କାଳ ବୈଶାଖୀ : ୩ ଘଣ୍ଟା ପାଇଁ ଏସବୁ ଜିଲାକୁ ସତର୍କ
ଭୁବନେଶ୍ୱର,୧୫।୪: ୧୨ ଜିଲାକୁ କାଳ ବୈଶାଖୀ ନେଇ ବର୍ଷା ସତର୍କତା ଜାରି କରାଯାଇଛି। ଏସବୁ ଜିଲା ଗୁଡ଼ିକ ହେଲା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି। କନ୍ଧମାଳ, ଅନୁଗୁଳ ଜିଲାକୁ ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବା ସମ୍ଭାବନା ରହିଛି। କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଗତ […] The post କାଳ ବୈଶାଖୀ : ୩ ଘଣ୍ଟା ପାଇଁ ଏସବୁ ଜିଲାକୁ ସତର୍କ appeared first on Dharitri Odia News.

ଭୁବନେଶ୍ୱର,୧୫।୪: ୧୨ ଜିଲାକୁ କାଳ ବୈଶାଖୀ ନେଇ ବର୍ଷା ସତର୍କତା ଜାରି କରାଯାଇଛି। ଏସବୁ ଜିଲା ଗୁଡ଼ିକ ହେଲା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର ଗଞ୍ଜାମ, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି। କନ୍ଧମାଳ, ଅନୁଗୁଳ ଜିଲାକୁ ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବା ସମ୍ଭାବନା ରହିଛି। କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି।
ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ଜାରି ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କାଳବୈଶାଖୀଜନିତ ଝଡ଼ବର୍ଷା ଲାଗିରହିବ। ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲାରେ ବର୍ଷା ହୋଇଛି।
The post କାଳ ବୈଶାଖୀ : ୩ ଘଣ୍ଟା ପାଇଁ ଏସବୁ ଜିଲାକୁ ସତର୍କ appeared first on Dharitri Odia News.