ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭଞ୍ଜନଗର ଶଙ୍ଖ ସାହିର ଗୋପନ ନାୟକ ଓ ରମେଶ ନାୟକ। ଏଥିସହ ସେମାନଙ୍କ ଠାରୁ କିଛି ବିଦ୍ୟୁତ ତାର ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ, ବିଗତ କିଛି ଦିନ ପୂର୍ବେ ଭଞ୍ଜନଗର ଓ ତାରସିଂ ଥାନା ଅଞ୍ଚଳର ୬ ଟି […] The post ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ appeared first on Dharitri Odia News.

Apr 16, 2025 - 07:42
ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ

ଭଞ୍ଜନଗର,୧୫/୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ପୋଲସରା ବ୍ଲକର ବିଭିନ୍ନ ପମ୍ପ ହାଉସରୁ ବିଦ୍ୟୁତ୍ ତାର କାଟି ନେବା ଅଭିଯୋଗରେ ଭଞ୍ଜନଗର ପୋଲିସ ମଙ୍ଗଳବାର ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭଞ୍ଜନଗର ଶଙ୍ଖ ସାହିର ଗୋପନ ନାୟକ ଓ ରମେଶ ନାୟକ। ଏଥିସହ ସେମାନଙ୍କ ଠାରୁ କିଛି ବିଦ୍ୟୁତ ତାର ଜବତ ହୋଇଛି।
ଘଟଣାରୁ ପ୍ରକାଶ ଯେ, ବିଗତ କିଛି ଦିନ ପୂର୍ବେ ଭଞ୍ଜନଗର ଓ ତାରସିଂ ଥାନା ଅଞ୍ଚଳର ୬ ଟି ପମ୍ପ ହାଉସରୁ ବିଦ୍ୟୁତ୍ ତାର ଚୋରି ହୋଇଥିଲା। ଫଳର ବିଦ୍ୟୁତ୍ ସେବା ବ୍ୟାହତ ଯୋଗୁଁ ସଂମ୍ପୃକ୍ତ ଅଞ୍ଚଳର ଗ୍ରାମଗୁଡ଼ିକୁ ପାନୀୟଜଳ ଯୋଗାଣରେ ବାଧା ଦେଖା ଦେଇଥିଲା। ଏନେଇ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଥାନାରେ ଅଭିଯୋଗ କରାଯାଇଥିଲା । ଭଞ୍ଜନଗର ପୋଲିସ ଆଜି ଗୋପନଙ୍କୁ ବିଦ୍ୟୁତ ତାର ଚୋରି ଅଭିଯୋଗରେ ଗିରଫ କରିଥିବା ବେଳେ ରମେଶଙ୍କୁ ବିଦ୍ୟୁତ୍ ତାର ରଖିବା ଅଭିଯୋଗରେ ଗିରଫ କରିଛି।

The post ପମ୍ପ ହାଉସ ତାର ଚୋରୀ ଅଭିଯୋଗରେ ୨ ଗିରଫ appeared first on Dharitri Odia News.