ବଡ଼ ବହଲେନ ଯାତ୍ରା ପାଳିତ
ଥୁଆମୂଳ ରାମପୁର,୯ା୫(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିରିକୋଟ ଗ୍ରାମ ଓ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଖରୀଗୁଡା ଗ୍ରାମରେ ଆଦିବାସୀଙ୍କ ପାରମ୍ପରିକ ପର୍ବ ବଡ଼ ବହଲେନ ଯାତ୍ରା ପାଳିତ ହୋଇଯାଇଛି। ଗ୍ରାମଦେବୀଙ୍କୁ ପ୍ରସନ୍ନ କଲେ ଗ୍ରାମରୁ ରୋଗ ବ୍ୟାଧି ଦୂରେଇ ସୁଖ ସମୃଦ୍ଧି ଲାଭ ହୋଇପାରିବ ବୋଲି ବିଶ୍ୱାସ ରହିଛି। ଦୀର୍ଘବର୍ଷ ପରେ ଏହି ପର୍ବ ପାଳିତ ହେଉଥିବାରୁ ଗ୍ରାମଟି ବେଶ ଉତ୍ସବମୁଖର ହୋଇଉଠିଥିଲା। ଗାଁ ମୁଣ୍ଡରେ ଠାକୁରାଣୀଙ୍କ ଆବାହନ କରି ପୂଜାର୍ଚ୍ଚନା […] The post ବଡ଼ ବହଲେନ ଯାତ୍ରା ପାଳିତ appeared first on Dharitri Odia News.

ଥୁଆମୂଳ ରାମପୁର,୯ା୫(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିରିକୋଟ ଗ୍ରାମ ଓ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଖରୀଗୁଡା ଗ୍ରାମରେ ଆଦିବାସୀଙ୍କ ପାରମ୍ପରିକ ପର୍ବ ବଡ଼ ବହଲେନ ଯାତ୍ରା ପାଳିତ ହୋଇଯାଇଛି। ଗ୍ରାମଦେବୀଙ୍କୁ ପ୍ରସନ୍ନ କଲେ ଗ୍ରାମରୁ ରୋଗ ବ୍ୟାଧି ଦୂରେଇ ସୁଖ ସମୃଦ୍ଧି ଲାଭ ହୋଇପାରିବ ବୋଲି ବିଶ୍ୱାସ ରହିଛି। ଦୀର୍ଘବର୍ଷ ପରେ ଏହି ପର୍ବ ପାଳିତ ହେଉଥିବାରୁ ଗ୍ରାମଟି ବେଶ ଉତ୍ସବମୁଖର ହୋଇଉଠିଥିଲା। ଗାଁ ମୁଣ୍ଡରେ ଠାକୁରାଣୀଙ୍କ ଆବାହନ କରି ପୂଜାର୍ଚ୍ଚନା ପରେ ଗ୍ରାମର ଜାନି, ଦିଶାରୀ ଏବଂ ଗୁରୁମାଏଙ୍କୁ କାଳିସୀ ଲାଗିଥିଲା। ପରେ କଣ୍ଟା ଦୋଳିବସା ଅନୁଷ୍ଠିତ ହୋଇଥିଲା। ଠାକୁରାଣୀଙ୍କୁ ଶାନ୍ତି କରିବା ନିମନ୍ତେ କୁକୁଡ଼ା, ପାରା, ହଂସ, ମେଣ୍ଢା ଭଳି ପଶୁପକ୍ଷୀଙ୍କୁ ବଳି ଦିଆଯାଇଥିଲା। ଏହି ଅବସରରେ ପାରମ୍ପରିକ ନାଚଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଖାରିଗୁଡ଼ା ଖଣ୍ଡୁଆଳ ରାଜା ଯୁବକ କମିଟି ଓ ବିରିକୋଟ ଗ୍ରାମ କମିଟି ଏବଂ କନ୍ଦାଗୁଡ଼ା ଗ୍ରାମ କମିଟି ଦ୍ୱାରା ଏହି କାର୍ଯ୍ୟ ସମାପନ ହୋଇଥିଲା।
The post ବଡ଼ ବହଲେନ ଯାତ୍ରା ପାଳିତ appeared first on Dharitri Odia News.