୨୦୦ ଉଇକେଟ କ୍ଲବରେ ହାର୍ଦ୍ଦିକ
ଦୁବାଇ,୨୩ା୨: ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ଅନ୍ତର୍ଜାତୀୟ କ୍ୟାରିୟରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଛୁଇଁଛନ୍ତି। ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ରେ ସେ ୨ ଉଇକେଟ ନେବା ସହ ଅନ୍ତର୍ଜାତୀୟ କ୍ରିକେଟ୍ରେ ୨୦୦ ଉଇକେଟ ପୂରଣ କରିଛନ୍ତି। ବିସ୍ଫୋରକ ବ୍ୟାଟିଂ ଓ ପ୍ରଭାବୀ ପେସ୍ ବୋଲିଂ ପାଇଁ ପରିଚିତ ହାର୍ଦ୍ଦିକ ପାକିସ୍ତାନର ଦୁଇ ମୁଖ୍ୟ ବ୍ୟାଟର ବାବର ଆଜମ ଓ ସୌଦ ଶକିଲଙ୍କୁ ପାଭିଲିୟନ ପଠାଇଥିଲେ। କ୍ୟାରିୟରରେ ଏପର୍ଯ୍ୟନ୍ତ ୨୧୬ ମ୍ୟାଚ୍ ଖେଳିଥିବା ହାର୍ଦ୍ଦିକ ୩୦.୭୬ […] The post ୨୦୦ ଉଇକେଟ କ୍ଲବରେ ହାର୍ଦ୍ଦିକ appeared first on Dharitri Odia News.

ଦୁବାଇ,୨୩ା୨: ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ଅନ୍ତର୍ଜାତୀୟ କ୍ୟାରିୟରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ଛୁଇଁଛନ୍ତି। ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ରେ ସେ ୨ ଉଇକେଟ ନେବା ସହ ଅନ୍ତର୍ଜାତୀୟ କ୍ରିକେଟ୍ରେ ୨୦୦ ଉଇକେଟ ପୂରଣ କରିଛନ୍ତି।
ବିସ୍ଫୋରକ ବ୍ୟାଟିଂ ଓ ପ୍ରଭାବୀ ପେସ୍ ବୋଲିଂ ପାଇଁ ପରିଚିତ ହାର୍ଦ୍ଦିକ ପାକିସ୍ତାନର ଦୁଇ ମୁଖ୍ୟ ବ୍ୟାଟର ବାବର ଆଜମ ଓ ସୌଦ ଶକିଲଙ୍କୁ ପାଭିଲିୟନ ପଠାଇଥିଲେ। କ୍ୟାରିୟରରେ ଏପର୍ଯ୍ୟନ୍ତ ୨୧୬ ମ୍ୟାଚ୍ ଖେଳିଥିବା ହାର୍ଦ୍ଦିକ ୩୦.୭୬ ଆଭରେଜ୍ରେ ୨୦୦ ଉଇକେଟ ନେଇଛନ୍ତି।
ଭାରତୀୟ କ୍ରିକେଟ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ବର୍ତ୍ତମାନ ହାର୍ଦ୍ଦିକ ୨୪ତମ ସ୍ଥାନରେ ରହିଛନ୍ତି। ସେ ୧୧ ଟେଷ୍ଟରେ ୩୧.୦୫ ଆଭରେଜ୍ରେ ୧୭ ଉଇକେଟ ନେଇଥିବା ବେଳେ ୯୧ ଦିନିକିଆ ମ୍ୟାଚ୍ରେ ୩୫.୨୬ ଆଭରେଜ୍ରେ ୮୯ ଉଇକେଟ ନେଇଛନ୍ତି। ଟି୨୦ରେ ୧୧୪ ମ୍ୟାଚ୍ ଖେଳି ସେ ୨୬.୪୩ ଆଭରେଜ୍ରେ ୯୪ ଉଇକେଟ ହାସଲ କରିଛନ୍ତି।
The post ୨୦୦ ଉଇକେଟ କ୍ଲବରେ ହାର୍ଦ୍ଦିକ appeared first on Dharitri Odia News.