ସବୁ ଜିଲାପାଳ, ଆର୍‌ଡିସିଙ୍କ ଛୁଟି ବାତିଲ କଲେ ସରକାର

ଭୁବନେଶ୍ୱର,୧୦ା୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ରାଜ୍ୟ ସରକାର ସମସ୍ତ ଜିଲାପାଳ ଏବଂ ଆର୍‌ଡିସିଙ୍କ ଛୁଟି ବାତିଲ କରିଛନ୍ତି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ଏହି ସମୟରେ ମଧ୍ୟରେ କାହାରିକୁ ଛୁଟି ଦିଆଯିବ ନାହିଁ। ଯେଉଁମାନେ ବି ଛୁଟିରେ ଅଛନ୍ତି, ସେମାନେ ଶୀଘ୍ର ଆସି କାର୍ଯ୍ୟରେ ଯୋଗ ଦେବାକୁ […] The post ସବୁ ଜିଲାପାଳ, ଆର୍‌ଡିସିଙ୍କ ଛୁଟି ବାତିଲ କଲେ ସରକାର appeared first on Dharitri Odia News.

May 10, 2025 - 12:19
ସବୁ ଜିଲାପାଳ, ଆର୍‌ଡିସିଙ୍କ ଛୁଟି ବାତିଲ କଲେ ସରକାର

ଭୁବନେଶ୍ୱର,୧୦ା୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ରାଜ୍ୟ ସରକାର ସମସ୍ତ ଜିଲାପାଳ ଏବଂ ଆର୍‌ଡିସିଙ୍କ ଛୁଟି ବାତିଲ କରିଛନ୍ତି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ଏହି ସମୟରେ ମଧ୍ୟରେ କାହାରିକୁ ଛୁଟି ଦିଆଯିବ ନାହିଁ। ଯେଉଁମାନେ ବି ଛୁଟିରେ ଅଛନ୍ତି, ସେମାନେ ଶୀଘ୍ର ଆସି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ପୂର୍ବରୁ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଏବଂ ହରିୟାଣାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

The post ସବୁ ଜିଲାପାଳ, ଆର୍‌ଡିସିଙ୍କ ଛୁଟି ବାତିଲ କଲେ ସରକାର appeared first on Dharitri Odia News.