ଚା’ ପିଉଥିଲେ ସାବଧାନ! ଦେଖାଦେବ ଏସବୁ ସମସ୍ୟା…
କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳିି ମତବ୍ୟକ୍ତ କରିଛନ୍ତି ୱାଶିଂଟନ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ସଦ୍ୟତମ ସର୍ଭେରୁ ସେମାନେ ଏହା ଜାଣିବାକୁ ପାଇଛନ୍ତି। ଅଧିକ ଚା’ ପିଇବା ଫଳରେ ତାହାର ନିଦ୍ରା ଉପରେ କି ପ୍ରକାର ପ୍ରଭାବ ପଡୁଛି ତାହାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ତନ୍ନ ତନ୍ନ କରି […] The post ଚା’ ପିଉଥିଲେ ସାବଧାନ! ଦେଖାଦେବ ଏସବୁ ସମସ୍ୟା… appeared first on Dharitri Odia News.

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି ଅଭ୍ୟାସଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖନ୍ତୁ। ଏଭଳିି ମତବ୍ୟକ୍ତ କରିଛନ୍ତି ୱାଶିଂଟନ୍ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ସଦ୍ୟତମ ସର୍ଭେରୁ ସେମାନେ ଏହା ଜାଣିବାକୁ ପାଇଛନ୍ତି। ଅଧିକ ଚା’ ପିଇବା ଫଳରେ ତାହାର ନିଦ୍ରା ଉପରେ କି ପ୍ରକାର ପ୍ରଭାବ ପଡୁଛି ତାହାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ତନ୍ନ ତନ୍ନ କରି ତର୍ଜମା କରିଥିଲେ। ଆବଶ୍ୟକତା ଠାରୁ ଅଧିକ ଚା’ ପିଇଲେ ଏହାଦ୍ବାରା ଦାନ୍ତ ଉପରେ ହଳଦିଆ ରଙ୍ଗର ଏକ ଆସ୍ତରଣ ପଡ଼ିଯାଏ। ଏଭଳି ଅଭ୍ୟାସ ସହ ଜଡିତ ତଥା ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବ୍ୟକ୍ତିଙ୍କଠାରେ ନିଦ୍ରାଜନିତ ସମସ୍ୟା ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଭଳି ଅଭ୍ୟାସ ଥିଲେ ତାହାର ପ୍ରଭାବ ମସ୍ତିଷ୍କର କାର୍ଯ୍ୟଧାରା ଉପରେ କେତେକାଂଶରେ ପଡିବାର ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି ।
The post ଚା’ ପିଉଥିଲେ ସାବଧାନ! ଦେଖାଦେବ ଏସବୁ ସମସ୍ୟା… appeared first on Dharitri Odia News.