ବାର୍ଡ଼ ଫ୍ଲୁ ଆତଙ୍କ: ଜଙ୍ଗଲରେ ପଡ଼ିଛି କୁଢ଼କୁଢ଼ ମଲା କୁକୁଡ଼ା

ମୋରଡ଼ା,୨୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ରେ କୁକୁଡ଼ା ମଡକ ଦେଖାଦେଇଛି। ବ୍ଲକ୍‌ ଅଧୀନ ଚିତ୍ରଡା ବାଉଁଶ ବଣ ନିକଟ ଏକ ନିଛାଟିଆ ପଡ଼ିଆରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ମଲା କୁକୁଡ଼ା ରବିବାର ପଡିଥିବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳରେ ବାର୍ଡ ଫ୍ଲୁକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ମୋରଡା ବ୍ଲକ୍‌ରେ ଛୋଟବଡ଼ ପାଖାପାଖି ୯୦ଟି ବ୍ରୟଲର କୁକୁଡ଼ା ଫାର୍ମ ଥିବା ବେଳେ ଉକ୍ତ ଫାର୍ମଗୁଡ଼ିକରୁ ବର୍ଷକୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ବ୍ରୟଲର […] The post ବାର୍ଡ଼ ଫ୍ଲୁ ଆତଙ୍କ: ଜଙ୍ଗଲରେ ପଡ଼ିଛି କୁଢ଼କୁଢ଼ ମଲା କୁକୁଡ଼ା appeared first on Dharitri Odia News.

Feb 24, 2025 - 09:28
ବାର୍ଡ଼ ଫ୍ଲୁ ଆତଙ୍କ: ଜଙ୍ଗଲରେ ପଡ଼ିଛି କୁଢ଼କୁଢ଼ ମଲା କୁକୁଡ଼ା

ମୋରଡ଼ା,୨୩ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ରେ କୁକୁଡ଼ା ମଡକ ଦେଖାଦେଇଛି। ବ୍ଲକ୍‌ ଅଧୀନ ଚିତ୍ରଡା ବାଉଁଶ ବଣ ନିକଟ ଏକ ନିଛାଟିଆ ପଡ଼ିଆରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ମଲା କୁକୁଡ଼ା ରବିବାର ପଡିଥିବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳରେ ବାର୍ଡ ଫ୍ଲୁକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ମୋରଡା ବ୍ଲକ୍‌ରେ ଛୋଟବଡ଼ ପାଖାପାଖି ୯୦ଟି ବ୍ରୟଲର କୁକୁଡ଼ା ଫାର୍ମ ଥିବା ବେଳେ ଉକ୍ତ ଫାର୍ମଗୁଡ଼ିକରୁ ବର୍ଷକୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ବ୍ରୟଲର କୁକୁଡ଼ା ଉତ୍ପାଦନ ହୋଇଥାଏ। ତେଣୁ ଉକ୍ତ ଘଟଣା ହେତୁ ଫାର୍ମ ବ୍ୟବସାୟୀ ତଥା ବଜାରରେ ମାଂସ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ପ୍ରଭାବ ପଡ଼ିବା ସହିତ ସେମାନେ କ୍ଷତିଗ୍ରସ୍ତ ହେବେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

ଏନେଇ ବ୍ଲକ୍‌ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅରବିନ୍ଦ ଜେନାଙ୍କୁ ପଚାରିବାରୁ ଯଦି ପ୍ରବଳ ମାତ୍ରାରେ କୁକୁଡ଼ା ମରେ ତେବେ ଏହା ରାଣୀକ୍ଷେତ ରୋଗ ବା ବାର୍ଡ଼ ଫ୍ଲୁ ହୋଇଥାଏ ପାରେ, ଯାହା ସ୍ବାବ ଟେଷ୍ଟ କଲେ ଜଣାପଡିବ। ଏତେ ମାତ୍ରାରେ କୁକୁଡ଼ା ମରିବା ବ୍ଲକ୍‌ର କୌଣସି ବ୍ରୟଲର କୁକୁଡ଼ା ଫାର୍ମରୁ ତାଙ୍କ ନଜରକୁ ଆସି ନାହିଁ କି କୌଣସି କୁକୁଡ଼ା ଚାଷୀ ତାଙ୍କୁ ଏବାବଦରେ କହି ନାହାନ୍ତି ବୋଲି କହିଛନ୍ତି। ସେହିପରି ବାହାର ଅଞ୍ଚଳର ବ୍ୟବସାୟୀମାନେ ଉକ୍ତ ମଲା କୁକୁଡ଼ା ଆଣି ଜଙ୍ଗଲରେ ପକାଇଥାଇ ପାରନ୍ତି। ଏ ନେଇ ଲୋକେ ଆତଙ୍କିତ ହେବାର ନାହିଁ ବୋଲି ସେ କହିଛନ୍ତି।

The post ବାର୍ଡ଼ ଫ୍ଲୁ ଆତଙ୍କ: ଜଙ୍ଗଲରେ ପଡ଼ିଛି କୁଢ଼କୁଢ଼ ମଲା କୁକୁଡ଼ା appeared first on Dharitri Odia News.