ଶରୀରରେ ୟୁରିକ୍ ଏସିଡ୍ ବଢିଲେ କ‘ଣ କରିବେ? ଜାଣନ୍ତୁ ଏହାର ଚିକିତ୍ସା…..
ମନୁଷ୍ୟ ଶରୀର ପାଇଁ ୟୁରିକ୍ ଏସିଡ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ୟୁରିକ୍ ଏସିଡ୍ ମୂତ୍ରଗ୍ରନ୍ଥି ମାଧ୍ୟମରେ ବାହାରି ଯାଇଥାଏ। କିନ୍ତୁ କୌଣସି କାରଣରୁ ରକ୍ତରେ ୟୁରିକ୍ ଏସିଡ୍ର ପରିମାଣ ବୃଦ୍ଧି ହେଲେ କିମ୍ବା କମିଲେ, ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ଅସନ୍ତୁଳିତ ଖାଦ୍ୟ,ବଂଶାନୁଗତ, ମାନସିକ ଚାପ, ବୃକ୍କଜନିତ ରୋଗ, ଥାଇରଏଡ୍ ବୃଦ୍ଧି ଆଦି ବିଭିନ୍ନ କାରଣରୁ ଶରୀରରେ ୟୁରିକ୍ ଏସିଡ୍ ପରିମାଣର ବୃଦ୍ଧିପାଏ। ୟୁରିକ୍ ଏସିଡ୍ ବୃଦ୍ଧିରେ ଗୋଇଠି, ହାତ ଅଙ୍ଗୁଠି, ଆଣ୍ଠୁ ଯନ୍ତ୍ରଣା, ଥକ୍କାପଣ, […]


ମନୁଷ୍ୟ ଶରୀର ପାଇଁ ୟୁରିକ୍ ଏସିଡ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ୟୁରିକ୍ ଏସିଡ୍ ମୂତ୍ରଗ୍ରନ୍ଥି ମାଧ୍ୟମରେ ବାହାରି ଯାଇଥାଏ। କିନ୍ତୁ କୌଣସି କାରଣରୁ ରକ୍ତରେ ୟୁରିକ୍ ଏସିଡ୍ର ପରିମାଣ ବୃଦ୍ଧି ହେଲେ କିମ୍ବା କମିଲେ, ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ଅସନ୍ତୁଳିତ ଖାଦ୍ୟ,ବଂଶାନୁଗତ, ମାନସିକ ଚାପ, ବୃକ୍କଜନିତ ରୋଗ, ଥାଇରଏଡ୍ ବୃଦ୍ଧି ଆଦି ବିଭିନ୍ନ କାରଣରୁ ଶରୀରରେ ୟୁରିକ୍ ଏସିଡ୍ ପରିମାଣର ବୃଦ୍ଧିପାଏ। ୟୁରିକ୍ ଏସିଡ୍ ବୃଦ୍ଧିରେ ଗୋଇଠି, ହାତ ଅଙ୍ଗୁଠି, ଆଣ୍ଠୁ ଯନ୍ତ୍ରଣା, ଥକ୍କାପଣ, ତଥା ଗାଉଟ୍ ପରି ସମସ୍ୟା ଦେଖାଯାଏ। ତେଣୁ ଏହି ଗୋଟିଏ ରୋଗପାଇଁ ଏଲୋପାଥି, ହୋମିଓପାଥି ଓ ଆୟୁର୍ବେଦରେ କ’ଣ ଚିକିତ୍ସା ପଦ୍ଧତି ରହିଛି ଜାଣନ୍ତୁ।
ଏଲୋପାଥି
