ଓଲଟିଲା ଯାତ୍ରୀବାହୀ ବସ୍
ରାଇରଙ୍ଗପୁର : ଓଲଟିଲା ଯାତ୍ରୀବାହୀ ବସ୍ । ଝରାଡିହିରୁ କରଞ୍ଜିଆ ଯାଉଥିବା ଅପ୍ପୁ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣା ବହଳଦା ଥାନା ତିଖିଆ ଗ୍ରାମ ନିକଟସ୍ଥ ଚାଞ୍ଚଳା ନିକଟରେ ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା […]


ରାଇରଙ୍ଗପୁର : ଓଲଟିଲା ଯାତ୍ରୀବାହୀ ବସ୍ । ଝରାଡିହିରୁ କରଞ୍ଜିଆ ଯାଉଥିବା ଅପ୍ପୁ ନାମକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣା ବହଳଦା ଥାନା ତିଖିଆ ଗ୍ରାମ ନିକଟସ୍ଥ ଚାଞ୍ଚଳା ନିକଟରେ ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।