ବର୍ଡରରେ ବଡ଼ ଆଟାକ୍ କଲା ପାକିସ୍ତାନ! ଭାରତରେ ବଡ଼ ବିସ୍ଫୋରଣ
ଜମ୍ମୁ,୧୦।୫: ମାତ୍ର ୪ ଘଣ୍ଟା ନପୁରୁଣୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସୀମାରେ ଗୁଳିବର୍ଷା କରୁଛି ପାକିସ୍ତାନ । ପୁଣି ସୀମା ପଟୁ ଆରମ୍ଭ ହେଲା ଗୁଳି ବର୍ଷା ସହ ଡ୍ରୋନ ଆକ୍ରମଣ । ଜମ୍ମୁକଶ୍ମୀରର ବିଭିନ୍ନ ସେକ୍ଟରରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା । ତେବେ ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ପକ୍ଷରୁ ମୁହଁତୋଡ ଜବାବ ଦିଆଯାଉଛି । ଏପଟେ ଜମ୍ମୁ, ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଛି । ପଞ୍ଜାବର ଫିରୋଜପୁର,ପଠାନକୋଟ […] The post ବର୍ଡରରେ ବଡ଼ ଆଟାକ୍ କଲା ପାକିସ୍ତାନ! ଭାରତରେ ବଡ଼ ବିସ୍ଫୋରଣ appeared first on Dharitri Odia News.

ଜମ୍ମୁ,୧୦।୫: ମାତ୍ର ୪ ଘଣ୍ଟା ନପୁରୁଣୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ସୀମାରେ ଗୁଳିବର୍ଷା କରୁଛି ପାକିସ୍ତାନ । ପୁଣି ସୀମା ପଟୁ ଆରମ୍ଭ ହେଲା ଗୁଳି ବର୍ଷା ସହ ଡ୍ରୋନ ଆକ୍ରମଣ । ଜମ୍ମୁକଶ୍ମୀରର ବିଭିନ୍ନ ସେକ୍ଟରରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା । ତେବେ ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ପକ୍ଷରୁ ମୁହଁତୋଡ ଜବାବ ଦିଆଯାଉଛି । ଏପଟେ ଜମ୍ମୁ, ଜୈସଲମେରରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଛି । ପଞ୍ଜାବର ଫିରୋଜପୁର,ପଠାନକୋଟ ରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଲାଗୁ କରାଯାଇଛି।
Pakistan Violeted Ceasefire: ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣାର କିଛି ଘଣ୍ଟା ମଧ୍ୟରେ, ପାକିସ୍ତାନ ପୁଣି ଥରେ ତାର ଅସଲ ଚେହେରା ଦେଖାଇଛି। ପାକ୍ ପୁଣି ଭାରତ ଉପରେ ଡ୍ରୋନ ଆଟାକ୍ କରିଛି। ପାକିସ୍ତାନ LOC ଉପରେ ପୁଣି ଗୁଳି ଚଳାଇଛି। ଯାହାର ଜବାବ ମଧ୍ୟ ଦେଇଛି ଭାରତୀୟ ସେନା। ଜମ୍ମୁର ଅନେକ ଅଞ୍ଚଳରେ ପାକିସ୍ତାନ ଗୁଳି ଚଳାଇଛି।
Video: Explosions heard across Srinagar as Pakistan violates ceasefire#srinagar pic.twitter.com/3dW9WYRkM7
— NDTV (@ndtv) May 10, 2025
Pakistan Violeted Ceasefire: ମାତ୍ର 3 ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗିଛି। LoCରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଅଖନୁର, ରଜୌରୀ ଓ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମର ସୂଚନା ପ୍ରକାଶ ପାଇଛି। ଉଦାମପୁର, ଅଖନୋର, ନୋଶେରା, ପୁଞ୍ଚ, ମେଘର, ଜମ୍ମୁ, ସୁନ୍ଦରବାନୀ, ଆରଏସ ପୁର, ଆର୍ନିଆ ଏବଂ କାଥୁଆ ଅଞ୍ଚଳରେ ପ୍ରବଳ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି।
Pakistan Violeted Ceasefire: କହିରଖୁଛୁ କି, କିଛି ସମୟ ପୂର୍ବରୁ ଅସ୍ତ୍ରବିରତି ହୋଇଥିଲା। ଏନେଇ ସରକାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ୍ସରେ ଏନେଇ ଘୋଷଣା ପରେ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି।
ସୂଚନାଥାଉକି, କିଛି ଘଣ୍ଟା ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ର ସୂଚନା ଦେଇଥିଲା, ‘ପାକିସ୍ତାନ ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ଆଜି ଅପରାହ୍ନ ୩:୩୫ ରେ ଭାରତୀୟ ଡିଜିଏମଓଙ୍କୁ ଫୋନ କରିଥିଲେ।’ ସେମାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଯେ ଉଭୟ ପକ୍ଷ ସ୍ଥଳ, ଆକାଶ ଏବଂ ସମୁଦ୍ରରେ ସମସ୍ତ ପ୍ରକାରର ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ। ଆଜି ଉଭୟ ପକ୍ଷଙ୍କୁ ଏହି ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମେ ୧୨ ତାରିଖ ଦିନ ୧୨ଟାରେ ସାମରିକ ଅଭିଯାନର ମହାନିର୍ଦ୍ଦେଶକ ପୁନର୍ବାର କଥା ହେବେ।
The post ବର୍ଡରରେ ବଡ଼ ଆଟାକ୍ କଲା ପାକିସ୍ତାନ! ଭାରତରେ ବଡ଼ ବିସ୍ଫୋରଣ appeared first on Dharitri Odia News.