ଅପରେସନ ସିନ୍ଦୂର : ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଉପରେ ଜଳପ୍ରହାର
ନୂଆଦିଲ୍ଲୀ : ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଅଘୋଷିତ ଯୁଦ୍ଧ ପରିସ୍ଥିତି । ଶତ୍ରୁଦେଶର ମନ୍ଦ ଉଦ୍ଦ୍ୟେଶକୁ ଦୃଢ ଭାବରେ ପ୍ରତିହତ କରୁଛି ଭାରତ । ଭାରତର ଡ୍ରୋନ୍ ମାଡ ଏବଂ ମିସାଇଲ୍ ମାଡ଼ରେ ପାକିସ୍ତାନ ଥରହର ହେଉଥିବାବେଳେ ,ଭାରତ ପକ୍ଷରୁ ଆରମ୍ଭ ହୋଇଛି ଜଳ ପ୍ରହାର । ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେତୁ ଚେନାବ ନଦୀରେ ନିର୍ମିତ ସାଲାଲ ଡ୍ୟାମ ଏବଂ ବାଗଲିହାର ଡ୍ୟାମର ଅନେକ ଗେଟ ଖୋଲାଯାଇଛି, […]


ନୂଆଦିଲ୍ଲୀ : ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି ଅଘୋଷିତ ଯୁଦ୍ଧ ପରିସ୍ଥିତି । ଶତ୍ରୁଦେଶର ମନ୍ଦ ଉଦ୍ଦ୍ୟେଶକୁ ଦୃଢ ଭାବରେ ପ୍ରତିହତ କରୁଛି ଭାରତ । ଭାରତର ଡ୍ରୋନ୍ ମାଡ ଏବଂ ମିସାଇଲ୍ ମାଡ଼ରେ ପାକିସ୍ତାନ ଥରହର ହେଉଥିବାବେଳେ ,ଭାରତ ପକ୍ଷରୁ ଆରମ୍ଭ ହୋଇଛି ଜଳ ପ୍ରହାର ।
ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ହେତୁ ଚେନାବ ନଦୀରେ ନିର୍ମିତ ସାଲାଲ ଡ୍ୟାମ ଏବଂ ବାଗଲିହାର ଡ୍ୟାମର ଅନେକ ଗେଟ ଖୋଲାଯାଇଛି, ଯାହାଫଳରେ ପାକିସ୍ତାନ ଆଡ଼କୁ ପ୍ରବାହିତ ଜଳର ପ୍ରବାହ ତୀବ୍ର ହୋଇଛି।
ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବରୁ ଭାରତ ତରଫରୁ ପାକିସ୍ତାନ ଆଡକୁ ବହୁଥିବା ପାଣି ରୋକିବା ପାଇଁ ସଲାଲ ଏବଂ ବଗଲିହାର ଡ୍ୟାମ୍ର ଗେଟ୍ ବନ୍ଦ କରିଦିଆଯାଇଥିଲା । ଏହି କାରଣରୁ ପାକିସ୍ତାନରେ ଚେନାବ ନଦୀର ଜଳସ୍ତର ବହୁତ ହ୍ରାସ ପାଇଥିଲା । ପୂର୍ବରୁ ଜଳସ୍ତର ୨୫ ରୁ ୩୦ ଫୁଟ ଥିଲା, ଏବେ ଏହା ମାତ୍ର ୨ ରୁ ୩ ଫୁଟlରେ ପହଞ୍ଚିଥିଲା । କିନ୍ତ ବର୍ତ୍ତମାନ ଗେଟ୍ ଖୋଲି ଦିଆଯିବାର ପାକିସ୍ତାନରେ ଜଳ ପ୍ରବାହ ଜାରି ରହିଛି । ଭାରତର ଏହି ପଦକ୍ଷେପ ଦ୍ବାରା ପାକିସ୍ତାନର ପୂର୍ବରୁ ଦୁର୍ବଳ ଅର୍ଥନୀତି ଏବଂ କୃଷି ବ୍ୟବସ୍ଥା ଉପରେ ଆହୁରି ଚାପ ବଢିଯାଇଛି । ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ତାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ।
ଅନ୍ୟପଟେ,ଭାରତୀୟ ସେନା ନିୟନ୍ତ୍ରଣ ରେଖା (ଏଲଓସି) ଏବଂ ଆନ୍ତର୍ଜାତୀୟ ସୀମାରେ କାଉଣ୍ଟର-ଡ୍ରୋନ୍ ଅପରେସନ୍ ସମୟରେ ୫୦ ରୁ ଅଧିକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଇଛି । ପାକ୍ ପଟୁ ଭାରତର ଅନେକ ସ୍ଥାନରେ ଡ୍ରୋନ୍ ପଠାଇବାର ବିଫଳ ପ୍ରୟାସ ପରେ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା । ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏବଂ ଉଦ୍ଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନଗ୍ରୋଟା ଏବଂ ପଠାନକୋଟ ସମେତ ଅଞ୍ଚଳରେ ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ । ବର୍ତ୍ତମାନ ଭାରତୀୟ ସେନା ତରଫରୁ ଏକ ଭିଡ଼ିଓ ଜାରି କରି ସୂଚନା ଦିଆଯାଇଛି ।