ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମଙ୍ଗଳବାର ଭାରତର ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଅର୍ଥନୀତି ପ୍ରାଧ୍ୟାପକ ଡ. କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ମୁଖ୍ୟବକ୍ତାରୂପେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅର୍ଥନୀତି ଅଧ୍ୟାପକ ଜେନାମଣି ସାହୁ […] The post ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର appeared first on Dharitri Odia News.

Apr 16, 2025 - 07:43
ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମଙ୍ଗଳବାର ଭାରତର ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଅର୍ଥନୀତି ପ୍ରାଧ୍ୟାପକ ଡ. କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ମୁଖ୍ୟବକ୍ତାରୂପେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅର୍ଥନୀତି ଅଧ୍ୟାପକ ଜେନାମଣି ସାହୁ ମଞ୍ଚାସିନ ଥିଲେ। ଅର୍ଥନୀତି ବିଭାଗର ଛାତ୍ରୀ ଗୁଡୁଲି ଗୌଡ, ସୋନାଲି ସେଠୀ, ଶ୍ରୀଲତା ଗୌଡ ଏବଂ ଛାତ୍ର ସ୍ବସ୍ତିକ ସାହୁ ପ୍ରମୁଖ ବିଷୟବସ୍ତୁ ସମ୍ପର୍କିତ ସ୍ବରଚିତ ସନ୍ଧର୍ଭ ପାଠ କରିଥିଲେ । ଭାରତରେ ଶିକ୍ଷାର ବିକାଶ ସହିତ ଦକ୍ଷତା ଓ କୌଶଳର ବିକାଶ ହେବାଦ୍ବାରା ଭାରତୀୟ ଅର୍ଥନୀତିକୁ ସୁଦୃଢ କରାଯାଇପାରିବ। ଜନସଂଖ୍ୟା ବିସ୍ଫୋରଣ ଜନିତ ଆର୍ଥିକ ସମସ୍ୟାକୁ କିଛି ମାତ୍ରାରେ ଦୂର କରାଯାଇପାରିବ ବୋଲି ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିଲା। ଅଧ୍ୟାପକ ଦେବଦତ୍ତ ପଣ୍ଡା, ଅଧ୍ୟାପିକା ରଶ୍ମିତା କୁମାରୀ ମେକାପଙ୍କ ସମେତ ସମସ୍ତ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପକ ଟୁନା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

The post ଜନସଂଖ୍ୟା ବିସ୍ଫୋରଣ ଏକ ସମସ୍ୟା ଓ ଆହ୍ବାନ ଶୀର୍ଷକ ଆଲୋଚନାଚକ୍ର appeared first on Dharitri Odia News.