ଶୁକ୍ରବାର ରାଶିଫଳ (୩୧-୦୧-୨୦୨୫)

ମେଷ: ଖୁସି ଖବର ମିଳିବ। ଚାକିରିରେ ସଫଳତା ମିଳିବ। ଅର୍ଥ ନିବେଶ କରିବା ପାଇଁ ଭଲ ସମୟ। ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ। ନିଜ ଭୁଲ୍‌କୁ ସୁଧାରିବେ। ଧାର୍ମିକ ଯାତ୍ରା ଯୋଗ ଅଛି। ବୃଷ: ଦିନଟିରେ ସଫଳତା ପ୍ରାପ୍ତି ହେବ। ସୃଜନାତ୍ମକ କାମ ପ୍ରତି ଆଗ୍ରହ ବଢ଼ିବ। ଅଧିକ ଖର୍ଚ୍ଚାନ୍ତ ହେବେ। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ। ମିଥୁନ: ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ରାଜନୀତିରେ ସକ୍ରିୟ […]

Jan 31, 2025 - 06:23
ଶୁକ୍ରବାର ରାଶିଫଳ (୩୧-୦୧-୨୦୨୫)
Friday Horoscope

ମେଷ: ଖୁସି ଖବର ମିଳିବ। ଚାକିରିରେ ସଫଳତା ମିଳିବ। ଅର୍ଥ ନିବେଶ କରିବା ପାଇଁ ଭଲ ସମୟ। ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ। ନିଜ ଭୁଲ୍‌କୁ ସୁଧାରିବେ। ଧାର୍ମିକ ଯାତ୍ରା ଯୋଗ ଅଛି।

ବୃଷ: ଦିନଟିରେ ସଫଳତା ପ୍ରାପ୍ତି ହେବ। ସୃଜନାତ୍ମକ କାମ ପ୍ରତି ଆଗ୍ରହ ବଢ଼ିବ। ଅଧିକ ଖର୍ଚ୍ଚାନ୍ତ ହେବେ। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ।

ମିଥୁନ: ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ରାଜନୀତିରେ ସକ୍ରିୟ ହେବେ। ବନ୍ଧୁଙ୍କ ସହ ବୁଲିବାକୁ ଯିବେ। ଅଫିସ୍‌ରେ ପଦୋନ୍ନତି ସମ୍ଭାବନା ଅଛି। ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି କରିବେ।

କର୍କଟ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରୁ ଲାଭ ମିଳିବ। ଅର୍ଥ ନିବେଶରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବ୍ୟବସାୟ ସମ୍ବନ୍ଧିତ ନୂଆ ଯୋଜନାରୁ ବଞ୍ଚିତ ରହିବେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ପିତାମାତା ଚିନ୍ତାରେ ରହିବେ।

କନ୍ୟା: ଆର୍ଥିକ ସ୍ଥିତ ଭଲ ରହିବ। ସୁଖଦ ଯାତ୍ରା ଯୋଗ ଅଛି। ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଭାଇ, ଭଉଣୀଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ତୁଳା: ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ କର୍ମଚଞ୍ଚଳ ହେବେ। ଘରକୁ ଅତିଥିଙ୍କ ଆଗମନ ହେବ। ଜୀବନସାଥୀଙ୍କ ନୂଆ କାମକୁ ନେଇ ଖୁସି ଅନୁଭବ କରିବେ।

ବିଛା: ଘରେ ଧନଧାନ୍ୟ ବୃଦ୍ଧି ହେବ। ବିବାହ ପ୍ରସ୍ତାବ ସ୍ଥିର ହେବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ଦୂର ହେବ। ଉଚ୍ଚଶିକ୍ଷା ଲାଗି ଉତ୍ତମ ସମୟ।

ଧନୁ: ଯାତ୍ରା ସମୟରେ ମୂଲ୍ୟବାନ ଜିନିଷ ହଜିବା ସମ୍ଭାବନା ଅଛି। ଅଫିସ୍‌ରେ ମାନସମ୍ମାନ ବଢ଼ିବ। ଅନଲାଇନ କାର୍ଯ୍ୟରୁ ଲାଭ ମିଳିବ। ଜବୀନସାଥିଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖା ଦେବ।

ମକର: ଚାକିରି ନିଷ୍ପତ୍ତି ପାଇଁ ଦ୍ବନ୍ଦ୍ବରେ ରହିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବେ। ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦେଖାଦେବ। ସମାଜସେବାରେ ନିଜକୁ ନିୟୋଜିତ କରିବେ।

କୁମ୍ଭ: କାର୍ଯ୍ୟରେ ବାଧା ଆସିବ। ବ୍ୟବହାରରେ ନିୟନ୍ତ୍ରଣ ରକ୍ଷା କରିବେ। ଭାବିଚିନ୍ତି ଖର୍ଚ୍ଚ କରିବେ। କୌଣସି ଦୁର୍ଘଟଣା ଘଟିବା ସମ୍ଭାବନା ଅଛି। ଅଚାନକ ଦୂର ସ୍ଥାନକୁ ଯାତ୍ରା କରିବେ। ଚିନ୍ତାରେ ରହିବେ।

ମୀନ: ଦିନଟି ଉତ୍ସାହଜନ ରହିବ ନାହିଁ। ଘରେ ପୂଜାପାଠ ଆୟୋଜନ କରିବେ। ନିଜ ପସନ୍ଦର କାର୍ଯ୍ୟ କରିବେ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଗୁରୁଜନଙ୍କ ସହଯୋଗ ମିଳିବ।