ଲିଫ୍ଟ ଦେଇ ଲୁଟ: ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କଟକ,୨୩।୨: ଲିଫ୍ଟ ଦେଇ ଅପହରଣ ଓ ଲୁଟ ଘଟଣାରେ ଚୌଦ୍ବାର ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଠାରୁ ବନ୍ଧୁକ ସହ ଏକ କାର୍‌ ଜବତ କରିଛି। ଅନ୍ୟପକ୍ଷେ ପୋଲିସ ତଦନ୍ତ ବେଳେ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରଖିଥିବା ଜଣାପଡିଛି। ଏନେଇ ପୋଲିସ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ଜାରି ରଖିଛି। ମିଳିଥିବା ସୂଚନା ମୁତାବକ, ଗତ ଜାନୁଆରୀ ୨୯ରେ କେନ୍ଦ୍ରାପଡ଼ା ଡିଇଓ ଅଫିସର କର୍ମଚାରୀଙ୍କୁ ଲିଫ୍ଟ ଦେଇ ଅଭିଯୁକ୍ତମାନେ […] The post ଲିଫ୍ଟ ଦେଇ ଲୁଟ: ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ appeared first on Dharitri Odia News.

Feb 24, 2025 - 09:29
ଲିଫ୍ଟ ଦେଇ ଲୁଟ: ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

କଟକ,୨୩।୨: ଲିଫ୍ଟ ଦେଇ ଅପହରଣ ଓ ଲୁଟ ଘଟଣାରେ ଚୌଦ୍ବାର ଥାନା ପୋଲିସ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଅଭିଯୁକ୍ତଠାରୁ ବନ୍ଧୁକ ସହ ଏକ କାର୍‌ ଜବତ କରିଛି। ଅନ୍ୟପକ୍ଷେ ପୋଲିସ ତଦନ୍ତ ବେଳେ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରଖିଥିବା ଜଣାପଡିଛି। ଏନେଇ ପୋଲିସ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ଜାରି ରଖିଛି।

ମିଳିଥିବା ସୂଚନା ମୁତାବକ, ଗତ ଜାନୁଆରୀ ୨୯ରେ କେନ୍ଦ୍ରାପଡ଼ା ଡିଇଓ ଅଫିସର କର୍ମଚାରୀଙ୍କୁ ଲିଫ୍ଟ ଦେଇ ଅଭିଯୁକ୍ତମାନେ ଅପହଣର କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ କର୍ମଚାରୀଙ୍କୁ ଛାଡି ଦେଇ ଫେରାର ହୋଇଯାଇଥିଲେ। ଲୁଟର ଶିକାର ହୋଇଥିବା କର୍ମଚାରୀ ଥାନାରେ ପହଞ୍ଚି ଅଭିଯୋଗ କରିଥିଳେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା।

The post ଲିଫ୍ଟ ଦେଇ ଲୁଟ: ୩ ଅଭିଯୁକ୍ତଙ୍କୁ ଧରିଲା ପୋଲିସ appeared first on Dharitri Odia News.