ସୋମବାର ରାଶିଫଳ (୨୪-୦୨-୨୦୨୫)
ମେଷ: ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହାୟତା ମିଳିବ। ନକାରାତ୍ମକ ଚିନ୍ତା ଦୂର ହେବ। ବୃଷ: ଯାତ୍ରା ଯୋଗ ଅଛି। ଯାନବାହନ କିଣିବେ। ନିବେଶରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀ ମନପସନ୍ଦ କାର୍ଯ୍ୟରେ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଦେଖା ଦେବ। ମିଥୁନ: ଧାର୍ମିକ ପୁସ୍ତକ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ପରୋପକାର […]


ମେଷ: ବ୍ୟବସାୟରେ ଆଶାଜନକ ପରିଣାମ ମିଳିବ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହାୟତା ମିଳିବ। ନକାରାତ୍ମକ ଚିନ୍ତା ଦୂର ହେବ।
ବୃଷ: ଯାତ୍ରା ଯୋଗ ଅଛି। ଯାନବାହନ କିଣିବେ। ନିବେଶରୁ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀ ମନପସନ୍ଦ କାର୍ଯ୍ୟରେ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସହ ମନୋମାଳିନ୍ୟ ଦେଖା ଦେବ।
ମିଥୁନ: ଧାର୍ମିକ ପୁସ୍ତକ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ପରୋପକାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।
କର୍କଟ: ଅଫିସ୍ରେ କାର୍ଯ୍ୟଭାର ବଢ଼ିବ। କୌଣସି କାର୍ଯ୍ୟରେ ସମସ୍ୟା ଦେଖା ଦେବ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ବିବାହରେ ସମସ୍ୟା ଆସିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ସିଂହ: ଚାକିରିରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ବାପାଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କନ୍ୟା: ଚାକିରିକୁ ନେଇ କୌଣସି ସମସ୍ୟା ଦେଖା ଦେବ। ପାରିବାରିକ ଜୀବନ ସୁଖମୟ ହେବ। ଘରେ ପୂଜାପାଠ ଆୟୋଜନ କରିବେ। ଅଟକିଥିବା କାର୍ଯ୍ୟ ପୂରା ହେବ। ଆୟର ନୂଆ ଅବସର ପ୍ରାପ୍ତ ହେବ।
ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ମଜଭୁତ୍ ହେବ। ବିବାହ ପ୍ରସ୍ତାବ ଆସିବ। ରାଜନୀତିରେ ସଫଳତା ମିଳିବ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ନୂଆ ଯୋଜନା କରିବେ।
ବିଛା: ଆଇଟି ଓ ବ୍ୟାଙ୍କ କ୍ଷେତ୍ରରେ ସଫଳତା ମିଳିବ। ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ବୈବାହିକ ଜୀବନ ସୁଖଶାନ୍ତିରେ କଟିବ। ବିଦ୍ୟାର୍ଥୀ ପଢ଼ାରେ ମନୋନିବେଶ କରିବେ।
ଧନୁ: ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। କଥାରେ ମଧୁରତା ରକ୍ଷା କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।
ମକର: ଦିନଟିରେ କର୍ମଚଞ୍ଚଳ ରହିବେ। ବ୍ୟବସାୟରେ ଲାଭ ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ସୁଖମୟ ହେବ।
କୁମ୍ଭ:ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିବେ। ନିବେଶରୁ ଦୂରେଇ ରୁହନ୍ତୁ। ଘରେ ପୂଜାପାଠ ଆୟୋଜନ ହେବ। ବିବାହ ସମସ୍ୟା ସମାଧାନ ହେବ। ଯାନବାହନ କ୍ରୟର ଯୋଗ ଅଛି।
ମୀନ: ଇଞ୍ଜିନିୟରିଂ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁମିଳନ ଯୋଗ ଅଛି। ଭାଇଭଉଣୀଙ୍କ ମଧ୍ୟରେ ଝଗଡ଼ା ହେବ। ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଅଧିକ ଖର୍ଚ୍ଚାନ୍ତ ହେବେ।