମଧ୍ୟରେ ବଢୁଥିବା ଅଘୋଷିତ ଯୁଦ୍ଧ ପରିସ୍ଥିତିକୁ ନେଇ ସାରା ବିଶ୍ୱବାସୀଙ୍କ ନଜର ରହିଛି I ଅପରେସନ ସିନ୍ଦୂର ପରେ ହତାଶରେ ବୁଡି ରହିଥିବା ପାକିସ୍ତାନ ଲଗାତାର ଭାରତର ସୀମାନ୍ତବର୍ତ୍ତୀ ରାଜ୍ୟଗୁଡିକରେ ଡ୍ରୋନ ଆକ୍ରମଣ କରି ଚାଲିଛି । କିନ୍ତୁ ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ସବୁ ଡ୍ରୋନକୁ ନଷ୍ଟ କରି ଦେଇଛି । ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଜାରି ରହିଥିବା ଅଘୋଷିତ ଯୁଦ୍ଧ କାଳେ ବ୍ୟାପକ ରୂପ ନେଇଯିବ, ତାହାକୁ ନେଇ ବିଶ୍ଵ ନେତାମାନେ ଚିନ୍ତିତ ହୋଇପଡ଼ିଛି। ଏହା ମଧ୍ୟରେ ଆମେରିକା ଲଗାତାର ଭାରତ ଓ ପାକିସ୍ତାନକୁ ଶାନ୍ତିର ଅପିଲ୍ କରି ଚାଲିଛି ।

ହ୍ୱାଇଟ୍ ହାଉସର ପ୍ରେସ ସଚିବ କ୍ୟାରୋଲିନ ଲେଭିଟ୍ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ଉପରେ କହିଛନ୍ତି, ଏହା ଏମିତି ଏକ ପ୍ରସଙ୍ଗ ଯାହା ଉପରେ ଆମର ବୈଦେଶିକ ମନ୍ତ୍ରୀ ଓ ଏନଏସଏ ମାର୍କୋ ରୁବିଓ ଲଗାତାର ନଜର ରଖିଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଉତ୍ତେଜନାକୁ ଯଥା ଶୀଘ୍ର କମ କରିବା ପାଇଁ ଅପିଲ୍ କରିଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ନିରନ୍ତର ଭାବେ ଦୁଇ ଦେଶର ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ।

ସେହିପରି ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଚନ୍ତି, ଆମେ ଦୁଇ ଦେଶକୁ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ କହିଛୁ। ଶାନ୍ତିପୂର୍ଣ୍ଣ ଉପାୟରେ କୂଟନୈତିକ ସ୍ତରରେ ସମସ୍ୟାର ସମାଧାନ କରାଯାଉ। ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏହା ଚାହୁଁଛି। ଚୀନ ଏହି ଦଗରେ ରଚନାତ୍ମକ ଭୂମିକା ଜାରି ରଖିବାକୁ ଚାହୁଁଛି।

ଅନ୍ୟପଟେ, ଜି-୭ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ, ଇଟାଲୀ, ଜାପାନ, ବ୍ରିଟେନ, ଆମେରିକା ଏବଂ ୟୁରୋପୀୟ ସଂଘଙ୍କ ବିଦେଶ ମନ୍ତ୍ରୀ ଏବଂ ଉଚ୍ଚ ପ୍ରତିନିଧିମାନେ ଦୁଇ ଦେଶକୁ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ ଅନୁରୋଧ କରିଛନ୍ତି।