ICC Champions Trophy : ଦୁବାଇରେ ପାକିସ୍ତାନକୁ ହରାଇଲା ଭାରତ
ଦୁବାଇ, ୨୩।୨: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଦମ୍ଦାର ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଭାରତୀୟ ବୋଲରଙ୍କୁ ମୁକାବିଲା କରି ନ ପାରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲ୍ଆଉଟ ହୋଇଯାଇଥିଲା। ଜବାବରେ ବିରାଟ କୋହଲିଙ୍କ କିର୍ତ୍ତୀମାନ […] The post ICC Champions Trophy : ଦୁବାଇରେ ପାକିସ୍ତାନକୁ ହରାଇଲା ଭାରତ appeared first on Dharitri Odia News.

ଦୁବାଇ, ୨୩।୨: ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଦମ୍ଦାର ପ୍ରଦର୍ଶନ କରିଛି। ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ।
ଭାରତୀୟ ବୋଲରଙ୍କୁ ମୁକାବିଲା କରି ନ ପାରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲ୍ଆଉଟ ହୋଇଯାଇଥିଲା। ଜବାବରେ ବିରାଟ କୋହଲିଙ୍କ କିର୍ତ୍ତୀମାନ ଶତକ ଏବଂ ଶ୍ରେୟସ ଆୟରଙ୍କ ସହ ଶତକୀୟ ଭାଗୀଦାରି ବଳରେ ଭାରତ ୪୨.୩ ଓଭରରେ ୪ ଉଇକେଟ ହରାଇ ୨୪୪ ରନ ସଂଗ୍ରହ କରି ନେଇଥିଲା। ଏଥିସହ ପୂର୍ବ ସଂସ୍କରଣ ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ।
ଭାରତ-ପାକିସ୍ତାନ ମହାମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଭାରତର ଦମ୍ଦାର ବୋଲିଂ ଯୋଗୁ ପାକିସ୍ତାନ ୪୯.୪ ଓଭରରେ ସମସ୍ତ ଉଇକେଟ ହରାଇ ୨୪୧ ରନ୍ କରିଥିଲା। ଫଳରେ ଭାରତ ଆଗରେ ୨୪୨ ରନ୍ର ବିଜୟ ଟାର୍ଗେଟ ରଖିଥିଲା ପାକିସ୍ତାନ।
ଟାର୍ଗେଟ ବଡ଼ ନ ଥିବାରୁ ଭାରତ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ୨୦ ରନକରି ଆଉଟ ହୋଇ ଯାଇଥିଲେ ହେଁ ଶୁବମନ ଗିଲ୍ ଓ ବିରାଟ କୋହଲି ଦ୍ୱିତୀୟ ଉଇକେଟରେ ୬୯ ରନ ଯୋଡ଼ି ଇନିଂସ ସମ୍ଭାଳି ଥିଲେ। ଗିଲ୍ ୪୬ ରନ୍ କରି ଆଉଟ ହୋଇ ଯାଇଥିଲେ। ତେବେ ଚମତ୍କାର ବ୍ୟାଟିଂ କରିଥିଲେ କିଙ୍ଗ୍ କୋହଲି। ସେ ଦ୍ୱିତୀୟ ଭାରତୀୟ ଭାବେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ୧୪,୦୦୦ ରନ୍ ପୂରଣ କରିଥିବା ବେଳେ କ୍ୟାଚ ନେବାରେ ମଧ୍ୟ ମହମ୍ମଦ ଆଝାରୁଦ୍ଦିନଙ୍କୁ ପଛରେ ପକାଇ ଦେଇଥିଲେ।
କେବଳ ସେତିକି ନୁହେଁ ସେ ଶ୍ରେୟସ ଆୟରଙ୍କ ସହ ତୃତୀୟ ଉଇକେଟରେ ୧୧୪ ରନ୍ ଯୋଡ଼ି ଭାରତର ବିଜୟକୁ ସହଜ କରି ଦେଇଥିଲେ। ଆୟର ୬୭ ବଲ୍ରୁ ୫ ଚୌକା ଓ ୧ ଛକା ସହାୟତାରେ ୫୬ ରନକରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୮ ରନରେ ଆଉଟ ହୋଇଥିଲେ ହେଁ କୋହଲି ଅପରାଜେୟ ରହି ଭାରତକୁ ବିଜୟୀ କରିଥିଲେ। ଅନ୍ତିମ ବଲ୍ରେ ଚୌକା ମାରି ଶତକ ପୂରଣ କରିଥିବା କିଙ୍ଗ୍ କୋହଲି ୧୧୧ଟି ବଲ୍ର ସମ୍ମୁଖୀନ ହୋଇ ୭ ଚୌକା ସହାୟତାରେ ୧୦୦ ରନରେ ଅପରାଜିତ ରହିଥିଲେ। ଦିନିକିଆ କ୍ରିକେଟରେ ଏହାଥିଲା ତାଙ୍କର ୫୧ତମ ଶତକ। ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦୀ ୨ଟି ଏବଂ ଆବ୍ରାର ଅହମଦ ଓ ଖୁସଦିଲ ଶାହା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
The post ICC Champions Trophy : ଦୁବାଇରେ ପାକିସ୍ତାନକୁ ହରାଇଲା ଭାରତ appeared first on Dharitri Odia News.