ଲୁଟ୍ ପରେ ଘରେ ନିଅଁା ଲଗାଇଦେଲେ
ବାଲୁଗଁା,୨୩।୧(ସଂଗ୍ରାମ ପାଇକରାୟ): ଖୋର୍ଦ୍ଧା ଜିଲା ବାଲୁଗଁା ଥାନା ଅଧୀନ ନାଭାଲ ଫାଣ୍ଡି ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବେଲପଡ଼ା ଗ୍ରାମ ରାସ୍ତାରେ ରହୁଥିବା ମାନସୀ ସେଠୀଙ୍କ ଘରେ ପଶି ଦୁର୍ବୃତ୍ତମାନେ ଟଙ୍କା ଏବଂ ସୁନାଅଳଙ୍କାର ଲୁଟିନେବା ସହ ଘରେ ନିଅଁା ଲଗାଇଦେଇଛନ୍ତି। ଏପରିକି ଅଶ୍ଳୀଳ ଭାଷାରେ କିଛି କାନ୍ଥରେ ଲେଖିଛନ୍ତି। ଏନେଇ ମାନସୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ, ବେଲପଡ଼ା ଗ୍ରାମର ମାନସୀଙ୍କ ଘରେ […] The post ଲୁଟ୍ ପରେ ଘରେ ନିଅଁା ଲଗାଇଦେଲେ appeared first on Dharitri Odia News.

ବାଲୁଗଁା,୨୩।୧(ସଂଗ୍ରାମ ପାଇକରାୟ): ଖୋର୍ଦ୍ଧା ଜିଲା ବାଲୁଗଁା ଥାନା ଅଧୀନ ନାଭାଲ ଫାଣ୍ଡି ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବେଲପଡ଼ା ଗ୍ରାମ ରାସ୍ତାରେ ରହୁଥିବା ମାନସୀ ସେଠୀଙ୍କ ଘରେ ପଶି ଦୁର୍ବୃତ୍ତମାନେ ଟଙ୍କା ଏବଂ ସୁନାଅଳଙ୍କାର ଲୁଟିନେବା ସହ ଘରେ ନିଅଁା ଲଗାଇଦେଇଛନ୍ତି। ଏପରିକି ଅଶ୍ଳୀଳ ଭାଷାରେ କିଛି କାନ୍ଥରେ ଲେଖିଛନ୍ତି। ଏନେଇ ମାନସୀଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯୋଗ ମୁତାବକ, ବେଲପଡ଼ା ଗ୍ରାମର ମାନସୀଙ୍କ ଘରେ ତାଙ୍କ ଝିଅ ଓ ଜ୍ୱାଇଁ ରୁହନ୍ତି। ଶୁକ୍ରବାର ତାଙ୍କ ଝିଅ ଜ୍ୱାଇଁଙ୍କ ସହ ଶାଶୁଘର ଗଞ୍ଜାମ ଜିଲା କୋଦଳା ଗ୍ରାମକୁ ଯାଇଥିଲେ। ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ସନ୍ଧ୍ୟାରେ ମାନସୀ ଘରେ ତାଲା ପକାଇ ସ୍ଥାନୀୟ ନିମିକ୍ଷେତା ଗ୍ରାମକୁ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ଘରେ ପଶି ଆଲମିରାରୁ ୫୫ହଜାର ଟଙ୍କା, ୨ଟି ସୁନାଚେନ, ୩ଟି ମୁଦି ଏବଂ ଏକ ହଳ ସୁନା କାନଫୁଲ ଲୁଟିନେବା ସହ ଘରେ ନିଅଁା ଲଗାଇ ଦେଇଛନ୍ତି। ଫଳରେ ଏକ ଖଟ ଜଳିଯାଇଛି।
ଏପରିକି ଏକ ସିଲେଇ ମେଶିନ ଏବଂ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗାରୁଜା କରିବା ସହ ଅଶ୍ଳୀଳ ଭାଷାରେ କାନ୍ଥରେ କିଛି ଲେଖି ପଳାଇଛନ୍ତି। ଶନିବାର ଭୋର ୫ଟାରେ ମାନସୀ ପହଞ୍ଚି ଦେଖିବା ବେଳକୁ ଘର ଗ୍ରୀଲ୍ ତାଲା ଭାଙ୍ଗି ତଳେ ପଡ଼ିଥିବା ବେଳେ ଖଟରେ ନିଆଁ ଲାଗିଥିବା ସହ ଆଲମିରାରୁ ଉପରୋକ୍ତ ଅଳଙ୍କାର ଏବଂ ଟଙ୍କା ଚୋରି ହୋଇଯାଇଛି। ଖବରପାଇ ବାଲୁଗଁା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। ଝିଅ ଏବଂ ଜ୍ୱାଇଁ ଆସି ପହଞ୍ଚିବା ପରେ ମାନସୀ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ର ନାଥ ଗୌଡ଼ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ୍ର ସହଯୋଗ ଲୋଡ଼ାଯାଇଛି।
The post ଲୁଟ୍ ପରେ ଘରେ ନିଅଁା ଲଗାଇଦେଲେ appeared first on Dharitri Odia News.