ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା
ଦେବଗଡ,୧୦।୫(ଶଶାଙ୍କ ଶେଖର ଝାଙ୍କର):ଭାରତୀୟ ସେନାର ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ଦେବଗଡ ପୌର ପରିଷଦ ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ବାଇଁଙ୍କ ଆବାହନରେ ଏବଂ ପୌର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶୋଭାଯାତ୍ରା ପୌର ପରିଷଦ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ପୁରୁଣା ମୋଟର ଗ୍ୟାରେଜ ଛକ, ଘରୋଇ ବସଷ୍ଟାଣ୍ଡ ଛକ, ଗୋପବନ୍ଧୁ ଛକ ଓ ଭାରତୀୟ ଷ୍ଟେଟବ୍ୟାଙ୍କ ଛକ […] The post ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା appeared first on Dharitri Odia News.

ଦେବଗଡ,୧୦।୫(ଶଶାଙ୍କ ଶେଖର ଝାଙ୍କର):ଭାରତୀୟ ସେନାର ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ଦେବଗଡ ପୌର ପରିଷଦ ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ବାଇଁଙ୍କ ଆବାହନରେ ଏବଂ ପୌର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶୋଭାଯାତ୍ରା ପୌର ପରିଷଦ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ପୁରୁଣା ମୋଟର ଗ୍ୟାରେଜ ଛକ, ଘରୋଇ ବସଷ୍ଟାଣ୍ଡ ଛକ, ଗୋପବନ୍ଧୁ ଛକ ଓ ଭାରତୀୟ ଷ୍ଟେଟବ୍ୟାଙ୍କ ଛକ ଦେଇ ଗୋପାଳଜୀ ମନ୍ଦିରରେ ପହଞ୍ଚିଥିଲା । ଏଥିରେ ପୌର ସହକାରୀ ଯନ୍ତ୍ରୀ ସ୍ବାତୀ ମହାନନ୍ଦ, ୧୧ନମ୍ବର ୱାର୍ଡର କାଉନଶିଲର କାର୍ତୀକ ମହାକୁଳ, ସମସ୍ତ ୱାର୍ଡର ସ୍ବଚ୍ଛ ସାଥୀ ଓ କର୍ମଚାରୀଙ୍କ ସମେତ ପୂର୍ବତନ କାଉନଶିଲର ଇଂ. ସୁଜିତ କୁମାର ପ୍ରଧାନ, ସୁଧୀର କୁମାର କପରଦାର, ସନ୍ତୋଷ କୁମାର ଦେବତା, ଅଶୋକ କୁମାର ନନ୍ଦ, ଭୋଳାନାଥ ଦାସ,ସତ୍ୟ ନାରାୟଣ ପାଣି, ପ୍ରକାଶ ପାଳ, ଜୟନ୍ତ ସାହୁ, ପରିରପାବନ ସାହୁ,ସୁଜିତ କୁମାର ପାତ୍ର, ଅଶୋକ କୁମାର ନନ୍ଦ, ନିରଞ୍ଜନ ଦ୍ୱିବେଦୀ ,ଅରୁଣ କୁମାର ସାହୁ, ସୁଶୀଳ କୁମାର ଭୋଇ , ବିରେନ କୁମାର ନାୟକ ଓ ଲିପୁନ ସୁହୁଳାଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇ ଜାତୀୟ ପତାକା ଧରି ପାକିସ୍ଥାନ ବିରୁଦ୍ଧରେ ଏବଂ ଭାରତୀୟ ସେନା ସପକ୍ଷରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ । ଶୋଭାଯାତ୍ରା ସେଠାରେ ଗୋପାଳଜୀ ମନ୍ଦିରରେ ପହଞ୍ଚିବାପରେ ଭାରତୀୟ ସେନାର ଶକ୍ତି ଏବଂ ମନୋବଳ ବୃଦ୍ଧି ନିମନ୍ତେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଠାକୁରଙ୍କୁ ପ୍ରାର୍ଥନା କରାଯାଇଥିଲା ।
The post ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା appeared first on Dharitri Odia News.