ଛତିଶଗଡ଼ରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ନୂଆପଡ଼ା,୧୦ା୫(ମକାରୁ ବେମାଲ): ନୂଆପଡ଼ାରୁ ନିଖୋଜ ଯୁବକଙ୍କ ମୃତଦେହ ଛତିଶଗଡ କୋମାଖାନ ଥାନା ଅଞ୍ଚଳରୁ ଜବତ ହୋଇଛି। ମିଳିଥିବା ସୂଚନା ମୁତାବକ, ନୂଆପଡା ଜିଲା ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧୨ ସିରତୋଲ ଗ୍ରାମର ମାନସ ତ୍ରିପାଠୀ (୩୦) ନିଖୋଜ ଥିବା ନେଇ ତାଙ୍କ ବାପା ମନବୋଧ ତ୍ରିପାଠୀ ଶୁକ୍ରବାର ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶୁକ୍ରବାର ସାରେ ପଡୋଶୀ ଛତିଶଗତ ରାଜ୍ୟ ମହାସମୁନ୍ଦ ଜିଲା […] The post ଛତିଶଗଡ଼ରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ appeared first on Dharitri Odia News.

May 11, 2025 - 12:11
ଛତିଶଗଡ଼ରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ନୂଆପଡ଼ା,୧୦ା୫(ମକାରୁ ବେମାଲ): ନୂଆପଡ଼ାରୁ ନିଖୋଜ ଯୁବକଙ୍କ ମୃତଦେହ ଛତିଶଗଡ କୋମାଖାନ ଥାନା ଅଞ୍ଚଳରୁ ଜବତ ହୋଇଛି। ମିଳିଥିବା ସୂଚନା ମୁତାବକ, ନୂଆପଡା ଜିଲା ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧୨ ସିରତୋଲ ଗ୍ରାମର ମାନସ ତ୍ରିପାଠୀ (୩୦) ନିଖୋଜ ଥିବା ନେଇ ତାଙ୍କ ବାପା ମନବୋଧ ତ୍ରିପାଠୀ ଶୁକ୍ରବାର ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ।

ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶୁକ୍ରବାର ସାରେ ପଡୋଶୀ ଛତିଶଗତ ରାଜ୍ୟ ମହାସମୁନ୍ଦ ଜିଲା କୋମାଖାନ ଥାନା କସେଇକେରା ଗାଁ ନିକଟରୁ ଏକ ମୃତଦେହ ଜବତ ହୋଇଥିବା କୋମାଖାନ ପୋଲିସ ନୂଆପଡ଼ା ଥାନାକୁ ଜଣାଇଥିଲା। ନୂଆପଡା ପୋଲିସ ମୃତକଙ୍କ ଫଟୋ ଦେଖି ଏହା ନିଖୋଜ ମାନସଙ୍କର ବୋଲି ସ୍ପଷ୍ଟ କରିଥିଲା। ଖବରପାଇ ଶନିବାର ମାନସଙ୍କ ମାତାପିତା ଓ ତାଙ୍କ ସ୍ତ୍ରୀ କୋମାଖାନ ଯାଇ ମୃତଦେହ ଚିହ୍ନଟ କରିଥିଲେ। ବାଗବାହାରାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସାନ୍ତର କରାଯାଇଛି। ମାନସଙ୍କ ଦୁଇହାତ ବନ୍ଧାଯାଇଥିବା ବେଳେ ତାଙ୍କ ମୁହଁକୁ ପଥରରେ ଛେଚି ଦିଆଯାଇଥିବାରୁ ନୂଆପଡ଼ା ଓ ଛତିଶଗଡ଼ ପୋଲିସ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଛି।

The post ଛତିଶଗଡ଼ରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ appeared first on Dharitri Odia News.