କାଳବୈଶାଖୀରେ ବୃଦ୍ଧାଙ୍କ ଘର ଛପର ଉଡ଼ିଲା
ନୂଆପଡ଼ା,୧୦ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ୍ ଚୂଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ଼ ଗାଁରେ ଶୁକ୍ରବାର କାଳବୈଶାଖୀରେ ଜଣେ ବୃଦ୍ଧାଙ୍କ ଘର ଛପର ଉଡ଼ିଯାଇଛି। ସୂଚନାକ୍ରମେ ଗାଁର ଶାନ୍ତିବାଈ ମାଝି (୭୦) ଘରେ ଏକାକୀ ରହନ୍ତି। ସେ ଦୀର୍ଘବର୍ଷ ହେବ ଆବାସ ଗୃହ ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ତେଣୁ ସେ ବହୁ ପୁରୁଣା ଝାଟିମାଟି ଘରେ ରହିଆସୁଥିଲେ। ଏପରିସ୍ଥଳେ ଶୁକ୍ରବାର ରାତ୍ରିରେ ଖାଇ ଶୋଇଥିବା ସମୟରେ ହଠାତ୍ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଥିଲା। […] The post କାଳବୈଶାଖୀରେ ବୃଦ୍ଧାଙ୍କ ଘର ଛପର ଉଡ଼ିଲା appeared first on Dharitri Odia News.

ନୂଆପଡ଼ା,୧୦ା୫ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ୍ ଚୂଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ଼ ଗାଁରେ ଶୁକ୍ରବାର କାଳବୈଶାଖୀରେ ଜଣେ ବୃଦ୍ଧାଙ୍କ ଘର ଛପର ଉଡ଼ିଯାଇଛି। ସୂଚନାକ୍ରମେ ଗାଁର ଶାନ୍ତିବାଈ ମାଝି (୭୦) ଘରେ ଏକାକୀ ରହନ୍ତି। ସେ ଦୀର୍ଘବର୍ଷ ହେବ ଆବାସ ଗୃହ ପାଇଁ ଆବେଦନ କରିଆସୁଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ତେଣୁ ସେ ବହୁ ପୁରୁଣା ଝାଟିମାଟି ଘରେ ରହିଆସୁଥିଲେ। ଏପରିସ୍ଥଳେ ଶୁକ୍ରବାର ରାତ୍ରିରେ ଖାଇ ଶୋଇଥିବା ସମୟରେ ହଠାତ୍ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇଥିଲା। ଏଥିରେ ତାଙ୍କ ଘର ଛାତ ଉଡ଼ିଯାଇଥିବାବେଳେ କାନ୍ଥ ଭାଙ୍ଗିପଡ଼ିଛି। ସୌଭାଗ୍ୟବଶତଃ ଶାନ୍ତିବାଈ ବର୍ତ୍ତିଯାଇଛନ୍ତି। ଘର ଭାଙ୍ଗିଯିବା ପରେ ସେ ଖୋଲା ଆକାଶ ତଳେ ପଡ଼ିରହିଛନ୍ତି। ଗ୍ରାମବାସୀ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଏ ସମ୍ପର୍କରେ ଲିଖିତ ଭାବରେ ଜଣାଇଛନ୍ତି। ରାଜସ୍ବ ନିରୀକ୍ଷକ ଏହାର ତଦନ୍ତକରି କ୍ଷୟକ୍ଷତିର ଆକଳନକରି ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି।
The post କାଳବୈଶାଖୀରେ ବୃଦ୍ଧାଙ୍କ ଘର ଛପର ଉଡ଼ିଲା appeared first on Dharitri Odia News.