ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ ସମସ୍ୟା ଯୋଗୁ ଅଧିନାୟକ ଋତୁରାଜ ଗାଏକଓ୍ବାଡ ପୁରା ସିଜନ୍‌ରୁ ବାଦ୍‌ ପଡ଼ିଛନ୍ତି। ଏମିତିରେ ତାଙ୍କ ଅନୁପସ୍ଥିତିରେ ଏମ୍‌ ଏସ୍‌ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି। ସେମବାର ତାଙ୍କ ଅଧିନାୟକତ୍ୱରେ ଦଳ ଜବରଦସ୍ତ ବିଜୟ ଲାଭ କରିଛି। ଏସବୁ ମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯାହାକି ଚେନ୍ନାଇ ପ୍ରଶଂସକଙ୍କ […] The post ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video appeared first on Dharitri Odia News.

Apr 16, 2025 - 07:43
ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ ସମସ୍ୟା ଯୋଗୁ ଅଧିନାୟକ ଋତୁରାଜ ଗାଏକଓ୍ବାଡ ପୁରା ସିଜନ୍‌ରୁ ବାଦ୍‌ ପଡ଼ିଛନ୍ତି। ଏମିତିରେ ତାଙ୍କ ଅନୁପସ୍ଥିତିରେ ଏମ୍‌ ଏସ୍‌ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି। ସେମବାର ତାଙ୍କ ଅଧିନାୟକତ୍ୱରେ ଦଳ ଜବରଦସ୍ତ ବିଜୟ ଲାଭ କରିଛି। ଏସବୁ ମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯାହାକି ଚେନ୍ନାଇ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି।

ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଧୋନୀ ଚମତ୍କାର ଫର୍ମରେ ନଜର ଆସିଥିଲେ। ଲକ୍ଷ୍ନୌ ବିପକ୍ଷରେ ସେ ଅନ୍ତିମ ଓଭରରେ ବିଜୟ ହାସଲ କରିଥିଲେ। ଏହାରେ ହୋଟେଲ୍‌ରେ ଦଳକୁ ଖୁସିରେ ସ୍ବାଗତ କରାଯାଇଥିଲା। ହେଲେ ସେ ଏହି ସମୟରେ ଛୋଟାଉଥିବା ଦେଖାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେବଳ ଏତିକି ନୁହେଁ ମ୍ୟାଚ୍‌ର ଅନ୍ତିମ ଓଭରରେ ମଧ୍ୟ ସେ କଷ୍ଟରେ ଥିବା ଦେଖାଯାଇଥିଲା। ଏମିତିରେ ଯଦି ଧୋନୀଙ୍କ ଏହି ଆଘାତ ଗମ୍ଭୀର ହୁଏ ତେବେ ଚେନ୍ନାଇକୁ ବଡ଼ ଝଟ୍‌କା ଲାଗିପାରେ।

କହିରଖୁଛୁ, ୨୦୨୪ରେ ଧୋନୀ ଆଇପିଏଲରେ ଆହତ ହୋଇଥିଲେ। ସେ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ନ ଥିଲେ, ତଥାପି ଖେଳିବା ଜାରି ରଖିଥିଲେ। ଏହା ପୂର୍ବରୁ ଧୋନୀଙ୍କର ୨୦୨୩ ଜୁନ୍‌ ୧ରେ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଆଣ୍ଠୁର ଅସ୍ତ୍ରୋପଚାର ହୋଇଥିଲା।

ଏହି ମ୍ୟାଚ୍‌ରେ ଏମ୍‌ଏସ୍‌ ଧୋନୀ ତାଙ୍କ ଦଳର ବିଜୟର ନାୟକ ସାଜିଥିଲେ। ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ସିଏସ୍‌କେକୁ ଜିତିବା ପାଇଁ ୧୬୭ ରନର ଟାର୍ଗେଟ ଦେଇଥିଲା। ଜବାବରେ CSK ୧୧୧ ରନରେ ୫ ଉଇକେଟ ହରାଇଥିଲା। ଏହା ପରେ ଏମ୍‌ଏସ୍‌ ଧୋନୀ ପଡ଼ିଆକୁ ଆସିଥିଲେ ଏବଂ ଦଳକୁ ବିଜୟୀ କରାଇବା ପରେ ହିଁ ପାଭିଲିୟନ ଫେରିଥିଲେ। ସେ ୧୧ଟି ବଲ୍‌ରେ ୨୩୬.୩୬ ଷ୍ଟ୍ରାଇକ ରେଟ୍‌ ସହ ଅପରାଜିତ ୨୬ ରନ୍‌ କରିଥିଲେ, ଯେଉଁଥିରେ ୪ଟି ଚୌକା ଏବଂ ୧ଟି ଛକା ଅନ୍ତର୍ଭୁକ୍ତ ଥିଲା। ଧୋନିଙ୍କ ଏହି ଇନିଂସ ଯୋଗୁ CSK ଦଳ ଏହି ମ୍ୟାଚ ୫ ଉଇକେଟରେ ଜିତିବାରେ ସଫଳ ହୋଇଥିଲା।

The post ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video appeared first on Dharitri Odia News.