ଜୁଆଆଡ୍ଡାରେ ଚଢ଼ାଉ: ନଗଦ ୨୬୬୮୦ ଟଙ୍କା ଜବତ,୯ ଜଣଙ୍କୁ ବାନ୍ଧିଲା ପୋଲିସ
ଦେବଗଡ଼,୨୪ା୨(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ମସିନ୍ତା ଡୁଙ୍ଗରୀ ପାହାଡ଼ରେ କୁକୁଡା ଲଢ଼େଇ ଏବଂ ଜୁଆଆଡ୍ଡା ଚାଲିଥିବା ସୂଚନା ପାଇ ବାରକୋଟ ଥାନା ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ୧୧ଟି ବାଇକ୍, ୨ କୁକୁଡା ଏବଂ ନଗଦ ୨୬୬୮୦ ଟଙ୍କା ଜବତ ହୋଇଥିବା ବେଳେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ରବିବାର ବାରକୋଟ ଜେଏମ୍ଏଫ୍ସି କୋର୍ଟଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର ହୋଇଥିବା ନେଇ ରାତି ୧୦ ଟାରେ ଥାନା […] The post ଜୁଆଆଡ୍ଡାରେ ଚଢ଼ାଉ: ନଗଦ ୨୬୬୮୦ ଟଙ୍କା ଜବତ,୯ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.

ଦେବଗଡ଼,୨୪ା୨(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ମସିନ୍ତା ଡୁଙ୍ଗରୀ ପାହାଡ଼ରେ କୁକୁଡା ଲଢ଼େଇ ଏବଂ ଜୁଆଆଡ୍ଡା ଚାଲିଥିବା ସୂଚନା ପାଇ ବାରକୋଟ ଥାନା ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ୧୧ଟି ବାଇକ୍, ୨ କୁକୁଡା ଏବଂ ନଗଦ ୨୬୬୮୦ ଟଙ୍କା ଜବତ ହୋଇଥିବା ବେଳେ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ରବିବାର ବାରକୋଟ ଜେଏମ୍ଏଫ୍ସି କୋର୍ଟଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର ହୋଇଥିବା ନେଇ ରାତି ୧୦ ଟାରେ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁଯାୟ, ଉକ୍ତ ଅଞ୍ଚଳରେ ବାରକୋଟ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବେଆଇନ ଭାବେ କୁକୁଡ଼ା ଲଢ଼େଇ ଏବଂ ଜୁଆଆଡ୍ଡା ଚାଲିଥିବା ପୋଲିସ ସୂଚନା ପାଇଥିଲା । ପରେ ବାରକୋଟ ଥାନା ଅଧିକାରୀ ଯାଜ୍ଞସେନୀ ପ୍ରଧାନଙ୍କ ନିର୍ଦ୍ଦେଶରେ ଚଢଉ କରାଯାଇଥିଲା। ପୋଲିସକୁ ଦେଖି ଘଟଣାସ୍ଥଳରୁ କିଛି ଅଭିଯୁକ୍ତ ଫେରାର ମାରିଥିବା ବେଳେ ୯ ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ସୁନ୍ଦରଗଡ଼ ଜିଲା ମହୁଲଡିହା ଥାନା ସଦରସ୍ଥିତ ସୁଶାନ୍ତ ସାହୁ(୩୨), ବାରକୋଟ ଥାନା ଆମ୍ବଗାଁର କେଶବ ନାୟକ (୪୫), ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ସବରା ଗାଁର କ୍ଷେତ୍ର କିଷାନ (୫୦) ଓ ପ୍ରତାପ ଧୀବର (୩୦), ଲହୁଣୀପଡ଼ା ଥାନା ଶଙ୍ଖପଶି ଗାଁର ଆନନ୍ଦ ମୁଣ୍ଡା (୩୮), ବଣେଇଗଡ଼ ଥାନା ସଦର ମହକୁମାର ପ୍ରତିମ କୁମାର ସାହୁ (୨୧), ବଣେଇଗଡ଼ ଥାନା କେନାଭେଟା ଗାଁର ସିପୁନ ପାତ୍ର (୨୪), ବଣେଇଗଡ଼ ଥାନା ଦେଓଗାଁର ମିରାଶଙ୍କର ସାହୁ (୨୮) ଏବଂ ଟାରଙ୍ଗପାଲି ଥାନା କାଠିର ଗାଁର ପାଣ୍ଡେ ସିଂ (୩୦) ପ୍ରମୁଖ ଗିରଫ ହୋଇଛନ୍ତି। ତେବେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ମଞ୍ଜୁର ହୋଇଥିବା ଜଣାପଡ଼ିଛି।
The post ଜୁଆଆଡ୍ଡାରେ ଚଢ଼ାଉ: ନଗଦ ୨୬୬୮୦ ଟଙ୍କା ଜବତ,୯ ଜଣଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.