ରତ୍ନାକର ପଟ୍ଟନାୟକ ଏଲ୍ଆଇସିର ନୂଆ ପରିଚାଳନା ନିର୍ଦ୍ଦେଶକ
ଜୟପୁର,୨୪ା୨(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରର ରତ୍ନାକର ପଟ୍ଟନାୟକ ଭାରତର ପ୍ରମୁଖ ରଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ର ନୂଆ ପରିଚାଳନା ନିର୍ଦ୍ଦେଶକ ଭାବେ ନିକଟରେ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ଜୁନ୍ ପହିଲାରୁ ସେ ଏଲ୍ଆଇସି ଶୀର୍ଷ ପରିଚାଳନା କ୍ଷେତ୍ରରେ ଯୋଗଦେବେ ବୋଲି ବିତ୍ତୀୟ ସେବା ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି। ଜୀବନ ବୀମା ପରିଚାଳନା କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରଦର୍ଶନ ସହ ବ୍ୟକ୍ତିଗତ ବିଦବତ୍ତା ପାଇଁ ରାଜ୍ୟରେ ଗୌରବ ଆଣିଛନ୍ତି। ରତ୍ନାକର କୋରାପୁଟ […] The post ରତ୍ନାକର ପଟ୍ଟନାୟକ ଏଲ୍ଆଇସିର ନୂଆ ପରିଚାଳନା ନିର୍ଦ୍ଦେଶକ appeared first on Dharitri Odia News.

ଜୟପୁର,୨୪ା୨(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରର ରତ୍ନାକର ପଟ୍ଟନାୟକ ଭାରତର ପ୍ରମୁଖ ରଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ର ନୂଆ ପରିଚାଳନା ନିର୍ଦ୍ଦେଶକ ଭାବେ ନିକଟରେ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ଜୁନ୍ ପହିଲାରୁ ସେ ଏଲ୍ଆଇସି ଶୀର୍ଷ ପରିଚାଳନା କ୍ଷେତ୍ରରେ ଯୋଗଦେବେ ବୋଲି ବିତ୍ତୀୟ ସେବା ବ୍ୟୁରୋ ପକ୍ଷରୁ ସୂଚନା ଦିଆଯାଇଛି। ଜୀବନ ବୀମା ପରିଚାଳନା କ୍ଷେତ୍ରରେ ତାଙ୍କର ଦକ୍ଷତା ପ୍ରଦର୍ଶନ ସହ ବ୍ୟକ୍ତିଗତ ବିଦବତ୍ତା ପାଇଁ ରାଜ୍ୟରେ ଗୌରବ ଆଣିଛନ୍ତି। ରତ୍ନାକର କୋରାପୁଟ ଜିଲା ଜୟପୁର ନୀଳକଣ୍ଠ ନଗରର ସ୍ବର୍ଗତ ଜଗନ୍ନାଥ ପଟ୍ଟନାୟକ ଓ ଲଳିତା ପଟ୍ଟନାୟକଙ୍କ ପୁଅ। ରତ୍ନାକର ୧୯୬୮ରେ ଜନ୍ମଗ୍ରହଣ କରିଥିଲେ। ସେ ମାଲକାନଗିରି ଓ କୁନ୍ଦୁରାରେ ହାଇସ୍କୁଲ ଶିକ୍ଷା ପରେ ଜୟପୁରସ୍ଥିତ ବିକ୍ରମ ଦେବ କଲେଜ ତଥା ବିଶ୍ୱବିଦ୍ୟାଳୟରେ ବିଏସ୍ସି କରିଥିଲେ। ୨୨ ବର୍ଷ ବୟସରେ ଭାରତୀୟ ଜୀବନ ବୀମା ନିଗମରେ କ୍ୟାରିୟର ଆରମ୍ଭ କରିଥିଲେ। ଜୟପୁର ଏଲ୍ଆଇସିରେ ମଧ୍ୟ ଶାଖା ପରିଚାଳକ ଭାବେ ଦାୟିତ୍ୱ ନେଇ ରେକର୍ଡ କରିଥିଲେ। ରାୟଗଡ଼ା ଶାଖାରେ ମଧ୍ୟ କାର୍ଯ୍ୟ କରିଥିଲେ। ଇନ୍ଦୋର ଓ ଜାମସେଦପୁରରେ ୨୦୧୨ରୁ ୨୦୧୭ ମଧ୍ୟରେ ଏସ୍ଡିଏମ୍ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୨୧ରୁ ଏଲ୍ଆଇସି କେନ୍ଦ୍ରୀୟ କାର୍ଯ୍ୟାଳୟରେ କାର୍ଯ୍ୟ କରିଆସୁଥିଲେ। ଭାରତୀୟ ଜୀବନ ବୀମାର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ଖୁସିର ଲହରି ଖେଳିଯାଇଛି ା
The post ରତ୍ନାକର ପଟ୍ଟନାୟକ ଏଲ୍ଆଇସିର ନୂଆ ପରିଚାଳନା ନିର୍ଦ୍ଦେଶକ appeared first on Dharitri Odia News.