ପାଣିପାଗ ବିଭାଗର ବଡ଼ ଆକଳନ, କେରଳରେ ଶୀଘ୍ର ଛୁଇଁବ ମୌସୁମୀ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୦।୫: ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ପୂର୍ବନୁମାନ ସାମ୍ନାକୁ ଆସିଛି। ଚଳିତ ବର୍ଷ ଶୀଘ୍ର ମୌସୁମୀ ଛୁଇଁ ପାରେ ବୋଲି ପୂର୍ବନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୭ ମେ’ ରେ କେରଳ ପହଞ୍ଚିପାରେ ବୋଲି ପୂର୍ବନୁମାନ କରାଯାଇଛି। ସାଧାରଣତଃ ମୌସମୀ ଜୁନରେ କେରଳରେ ପହଞ୍ଚିଥାଏ। କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଯଦି ମୌସୁମୀ ୨୭ […] The post ପାଣିପାଗ ବିଭାଗର ବଡ଼ ଆକଳନ, କେରଳରେ ଶୀଘ୍ର ଛୁଇଁବ ମୌସୁମୀ appeared first on Dharitri Odia News.

ନୂଆଦିଲ୍ଲୀ/ଭୁବନେଶ୍ୱର,୧୦।୫: ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ପୂର୍ବନୁମାନ ସାମ୍ନାକୁ ଆସିଛି। ଚଳିତ ବର୍ଷ ଶୀଘ୍ର ମୌସୁମୀ ଛୁଇଁ ପାରେ ବୋଲି ପୂର୍ବନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୭ ମେ’ ରେ କେରଳ ପହଞ୍ଚିପାରେ ବୋଲି ପୂର୍ବନୁମାନ କରାଯାଇଛି। ସାଧାରଣତଃ ମୌସମୀ ଜୁନରେ କେରଳରେ ପହଞ୍ଚିଥାଏ। କିନ୍ତୁ ଚଳିତ ଥର ମୌସୁମୀ ଶୀଘ୍ର କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ଏହା ପ୍ରଥମ ଥର ହେବ । ୨୦୦୯ରେ ମୌସୁମୀ ୨୩ ମେ’ରେ କେରଳରେ ପହଞ୍ଚିଥିଲା।
ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ୧ରେ କେରଳରେ ପହଞ୍ଚିବା ପରେ ସାରା ଭାରତରେ ବର୍ଷା ହୋଇଯାଇଥାଏ। ସେପ୍ଟେମ୍ବରରେ ମୌସୁମୀ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ହଟି ଯାଇଥାଏ । ଅକ୍ଟୋବରରେ ସମ୍ପୂର୍ଣ୍ଣ ଭାବେ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ମୌସୁମୀ ଫେରିଯାଇ ବୋଲି ଆକଳନ ରହିଛି।
The post ପାଣିପାଗ ବିଭାଗର ବଡ଼ ଆକଳନ, କେରଳରେ ଶୀଘ୍ର ଛୁଇଁବ ମୌସୁମୀ appeared first on Dharitri Odia News.