କାମ କରୁନି ସ୍ବାସ୍ଥ୍ୟକେନ୍ଦ୍ର ଲିଫ୍ଟ, ଅଧାରେ ଫସି ରହିଲେ ଅଧିକାରୀ
ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାର ଚିକିତ୍ସାଳୟରେ କେବଳ ସ୍ବାସ୍ଥ୍ୟସେବା ନୁହେଁ, ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଲିଫ୍ଟ ଅଚଳ ହେବା ସାଧାରଣ ଘଟଣାରେ ପରିଣତ ହୋଇଛି। କିନ୍ତୁ ପୁରୁଣା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଅର୍ଥାତ ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ଏଥିରୁ ବାଦ୍ ପଡିନାହିଁ। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଲିଫ୍ଟରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ବିଭାଗୀୟ ଅଧିକାରୀ ୪୫ ମିନିଟ ପର୍ଯ୍ୟନ୍ତ ଫସି ରହିଥିଲେ l ସେ ଅଣନିଃଶ୍ୱାସୀ ହେବା […] The post କାମ କରୁନି ସ୍ବାସ୍ଥ୍ୟକେନ୍ଦ୍ର ଲିଫ୍ଟ, ଅଧାରେ ଫସି ରହିଲେ ଅଧିକାରୀ appeared first on Dharitri Odia News.

ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାର ଚିକିତ୍ସାଳୟରେ କେବଳ ସ୍ବାସ୍ଥ୍ୟସେବା ନୁହେଁ, ସ୍ବାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ଲିଫ୍ଟ ଅଚଳ ହେବା ସାଧାରଣ ଘଟଣାରେ ପରିଣତ ହୋଇଛି। କିନ୍ତୁ ପୁରୁଣା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଅର୍ଥାତ ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ଏଥିରୁ ବାଦ୍ ପଡିନାହିଁ। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଲିଫ୍ଟରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ ବିଭାଗୀୟ ଅଧିକାରୀ ୪୫ ମିନିଟ ପର୍ଯ୍ୟନ୍ତ ଫସି ରହିଥିଲେ l ସେ ଅଣନିଃଶ୍ୱାସୀ ହେବା ସହିତ ଲିପ୍ଟର କରେଣ୍ଟ ମଧ୍ୟ ଚାଲି ଯାଇଥିଲା l ତେବେ ସେ ହସ୍ପିଟାଲ ଷ୍ଟାଫଙ୍କୁ ଫୋନ କରି ଲିପ୍ଟରୁ ବାହାର କରିବାକୁ ଅନୁରୋଧ କରିଥିଲେ l ଏହାପରେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା l ସୂଚନା ପାଇ ଅଗ୍ନିଶମ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ଏହାପରେ ପ୍ରାୟ ୪୫ ମିନିଟ୍ ପରେ ସମ୍ପୃକ୍ତ ଅଧିକାରୀଙ୍କୁ ଉଦ୍ଧାର କରାଯାଇଥିଲା।
The post କାମ କରୁନି ସ୍ବାସ୍ଥ୍ୟକେନ୍ଦ୍ର ଲିଫ୍ଟ, ଅଧାରେ ଫସି ରହିଲେ ଅଧିକାରୀ appeared first on Dharitri Odia News.