ଶନିବାର ରାଶିଫଳ (୦୧-୦୨-୨୦୨୫)

ମେଷ: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ହେବ। ଦୂରଯାତ୍ରା ଦ୍ବାରା ସ୍ବାସ୍ଥ୍ୟ ବିଗିଡ଼ି ପାରେ। ରାଜନୀତିରେ ସହଯୋଗ ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। କାର୍ଯ୍ୟରେ ସଫଳତା ପ୍ରାପ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ବିଗିଡ଼ିଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଖୁସି ଖବର ମିଳିପାରେ। ମିଥୁନ: ସମସ୍ତ ଜରୁରୀ କାର୍ଯ୍ୟ ପୂରଣ ହେବ। ପରିବାରରେ ସୁଖଶାନ୍ତି ବୃଦ୍ଧି […]

Feb 1, 2025 - 06:59
ଶନିବାର ରାଶିଫଳ (୦୧-୦୨-୨୦୨୫)
saturday horoscope

ମେଷ: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ହେବ। ଦୂରଯାତ୍ରା ଦ୍ବାରା ସ୍ବାସ୍ଥ୍ୟ ବିଗିଡ଼ି ପାରେ। ରାଜନୀତିରେ ସହଯୋଗ ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।

ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। କାର୍ଯ୍ୟରେ ସଫଳତା ପ୍ରାପ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ବିଗିଡ଼ିଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଖୁସି ଖବର ମିଳିପାରେ।

ମିଥୁନ: ସମସ୍ତ ଜରୁରୀ କାର୍ଯ୍ୟ ପୂରଣ ହେବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ଦିଗ ଚୟନ କରିବେ। ଗୁରୁଜନଙ୍କ ଆର୍ଶିବାଦ ପ୍ରାପ୍ତି ହେବ। ଅଚାନକ ଖୁସି ଖବର ପାଇବେ।

କର୍କଟ: ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିପାରେ। ଅନେକ ଦିନ ଧରି ଚାଲିଥିବା ସମସ୍ୟା ଭିନ୍ନ ମୋଡ଼ ନେବ । ପରିବାର ମଧ୍ୟରେ ଶାନ୍ତି ବଜାଇ ରଖିବାକୁ ଚେଷ୍ଟା କରିବେ।

ସିଂହ: ଦିନଟିରେ ଜଗି ରହି ଚଳନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଯାତାୟତ ସମୟରେ ଦରକାରୀ କାଗଜପତ୍ର ଦାୟିତ୍ବରେ ରଖନ୍ତୁ। ଭୁଲ୍‌ କାର୍ଯ୍ୟ କରିବାରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ।

କନ୍ୟା: ନୂତନ ଲୋକଙ୍କ ସହିତ ଜଡ଼ିତ ହୋଇପାରନ୍ତି। ସହକର୍ମୀମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ପ୍ରତିଶୋଧ ପରାୟଣ ହୋଇ କାର୍ଯ୍ୟ କରିବାରୁ ନିବୃତ୍ତ ରୁହନ୍ତୁ। ପରିବାରର ଦାୟିତ୍ବ ବୃଦ୍ଧି ପାଇବ।

ତୁଳା: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଅନେକ ଉତ୍ତମ ଅବସର ପ୍ରାପ୍ତି ହେବ। କମ୍‌ ପରିଶ୍ରମରେ ଅଧିକ ଲାଭ ପାଇବେ।

ବିଛା: ନିଜ ପ୍ରଚେଷ୍ଟା ବଳରେ ସଫଳତା ପାଇବେ। ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ। ମହିଳାମାନେ ଭିନ୍ନ ପ୍ରକାର ପରିସ୍ଥିତି ସହ ଖାପ ଖୁଆଇ ଚଳିବେ। ବିଦ୍ୟାର୍ଥୀ କୃତୀତ୍ବ ଅର୍ଜନ କରିବେ।

ଧନୁ: ଭାଗିଦାରୀ କାର୍ଯ୍ୟରୁ ଲାଭାନ୍ବିତ ହେବେ। ପଦୋନ୍ନତିର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ସମନ୍ବୟ ରକ୍ଷା କରିବେ। ଅନ୍ୟକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।

ମକର: ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଉଦାରପଣ ପାଇଁ ପ୍ରଶଂସାର ପାତ୍ର ହେବେ। ପରିବାରବର୍ଗଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ।

କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପରିବାରର ପରିବେଶ ସକରାତ୍ମକପୂର୍ଣ୍ଣ ହେବ। ଅନ୍ୟମାନଙ୍କ ପ୍ରତି ଦୟାଳୁ ସ୍ବଭାବ ରହିବ। କର୍ମସ୍ଥଳୀରେ ଭଲ ଫଳାଫଳ ପାଇ ଉତ୍ସାହିତ ହେବେ।

ମୀନ: କୌଣସି କାର୍ଯ୍ୟ ପାଇଁ ପରିବାର ଉପରେ ନିର୍ଭର ହେବାକୁ ପଡ଼ିପାରେ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ପ୍ରେମ ବ୍ୟାପାରରେ ସଫଳତା ମିଳିବ।