ରାଜ୍ୟରେ ଆଇପିଏସ୍ ଅଫିସରଙ୍କ ଛୁଟି ବାତିଲ
ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଓଡ଼ିଶାରେ ସମସ୍ତ ଆଇପିଏସ୍ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପୁଲିସ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ଜାରି ହେବା ସହ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଟ୍ରେନିଂରେ ଥିଲେ ବି ଯୋଗ ଦେବାକୁ ଓଡ଼ିଶା ପୁଲିସଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏଭଳି ସମୟରେ କୌଣସି ଅଫିସରଙ୍କୁ […]


ସମାଜ ଡିଜିଟାଲ ଡେସ୍କ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଓଡ଼ିଶାରେ ସମସ୍ତ ଆଇପିଏସ୍ ଅଫିସରଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପୁଲିସ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ଜାରି ହେବା ସହ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଟ୍ରେନିଂରେ ଥିଲେ ବି ଯୋଗ ଦେବାକୁ ଓଡ଼ିଶା ପୁଲିସଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏଭଳି ସମୟରେ କୌଣସି ଅଫିସରଙ୍କୁ ଛୁଟି ନଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକ ପରେ ସବୁ ବିଭାଗର ଅଫିସରଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।