Accident: ହାଇୱା ପଛରେ ପିଟିହେଲା ବାଇକ୍‌: ଚାଲିଗଲା ଦୁଇ ଜୀବନ

ଆନନ୍ଦପୁର,୩୦।୧: କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ସଇଲଙ୍ଗ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାଇୱା ପଛରେ ଏକ ବାଇକ୍‌ ପିଟିହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ୩ଜଣ ଯୁବକ ଏକ ବାଇକ୍‌ ଯୋଗେ ଯାଉଥିଲେ। ହେଲେ ୨୦ ନମ୍ବର ଜାତୀୟ ରାଜପଥ ସଇଲଙ୍ଗ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ହାଇୱା ପଛପଟେ ପିଟି ହୋଇଯାଇଥିଲା। ଫଳରେ […] The post Accident: ହାଇୱା ପଛରେ ପିଟିହେଲା ବାଇକ୍‌: ଚାଲିଗଲା ଦୁଇ ଜୀବନ appeared first on Dharitri Odia News.

Jan 31, 2025 - 06:13
Accident: ହାଇୱା ପଛରେ ପିଟିହେଲା ବାଇକ୍‌:  ଚାଲିଗଲା ଦୁଇ ଜୀବନ

ଆନନ୍ଦପୁର,୩୦।୧: କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ସଇଲଙ୍ଗ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାଇୱା ପଛରେ ଏକ ବାଇକ୍‌ ପିଟିହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ୩ଜଣ ଯୁବକ ଏକ ବାଇକ୍‌ ଯୋଗେ ଯାଉଥିଲେ। ହେଲେ ୨୦ ନମ୍ବର ଜାତୀୟ ରାଜପଥ ସଇଲଙ୍ଗ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ହାଇୱା ପଛପଟେ ପିଟି ହୋଇଯାଇଥିଲା। ଫଳରେ ବାଇକ୍‌ରେ ଥିବା ୩ଜଣ ଯୁବକଙ୍କ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହ ପୋଲିସ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଏକ୍‌ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post Accident: ହାଇୱା ପଛରେ ପିଟିହେଲା ବାଇକ୍‌: ଚାଲିଗଲା ଦୁଇ ଜୀବନ appeared first on Dharitri Odia News.