ଆମେରିକାରେ ଦୁଇ ବିମାନ ଧକ୍କା:କେହି ଜୀବିତ ନଥିବା ସୂଚନା
ସମୟ ବ୍ୟୁରୋ:ଆମେରିକାରେ ମଝି ଆକାଶରେ ଦୁଇ ବିମାନ ଧକ୍କା ହେତୁଏଥିରେ ୬୪ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ତନ୍ମଧରୁ ଏଯାବତ ୨୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।ତେବେ ଦୁର୍ଘଟଣାରେ କେହି ବି ଜୀବିତ ନଥିବା ସ୍ପଷ୍ଟ କଲେ ଡିସି ଫାୟାର ଚିଫ୍।ସେନା ହେଲିକପ୍ଟର ସହ ଯାତ୍ରୀବାହୀ ବିମାନ ଧକ୍କା ହୋଇଥିଲା।ଧକ୍କା ପରେ ୩ ଖଣ୍ଡ ହୋଇ ନଦୀକୁ ଖସି ପଡ଼ିଥିଲା ବିମାନ। ବିମାନରେ ସମୁଦାୟ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରିୟୁ […]


ସମୟ ବ୍ୟୁରୋ:ଆମେରିକାରେ ମଝି ଆକାଶରେ ଦୁଇ ବିମାନ ଧକ୍କା ହେତୁଏଥିରେ ୬୪ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ତନ୍ମଧରୁ ଏଯାବତ ୨୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।ତେବେ ଦୁର୍ଘଟଣାରେ କେହି ବି ଜୀବିତ ନଥିବା ସ୍ପଷ୍ଟ କଲେ ଡିସି ଫାୟାର ଚିଫ୍।ସେନା ହେଲିକପ୍ଟର ସହ ଯାତ୍ରୀବାହୀ ବିମାନ ଧକ୍କା ହୋଇଥିଲା।ଧକ୍କା ପରେ ୩ ଖଣ୍ଡ ହୋଇ ନଦୀକୁ ଖସି ପଡ଼ିଥିଲା ବିମାନ।
ବିମାନରେ ସମୁଦାୟ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରିୟୁ ସଦସ୍ୟ ଥିଲେ। ତେବେ ସୂଚନା ମୁତାବକ ବିମାନବନ୍ଦର ଆକାଶରୁ ଯେତେବେଳେ ବିମାନ ଲ୍ୟାଣ୍ଡିଂ କରୁଥିଲା ସେତେବେଳେ ଆମେରିକାର ସେନା ହେଲିକପ୍ଟର ବ୍ଲାକ୍ ହକ୍ ସହ ଆମେରିକାନ ଏୟାରଲାଇନର ଧକ୍କା ହୋଇଥିଲା।