ସାବଧାନ! ସାଇବର ଆଟାକ୍ କରୁଛି ପାକିସ୍ତାନ
ସମାଜ ଡିଜିଟାଲ ଡେସ୍କ: ସୀମାରେ ଭାରତଠାରୁ କଡା ଜବାବ ପାଇବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ମିସାଇଲ ଆକ୍ରମଣକୁ କଡା ଜବାବ ଦେଇଥିବାରୁ ପାକିସ୍ତାନର ଅବସ୍ଥା ଶୌଚନୀୟ ହୋଇପଡିଛି । ସବୁ କ୍ଷେତ୍ରରୁ ଭାରତ ଉପରେ ଆକ୍ରମଣ କରିବାରେ ବିଫଳ ହେଉଥିବାରୁ ଏବେ ସାଇବର ଆଟାକର ଉପାୟ ଆପଣାଇଛି ପାକିସ୍ତାନ । ଗୋଇନ୍ଦା ବିଭାଗର ସୂଚନା ଆଧାରରେ ଲୋକମାନଙ୍କୁ ସାବଧାନ ରହିବାକୁ କୁହାଯାଇଛି । କୌଣସି ଅଜଣା ଲିଙ୍କ୍ କିମ୍ବା ଫାଇଲ ଏବଂ ଅଜଣା […]


ସମାଜ ଡିଜିଟାଲ ଡେସ୍କ: ସୀମାରେ ଭାରତଠାରୁ କଡା ଜବାବ ପାଇବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ମିସାଇଲ ଆକ୍ରମଣକୁ କଡା ଜବାବ ଦେଇଥିବାରୁ ପାକିସ୍ତାନର ଅବସ୍ଥା ଶୌଚନୀୟ ହୋଇପଡିଛି । ସବୁ କ୍ଷେତ୍ରରୁ ଭାରତ ଉପରେ ଆକ୍ରମଣ କରିବାରେ ବିଫଳ ହେଉଥିବାରୁ ଏବେ ସାଇବର ଆଟାକର ଉପାୟ ଆପଣାଇଛି ପାକିସ୍ତାନ । ଗୋଇନ୍ଦା ବିଭାଗର ସୂଚନା ଆଧାରରେ ଲୋକମାନଙ୍କୁ ସାବଧାନ ରହିବାକୁ କୁହାଯାଇଛି । କୌଣସି ଅଜଣା ଲିଙ୍କ୍ କିମ୍ବା ଫାଇଲ ଏବଂ ଅଜଣା ଫଟୋରେ କ୍ଲିକ୍ ନକରିବାକୁ ଭାରତରେ ଇଣ୍ଟରନେଟ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି । ହ୍ୱାଟ୍ସଆପ୍, ଫେସବୁକ୍, ଟେଲିଗ୍ରାମ୍ ଏବଂ ଇ-ମେଲ ଭଳି ସୋସିଆଲ ପ୍ଲାଟଫର୍ମ ଗୁଡିକରେ ସାଇବର ଆଟାକ ହେବାର ସମ୍ଭାବନା ଅଧିକ ରହିଛି । ଶତ୍ରୁରାଷ୍ଟ୍ର ସର୍ବଦା ଭାରତୀୟ ୟୁଜର୍ସଙ୍କୁ ହ୍ୟାକ୍ କରି କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିଥାନ୍ତି । ଖାସକରି ଯୁଦ୍ଧ ସମୟରେ ହ୍ୟାକର୍ସ ଅଧିକ ଆକ୍ଟିଭ ରହିଥିବା ଦେଖିବାକୁ ମିଳେ ।