ବଂଶଗତ ୟୁରିକ୍ ଏସିଡ୍ ସମସ୍ୟା ଥିଲେ, ବହୁଦିନ ଧରି ଗଣ୍ଠି ଫୁଲି ଦରଜ ହେବା, ଲାଲ୍ ପଡ଼ିବା କିମ୍ବା ବାରମ୍ବାର ଜ୍ୱରହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଡାକ୍ତରଙ୍କ ପରାମର୍ଶ ନେଇ ପରୀକ୍ଷାନିରୀକ୍ଷା କରିବା ପରେ ୟୁରିକ୍ ଏସିଡ୍ କମ୍ କରିବା ପାଇଁ ଫେବୁସ୍କୋଷ୍ଟେଟ୍,ଦିନକୁ ଗୋଟେ ଖାଇ ସାରିବା ପରେ ଖାଇପାରିବେ। ନଚେତ୍ ଏଲୋପ୍ୟୁରିନଲ ଔଷଧ ୧୦୦ ମିଲି ଗ୍ରାମ୍ ଦୈନିକ ଖାଇବା ଜରୁରି। ଡାଲି, ପନିର, ଆମିଷ ତଥା ପ୍ରୋଟିନ୍ଜାତୀୟ ଖାଦ୍ୟଠାରୁ ଦୂରେଇ ରହିବା ଭଲ। ମଦ୍ୟପାନ ଓ ଧୂମପାନ ପରିତ୍ୟାଗ କରିବା ଜରୁରି। ଦୈନିକ ପ୍ରଚୁର ପାଣି ପିଇବା ଆବଶ୍ୟକ।
ଡାକ୍ତର ସୁଜିତ କୁମାର ତ୍ରିପାଠୀ
ଆୟୁର୍ବେଦ
ଗୁଡ଼ୁଚି ଲତା, ଗୁଖୁରୁ ବୀଜ, କୁଇଲେଖାପତ୍ର ତିନୋଟି ମିଶାଇ ୧୦ ଗ୍ରାମ ନେଇ ୨୦୦ ମିଲିରେ ସିଝାଇ ୫୦ ମିଲି ରଖି ସକାଳ ଓ ସନ୍ଧ୍ୟାରେ ପାନ କଲେ ୟୁରିକ୍ ଏସିଡର ହିତକର ହୁଏ। ଚିକିତ୍ସକଙ୍କ ପରାମର୍ଶ ଅନୁସାରେ, ଚନ୍ଦ୍ରପ୍ରଭା ବଟି ସେବନ କଲେ ହିତକର ହୁଏ। ସେହିପରି ଗାଉଟ୍ ଉପଚାର ପାଇଁ ନିମ୍ବ ବେଶ୍ ପ୍ରଭାବୀ। ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ଗିଲୟ ଜୁସ୍ ସେବନ କରିପାରିବେ।
ଡା ପ୍ରଦୀପ କୁମାର ମିଶ୍ର
ହୋମିଓପାଥି
ତଳି ପାଦରେ ଯନ୍ତ୍ରଣା ସହ ଅଙ୍ଗୁଠି ଫୁଲି ଲାଲ୍ ପଡ଼ିଗଲେ, ବାମ ପଟ ହାତ ସହ ଡାହାଣ ପାଖ ଅଣ୍ଟାରେ ଯନ୍ତ୍ରଣା ହେଉଥିଲେ ଲିଡ୍ମପାଲ୍ ଔଷଧ ସେବନ କରିହେବ। ଅସହ୍ୟ ଯନ୍ତ୍ରଣା ଓ ଫୁଲାସ୍ଥାନର ଉପଶମ ପାଇଁ କୋଲଚିକମ୍ ଅଟମନାଲେ ଔଷଧ ଅତ୍ୟନ୍ତ ଫାଇଦା ହୋଇଥାଏ। ବର୍ଷାଦିନେ ଏହି ରୋଗରେ ପୀଡ଼ିତଙ୍କ ଯନ୍ତ୍ରଣା ବଢ଼ିଯାଏ, ଜ୍ବର ଆସିଥାଏ, ଏହାର ଉପଶମ ପାଇଁ ରୋଡ୍ଡେ଼ନଡ୍ରନ୍ ଔଷଧ ଦିଆଯାଏ । ଯନ୍ତ୍ରଣା ଥିବା ସତ୍ତ୍ବେ ରୋଗୀ ଚାଲବୁଲ କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ ରସ ଟକ୍ସ ସେବନ କରାଯାଏ। କିନ୍ତୁ ରୋଗୀ ଆରାମ କରିବାକୁ ଭଲ ପାଉଥିଲେ ବ୍ରାୟୋନିଆ ଆଲବା ଔଷଧ ସେବନ କରିବାକୁ ପରାମର୍ଶ ଦିଆଯାଏ। ଉପରୋକ୍ତ ଔଷଧକୁ ରୋଗୀ ଅଭିଜ୍ଞ ହୋମିଓପାଥି ଚିକିତ୍ସକଙ୍କ ପରାମର୍ଶରେ ସେବନ କରିବା ଉଚିତ।
ଡା ପ୍ରକାଶ କୁମାର ମହାପାତ୍ର