Hamas: ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ଆଉ ୮ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

ଖାନ୍‌ ୟୁନିସ୍‌,୩୦।୧: ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ହମାସ୍‌ ଆତଙ୍କବାଦୀମାନେ ଗୁରୁବାର ଆଉ ୮ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଇସ୍ରାଏଲୀ ଓ ଥାଇଲାଣ୍ଡର ୫ ଜଣ ଅଛନ୍ତି। ଏହା ବଦଳରେ ଇସ୍ରାଏଲ୍‌ ଆଉ ୧୧୦ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିବା ଆଶା କରାଯାଉଛି। ପଣବନ୍ଦୀଙ୍କୁ ମୁକ୍ତ କରାଯିବା ପାଇଁ ରେଡ୍‌କ୍ରସ୍‌କୁ ନିଆଯାଉଥିବା ବେଳେ ପାଲେଷ୍ଟିନୀୟମାନେ ସେମାନଙ୍କୁ ଘେରିଯାଇ ହୋହଲ୍ଲା କରିବା ସହ ନ ଛାଡ଼ିବାକୁ ଜିଦ୍‌ ଧରିଥିଲେ। ଫଳରେ ସେଠାରେ […] The post Hamas: ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ଆଉ ୮ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌ appeared first on Dharitri Odia News.

Jan 31, 2025 - 06:13
Hamas: ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ଆଉ ୮ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌

ଖାନ୍‌ ୟୁନିସ୍‌,୩୦।୧: ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ହମାସ୍‌ ଆତଙ୍କବାଦୀମାନେ ଗୁରୁବାର ଆଉ ୮ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଇସ୍ରାଏଲୀ ଓ ଥାଇଲାଣ୍ଡର ୫ ଜଣ ଅଛନ୍ତି। ଏହା ବଦଳରେ ଇସ୍ରାଏଲ୍‌ ଆଉ ୧୧୦ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିବା ଆଶା କରାଯାଉଛି। ପଣବନ୍ଦୀଙ୍କୁ ମୁକ୍ତ କରାଯିବା ପାଇଁ ରେଡ୍‌କ୍ରସ୍‌କୁ ନିଆଯାଉଥିବା ବେଳେ ପାଲେଷ୍ଟିନୀୟମାନେ ସେମାନଙ୍କୁ ଘେରିଯାଇ ହୋହଲ୍ଲା କରିବା ସହ ନ ଛାଡ଼ିବାକୁ ଜିଦ୍‌ ଧରିଥିଲେ। ଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହେବା ସହ ମୁକ୍ତି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା।

ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟେ, ସେଥିପାଇଁ ଅନ୍ତର୍ଜାତୀୟ ମଧ୍ୟସ୍ଥମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗତ ୧୯ରୁ ଅସ୍ତ୍ରବିରତି ଆରମ୍ଭ ହୋଇଥିବା ବେଳେ ହମାସ୍‌ ଦୁଇ ପର୍ଯ୍ୟାୟରେ ୭ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା।

୨୦୨୩ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଅଚାନକ ଇସ୍ରାଏଲ୍‌ରେ ଆକ୍ରମଣ କରି ୧,୨୦୦ ଜଣଙ୍କୁ ହତ୍ୟା କରିବା ସହ ପ୍ରାୟ ୨୫୦ ଜଣଙ୍କୁ ଅପହରଣ କରିନେଇଥିଲେ। ଏହାର ପ୍ରତିଶୋଧ ସ୍ବରୂପ ଇସ୍ରାଏଲ୍‌ ପକ୍ଷରୁ ଗାଜା ଉପରେ ଦୀର୍ଘ ୧୫ ମାସ ହେବ ବିଧ୍ୱଂସକାରୀ ଆକ୍ରମଣ କରିଥିଲା। ଯୁଦ୍ଧକୁ ବନ୍ଦ କରିବା ଲକ୍ଷ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ହୋଇଥିଲା।

The post Hamas: ଯୁଦ୍ଧବିରତି ଚୁକ୍ତି ଅନୁଯାୟୀ ଆଉ ୮ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍‌ appeared first on Dharitri Odia News.