ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ

ତାଳଚେର,୨୩ା୨(ମନୋଜ ନନ୍ଦ): ରୀତିନୀତିରେ ମନ୍ଦିରରେ ହୋଇଥିଲା ବିବାହ। ନବବଧୂଙ୍କୁ ଧରି ଘରକୁ ଫେରିଥିଲେ ବର। ଚତୁର୍ଥୀ ପାଇଁ ବରପକ୍ଷ ସମସ୍ତ ଆୟୋଜନ ଶେଷ କରିଥିଲେ। ହେଲେ ଚତୁର୍ଥୀ ପିଣ୍ଡ ପଡ଼ିବା ପୂର୍ବରୁ ନବବଧୂଙ୍କ ଏପରି କିଛି କଥା ମୁଣ୍ଡ ଘୂରାଇଦେଲା ବରପକ୍ଷଙ୍କ। ବିବାହ କରିଥିବା ଯୁବକଙ୍କ ସହ ନୁହେଁ ବରଂ ପୁରୁଣା ପ୍ରେମିକଙ୍କ ସହ ରହିବାକୁ ଜିଦ୍‌ ଧରିଥିଲେ ନବବଧୂ। ଶେଷରେ ଥାନା ଯାଏ କଥା ଯିବା ପରେ ଶାଶୁଘର, ବାପଘର ଲୋକଙ୍କ ଉପସ୍ଥିତିରେ ଚୁକ୍ତିପତ୍ର ଲେଖି […] The post ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ appeared first on Dharitri Odia News.

Feb 23, 2025 - 12:49
ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ

ତାଳଚେର,୨୩ା୨(ମନୋଜ ନନ୍ଦ): ରୀତିନୀତିରେ ମନ୍ଦିରରେ ହୋଇଥିଲା ବିବାହ। ନବବଧୂଙ୍କୁ ଧରି ଘରକୁ ଫେରିଥିଲେ ବର। ଚତୁର୍ଥୀ ପାଇଁ ବରପକ୍ଷ ସମସ୍ତ ଆୟୋଜନ ଶେଷ କରିଥିଲେ। ହେଲେ ଚତୁର୍ଥୀ ପିଣ୍ଡ ପଡ଼ିବା ପୂର୍ବରୁ ନବବଧୂଙ୍କ ଏପରି କିଛି କଥା ମୁଣ୍ଡ ଘୂରାଇଦେଲା ବରପକ୍ଷଙ୍କ। ବିବାହ କରିଥିବା ଯୁବକଙ୍କ ସହ ନୁହେଁ ବରଂ ପୁରୁଣା ପ୍ରେମିକଙ୍କ ସହ ରହିବାକୁ ଜିଦ୍‌ ଧରିଥିଲେ ନବବଧୂ। ଶେଷରେ ଥାନା ଯାଏ କଥା ଯିବା ପରେ ଶାଶୁଘର, ବାପଘର ଲୋକଙ୍କ ଉପସ୍ଥିତିରେ ଚୁକ୍ତିପତ୍ର ଲେଖି ପୁରୁଣା ପ୍ରେମିକଙ୍କ ହାତ ଧରିଛନ୍ତି ନବବଧୂ। ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳରେ ଶୁକ୍ରବାର ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ତାଳଚେର ଥାନା ଅଞ୍ଚଳର ଜଣେ ଯୁବକଙ୍କ ବିବାହ ବଅଁରପାଳ ବ୍ଲକ ଅଞ୍ଚଳରେ ସମ୍ପନ୍ନ ହୋଇଥିଲା। ମନ୍ଦିରରେ ବିବାହ କାର୍ଯ୍ୟ ଶେଷ ହେବା ପରେ ବଅଁରପାଳ ଅଞ୍ଚଳର କନ୍ୟା ତାଳଚେରସ୍ଥିତ ଶାଶୁଘରକୁ ଆସିଥିଲେ। ୩ ଦିନ ଧରି ନବବଧୂ ଶାଶୁଘରେ ଠିକ୍‌ଠାକ୍‌ ଥିଲେ। ଶାଶୁଘର ଲୋକଙ୍କୁ ଭଲ ବ୍ୟବହାର ଦେଖାଇଥିଲେ। ଶୁକ୍ରବାର ଚତୁର୍ଥୀ ପିଣ୍ଡ ପଡ଼ିବାର ଥିଲା। ହେଲେ ଏହା ପୂର୍ବରୁ ନବବଧୂ ଜଣକ ଏହି ବିବାହ ତାଙ୍କ ଇଚ୍ଛା ଅନୁସାରେ ହୋଇନାହିଁ ବୋଲି ଶାଶୁଘର ଲୋକଙ୍କୁ କହିଥିଲେ। ତାଙ୍କ ମା’ ବାପା ଜୋରଜବରଦସ୍ତ ବିବାହ କରାଇଛନ୍ତି। ଏପରି କି ବିବାହ ନ କଲେ ବାପା ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ।

ତେଣୁ ବାଧ୍ୟବାଧକତାରେ ବିବାହ କରିଥିଲେ ମଧ୍ୟ ସେ ଖୁସି ନାହାନ୍ତି। ସେ କଦାପି ଏହି ବୈବାହିକ ଜୀବନ ଗଢ଼ି ପାରିବେ ନାହିଁ। ତାଙ୍କୁ ଅନୁଗୋଳ ସଦର ଅଞ୍ଚଳର ପ୍ରେମିକଙ୍କ ସହିତ ବିବାହ କରାଇ ଦିଆଯାଉ ବୋଲି ସ୍ବାମୀ ଓ ଶାଶୁଘର ଲୋକଙ୍କୁ କହିଥିଲେ। ଏପରି କଥା ଶୁଣି ବରପକ୍ଷ ତୁରନ୍ତ ନବବଧୂଙ୍କ ବାପଘର ଲୋକଙ୍କୁ ଖବର ଦେଇଥିଲେ। ପରେ ଉଭୟ ପରିବାର ତାଳଚେର ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନାରେ ମଧ୍ୟ ନବବଧୂ ଉକ୍ତ କଥା ଦୋହରାଇଥିଲେ। ଅନୁଗୋଳ ସଦର ଅଞ୍ଚଳର ଜଣେ ଯୁବକଙ୍କୁ ସେ ୭/୮ବର୍ଷ ହେଲା ଭଲ ପାଉଛନ୍ତି। ତେଣୁ ସମ୍ପୃକ୍ତ ପ୍ରେମିକଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି ଏବଂ ତାଙ୍କ ସହିତ ବିବାହ କରିବାକୁ ଚାହଁୁଛନ୍ତି ବୋଲି ଜିଦ ଧରିଥିଲେ। ଏହାପରେ ଉଭୟ ପରିବାର, ମୁରବି, ସାହି ପଡ଼ିଶା ଓ ତାଳଚେର ପୋଲିସ ଉପସ୍ଥିତରେ ନବବଧୂ ଏକ ଚୁକ୍ତିନାମା ଲେଖି ତାଙ୍କ ପୁରୁଣା ପ୍ରେମିକଙ୍କ ପାଖକୁ ଚାଲି ଯାଇଥିଲେ।

The post ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ appeared first on Dharitri Odia News.